Union Budget 2026: କ’ଣ ଶସ୍ତା, କ’ଣ ମହଙ୍ଗା? ମଧ୍ୟବର୍ଗ ପାଇଁ କ’ଣ ବଦଳିଲା ।
ନୂଆଦିଲ୍ଲୀ,୦୧/୦୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ନବମ ଥର ସେ ବଜେଟ୍ ଉପସ୍ଥାପନା କରିଛନ୍ତି । ତେବେ ବଜେଟ୍ ଆସିବା ପରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ମିଳିଛି। ଏହି ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ଯାତ୍ରା ଓ ଉତ୍ପାଦନ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଥିବାବେଳେ କିଛି ଜିନିଷ ଶସ୍ତା ଓ କିଛି ମହଙ୍ଗା ହେବାର ଘୋଷଣା କରାଯାଇଛି।
Union Budget 2026ରେ କ’ଣ ହେଲା ଶସ୍ତା ?
କ୍ୟାନ୍ସର, ଡାଏବେଟିସ୍ ଔଷଧ, ବ୍ୟାଟେରୀ, ବିମାନ ଇନ୍ଧନ, ev-କାର୍, ସୋଲାର ଉପକରଣ, ଜୋତା, ମାଇକ୍ରୋଓ୍ୱେଭ୍, ,ସମୁଦ୍ରଜାତ ଖାଦ୍ୟ, ବ୍ୟାଗ୍, ସିଏନଜି, ବିଦେଶ ପାଠପଢା।
Union Budget 2026ରେ କ’ଣ ହେଲା ମହଙ୍ଗା ?
ମଦ, ଖଣିଜ ପଦାର୍ଥ, ସ୍କ୍ରାପ୍, ସିଗାରେଟ୍, ପାନମସଲା, ବିଦେଶୀ ଘଣ୍ଟା, ବିଦେଶୀ ପୋଷାକ, ବିଦେଶରୁ ଆମଦାନୀ କାର୍
ବଜେଟରେ ଆୟକର ଭୁଲ ରିପୋର୍ଟିଂ କଲେ ଟିକସ ପରିମାଣର ୧୦୦% ସମାନ ଜରିମାନା ଘୋଷଣା କରାଯାଇଛି। ସେହିପରି ସ୍ଥାବର ସମ୍ପତ୍ତି ପ୍ରକାଶ ନ କଲେ କଡ଼ା ପେନାଲ୍ଟି ବ୍ୟବସ୍ଥା ରହିଛି।
ରପ୍ତାନୀକାରୀଙ୍କ ପାଇଁ ଶୁଳ୍କମୁକ୍ତ ଆମଦାନୀ ଲିମିଟ 3% ବୃଦ୍ଧି କରାଯାଇଥିବାବେଳେ, ଚମଡା ଉତ୍ପାଦ ରପ୍ତାନୀର ସମୟସୀମା 6 ମାସରୁ 1 ବର୍ଷ କରାଯାଇଛି। ଏହା ଭାରତୀୟ ବୟନ ଓ ସମୁଦ୍ର ଖାଦ୍ୟ ଶିଳ୍ପକୁ ବିଶ୍ୱ ବଜାରରେ ଅଧିକ ସକ୍ଷମ କରିବ ବୋଲି ଆଶା କରାଯାଉଛି।
Comments are closed.