ସୌମ୍ୟ ବିଶ୍ୱଜିତଙ୍କ ସଂକଳିତ ଚନ୍ଦ୍ରାନନ୍ଦ ଚମ୍ପୁର ବିସ୍ଲେସଣ ପୁସ୍ତକ ଓ ସିଡ଼ି ଉନ୍ମୋଚିତ।
ଭୁବନେଶ୍ୱର ,୦୧/୦୨:ଓଡ଼ିଆ ସାରସ୍ୱତ ପ୍ରେମୀ ତଥା ଯୁବ ଗବେଷକ, ସାହିତ୍ୟିକ, ଅନୁବାଦକ ତଥା ଗୀତ, ବାଦ୍ୟ, ନୃତ୍ୟ ପ୍ରତି ସମର୍ପିତ ସଂଗୀତ ସାଧକ ସୌମ୍ୟ ବିଶ୍ୱଜିତଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ କବିରବି ରାୟଗୁରୁ ମହାପାତ୍ର ବଳଦେବଙ୍କ ଶ୍ରେଷ୍ଠକୃତି ଓ ସୃଷ୍ଟି “କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୂର୍ବାହ୍ନ ରେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବଳଦେବ କୃତ “କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ”ର 34 ଗୋଟି ଗୀତର ଆଲୋଚନା ପର୍ଯ୍ୟାଲୋଚନା ଓ ଗାୟନ କାର୍ଯ୍ୟକ୍ରମକୁ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ତଥା ସାହିତ୍ୟିକ ଡ଼ଃ ଶାନ୍ତନୁ କୁମାର ରଥ, ନୟାଗଡ଼ର ମାନ୍ୟବର ବିଧାୟକ ତଥା କବି ଡ଼ଃ ଅରୁଣ କୁମାର ସାହୁ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼, ବିଜୟ କୁମାର ଜେନା,ବିଶିଷ୍ଠ ମହିଳା ସମାଜସେବୀ ଲେଖିକା ତଥା ସ୍ତମ୍ଭକାର ଡ଼ଃ ରୀନା ରାଉତରାୟ, ଗୁରୁ ନିମାକାନ୍ତ ରାଉତରାୟ ଶୁଭାରମ୍ଭ କରିଥିଲେ | ନିମାକାନ୍ତ ରାଉତରାୟଙ୍କ ଛାତ୍ରଛାତ୍ରୀ ତଥା କଣ୍ଠଶିଳ୍ପୀ ମାନେ ଶ୍ରୀରାଧା ଓ ଶ୍ରୀ କୃଷ୍ଣଙ୍କ ପ୍ରେମଲୀଳାକୁ ନେଇ ରଚିତ ଚମ୍ପୂର “କ” ଗୀତ ଠାରୁ “କ୍ଷ” ପର୍ଯ୍ୟନ୍ତ ଗୀତ ପରିବେଷଣ କରିଥିଲେ ।ଗାଇଥିବା ସମସ୍ତ 34ଟି ଚମ୍ପୁ ଗୀତ ପରିବେଷଣ ପୂର୍ବରୁ ଯୁବ ଗବେଷକ, କଣ୍ଠଶିଳ୍ପୀ ସୌମ୍ୟ ବିଶ୍ୱଜିତ ଓଡ଼ିଆ ଚଉପଦୀ ଗୁଡିକର ଇଂରାଜୀ ଭାଷାରେ ସମୀକ୍ଷା କରିଥିଲେ ।
“କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ସମ୍ବନ୍ଧିତ ବହୁମୁଖୀ ପୁସ୍ତକର ଶୁଭ ଉନ୍ମୋଚନ ଓ ତାର ଅଭିନବ ସାହିତ୍ୟିକ ଓ ସାଂସ୍କୃତିକ ରୂପାୟନ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନନ୍ୟ ଓଡ଼ିଆ ସାହିତ୍ୟ କୃତି କୁ ବିଶ୍ୱ ସ୍ତରରେ ପହଂଚବାର ଏହି ପରିକଳ୍ପନା ବେଶ ଅଭିନନ୍ଦନୀୟ । ଯୁବକ ମାନେ ଯେତେବେଳେ ଆଧୁନିକ ଓ ପାଶ୍ଚାତ୍ୟ ସଂଗୀତ ପ୍ରତି ଆକର୍ଷିତ,ସେତେବେଳେ ସୌମ୍ୟ ଙ୍କ ଏହି ଚିନ୍ତାଧାରା ବାସ୍ତବିକ ଓଡ଼ିଆ ସାରସ୍ୱତ ଜଗତ ପାଇଁ ଶୁଭ ସୂଚନା । ଯୁବ ଲେଖକ,ସଙ୍ଗୀତଜ୍ଞ, ସଂକଳକ ଓ ସଂସ୍କୃତି ଗବେଷକ ସୌମ୍ୟ ବିଶ୍ୱଜିତଙ୍କ ସଂକଳିତ ଏହି ପୁସ୍ତକଟି କବିସୂର୍ଯ୍ୟ ବଳଦେବ ରଥଙ୍କ ମହାନ କୃତି କିଶୋର ଚନ୍ଦ୍ରlନନ୍ଦ ଚମ୍ପୁ 34 ଟି ଗୀତକୁ ବିସ୍ତୃତ ବିସ୍ଲେସଣ, ସମ୍ପୂର୍ଣ୍ଣ ଅଡିଓ ରେକର୍ଡିଂ ଓ ଦୃଶ୍ୟ ଚିତ୍ରଣ ମାଧ୍ୟମରେ ଆଧୁନିକ ଶୈଳୀରେ ଯୁବପିଢୀଙ୍କ ବୋଧଗମ୍ୟ ଓ ଆକୃଷ୍ଟତା ତଥା ବିଶ୍ୱ ସ୍ତରରେ ପ୍ରସାର ପାଇଁ ଅଭିନବ ପ୍ରୟାସ ।ସନ୍ଧ୍ୟରେ ଚମ୍ପୁ ଉପରେ ଆଧାରିତ ନୃତ୍ୟ, ସଂଗୀତ, ସାହିତ୍ୟର ମିଳିତ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments are closed.