Best Regional PR Award : Advento communications କୁ ମିଳିଲା ରିଜିଓନାଲ ପିଆର ଆୱାର୍ଡ
ଭୁବନେଶ୍ୱର: PR କ୍ଷେତ୍ରରେ ଭଲ କାମକୁ ସମ୍ମାନ ଜଣାଇବା ପାଇଁ, IRPRA ୨୦୨୫ ବର୍ଷର ବିଜେତା ଏଜେନ୍ସି ଓ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛି । Advento communications ଶୀର୍ଷ ୨୦ଟି ପିଆର ଏଜେନ୍ସି ମଧ୍ୟରେ ଏକ ସ୍ଥାନ ପାଇବା ସହିତ Best Regional PR Awardରେ ସମ୍ମାନିତ ହୋଇଛି । ପ୍ରତିଷ୍ଠିତ ମଂଚ ଭାବେ ଇଣ୍ଡିଆସ୍ ରିଜିଓନାଲ ପିଆର ଆୱାର୍ଡସ (IRPRA) ୨୦୨୫ ଆଂଚଳିକ ଭାରତରେ Public Relation Sector ରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ୱୀକୃତି ପ୍ରଦାନ କରି ଗର୍ବର ସହିତ ଏହାର ବିଜେତାମାନଙ୍କ ନାମ ଘୋଷଣା କରିଛି । ଏହି ଆୱାର୍ଡଗୁଡିକୁ ଜାନୁଆରୀ ୨୦୨୬ରେ ପ୍ରକାଶ କରାଯାଇଥିବା ବେଳେ ଏହାର ଭର୍ଚୁଆଲ ସେରିମନି ଜାନୁଆରୀ ୧୭ ତାରିଖ ୨୦୨୬ରେ ଆୟୋଜିତ ହୋଇଥିଲା, ଯାହା ଆଂଚଳିକ ଯୋଗାଯୋଗ ତ୍ରେର ଉତ୍କୃଷ୍ଟତମ ପ୍ରତିଭା ଓ ଉଦ୍ଭାବନକୁ ଆଲୋକିତ କରିଛି ।
ଓଡିଶାର ଦୁଇ ଜଣ ପ୍ରଖ୍ୟାତ ପିଆର ପ୍ରଫେସନାଲ ବିଜୟିତା ତ୍ରିପାଠୀ ଓ ପବିତା ମିଶ୍ର ଅଣ୍ଡର ୪୦ ଆୱାର୍ଡସ ବର୍ଗରେ ପ୍ରତିଷ୍ଠିତି IRPRA 2025 Awards ୨୦୨୬ରେ ସମ୍ମାନିତ ହୋଇଛନ୍ତି । ବିଜୟିତା ତ୍ରିପାଠିଙ୍କୁ ବେଷ୍ଟ କ୍ରିଏଟିଭ ଏଂଟରଟେନମେଂଟ କ୍ୟାମ୍ପେନ ଓ ପବିତା ମିଶ୍ରଙ୍କୁ ଲିଡିଙ୍ଗ ପିଆର କ୍ୟାମ୍ପେନ ଫର୍ ଷ୍ଟାର୍ଟଅପ୍ସରେ ସମ୍ମାନିତ କରାଯାଇଛି । ଏହି ଅବସରରେ ବିଜୟିତା ତ୍ରିପାଠୀ କହିଛନ୍ତି ଯେ, “Advento communications ଓଡିଶାରେ ସର୍ବକୃଷ୍ଟ PR Service ଯୋଗାଇ ଦେବା ପାଇଁ ପ୍ରତିଶୃତିଦ୍ଧ ” । ଅନ୍ୟପଟେ ପବିତା ମିଶ୍ର କହିଛନ୍ତି ଯେ, “Advento communications ଭୁବନେଶ୍ୱରର ଶ୍ରେଷ୍ଠ ପିଆର ଏଜେନ୍ସି ଭାବେ କ୍ଲାଏଂଟ ମାନଙ୍କ ବିଶ୍ୱାସଭାଜନ ହୋଇପାରିଥିବାରୁ ଆମେ ଉତ୍ସାହିତ । ”
IRPRA ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଓ ଡିଜିଟାଲ ମିଡିଆଠାରୁ ଆରମ୍ଭ କରି ଷ୍ଟାର୍ଟଅପ କମ୍ୟୁନିକେଶନ ଓ ଗ୍ରାମାଂଚଳ ପହଂଚ ପର୍ୟ୍ୟନ୍ତ ବିବିଧ ବର୍ଗରେ ସେମାନଙ୍କର କ୍ୟାମ୍ପେନଗୁଡିକରେ ସୃଜନଶୀଳତା, ରଣନୈତିକ ଉତ୍କର୍ଷତା ଓ ପ୍ରଭାବକୁ ପ୍ରଦର୍ଶିତ କରିଥିବା ପିଆର ପ୍ରଫେସନାଲ ଓ ଏଜେନ୍ସିଗୁଡିକର ଉଲ୍ଲେଖନୀୟ ଯୋଗଦାନକୁ ପାଳନ କରୁଛି ।
ଏସମ୍ପର୍କରେ IRPRA ର ପ୍ରବକ୍ତା କହିଛନ୍ତି, “ଆମେ ଉଲ୍ଲେଖନୀୟ କାର୍ୟ୍ୟଗୁଡିକୁ ସମ୍ମାନିତ କରି ଉତ୍ସାହିତ ଅଛୁ ଯିଏ ଆଂଚଳିକ କାହାଣୀଗୁଡିକୁ କିଭଳି ପ୍ରସ୍ତୁତ ଓ ଯୋଗାଯୋଗ କରାଯାଏ ତାହାକୁ ନୂଆ ରୂପ ଦେଇଥାଏ । ବିଜେତାମାନେ ପିଆର ଉତ୍କର୍ଷତାର ନୂତନ ପିଢିର ପ୍ରତିନିଧିତ୍ୱ କରୁଛନ୍ତି, ଯାହା ସେମାନଙ୍କ ସମୁଦାୟରେ ଉଦ୍ଭାବନ ଓ ସାର୍ଥକ ଯୋଗଦାନକୁ ଆଗକୁ ବଢାଉଛି ।”
IRPRA ୨୦୨୫ ପାଇଁ ସମ୍ମାନିତ ଜୁରୀ ପ୍ୟାନେଲରେ କମ୍ୟୁନିକେଶନ୍ସ, ମିଡିଆ ଓ କର୍ପୋରେଟ ପବ୍ଲିକ ରିଲେଶନ୍ସର ପ୍ରତିଷ୍ଠିତ ବିଶେଷଜ୍ଞ ଯେପରିକି ଅର୍ଚ୍ଚନା ମୁଥପ୍ପା, କବିତା ଲଖାନି, ଜ୍ୟୋତ୍ସ୍ନା ଦାସ ନନ୍ଦ, ତନ୍ମନା ରଥ, ସ୍ମିତା ଶ୍ରୀବାସ୍ତବ ଆଦି ସାମିଲ ଥିଲେ ଯିଏ ବିଚାର ପ୍ରକ୍ରିୟାରେ ଗଭୀର ଶିଳ୍ପ ଅନ୍ତୁର୍ଦୃଷ୍ଟି ଆଣିଥିଲେ ।
Comments are closed.