ସାମାନ୍ୟ ଓଜନ ବୃଦ୍ଧି ବି ବିପଦ! ଆଇଭିଏଫ୍ (IVF) ଯୋଜନା କରୁଥିଲେ ସାବଧାନ
ପାର୍ବଣର ଉତ୍ସାହ କମିବା ପରେ ଅନେକ ଲୋକ ନିଜ ଶରୀରରେ ଏକ ନୀରବ ପରିବର୍ତନ ଲକ୍ଷ୍ୟ କରିଥାନ୍ତି, ତାଙ୍କର କିଛି କିଲୋଗ୍ରାମ ଓଜନ ବଢିବା ସହ ଶକ୍ତି ସାମାନ୍ୟ ହ୍ରାସ ପାଇଥାଏ । ଏହି ପରିବର୍ତନ କ୍ଷତିହୀନ ମନେ ହୋଇଥାଏ । କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେଉଥାନ୍ତି କିମ୍ବା ଆଇଭିଏଫ ବିଷୟରେ ଚିନ୍ତା କରିଥାନ୍ତି, ସେତେବେଳେ ଓଜନରେ ସାମାନ୍ୟ ବୃଦ୍ଧି ମଧ୍ୟ ହରମୋନ ଓ ମେଟାବଲିଜିମ୍ ଆଧାରିତ ଶରୀରର କାର୍ଯ୍ୟଗୁଡିକୁ ପ୍ରଭାବିତ କରିବା ଆରମ୍ଭ କରିପାରେ ବୋଲି ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ, ଭୁବନେଶ୍ୱରର ଫର୍ଟିଲିଟି ସ୍ପେଶାଲିଷ୍ଟ ଡଃ ରୋହଣି ନାୟକ କହିଛନ୍ତି ।
ଯେତେବେଳେ ସାମାନ୍ୟ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ
ଏକ କିମ୍ବା ଦୁଇ କିଲୋର ସ୍ୱଳ୍ପାବଧି ଓଜନ ବୃଦ୍ଧି ପ୍ରଜନନ କ୍ଷମତାକୁ ଖୁବ୍ କମ୍ ପ୍ରଭାବିତ କରିଥାଏ । ଏହି ଚିନ୍ତା ସେତେବେଳେ ଆରମ୍ଭ ହୋଇଥାଏ ଯେତେବେଳେ ଶରୀରର ଓଜନ ବଡି ମାସ ଇଣ୍ଡେକ୍ସ (ବିଏମଆଇ)କୁ ନିରନ୍ତର ଭାବେ ସୁସ୍ଥ ପରିସରରୁ ଆଗକୁ ବଢାଇଥାଏ । ଗବେଷଣା ଦର୍ଶାଇଛି ଯେ, ୩୦ରୁ ଅଧିକ ବିଏମଆଇ ଥିବା ଜଣେ ମହିଳାଙ୍କ ଆଇଭିଏଫ ସଫଳତା ହାର, ସୁସ୍ଥ ରେଞ୍ଜରେ ଥିବା ମହିଳାଙ୍କ ତୁଳନାରେ ୨୦ରୁ ୩୦% ହ୍ରାସ ପାଇପାରେ । ଏପରିକି ଶରୀରରେ ୫ରୁ ୧୦% ଓଜନ ବୃଦ୍ଧି, ବିଶେଷ କରି ଅନିୟମିତ ଋତୁଚକ୍ର କିମ୍ବା ପିସିଓଏସରେ ପ୍ରଭାବିତ ମହିଳାଙ୍କଠାରେ ଓଭୁଲେଶନ ଶୈଳୀକୁ ବାଧାପ୍ରାପ୍ତ କରିପାରେ ।
ଫ୍ୟାଟ୍ ଟିସ୍ୟୁ ହରମୋନ ଦୃଷ୍ଟିରୁ ସକ୍ରିୟ ଅଟେ । ଏହା ବୃଦ୍ଧି ହେବା ସହିତ ଏଷ୍ଟ୍ରୋଜେନ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ ଯାହା ସାଧାରଣ ଓଭୁଲେଶନ ସଙ୍କେତକୁ ଦ୍ୱନ୍ଦରେ ପକାଇଥାଏ । ଚକ୍ରଗୁଡିକ ଲମ୍ବା ହୋଇପାରେ, ଡିମ୍ବାଣୁର ମାନ ସାମାନ୍ୟ ହ୍ରାସ ପାଇପାରେ ଏବଂ ପ୍ରଜନନ ଔଷଧ ପ୍ରତି ପ୍ରତିକ୍ରିୟା କମ୍ ପୂର୍ବାନୁମାନଯୋଗ୍ୟ ହୋଇପାରେ ।
ପୁରୁଷମାନେ ମଧ୍ୟ ଏହି ପ୍ରଭାବରୁ ମୁକ୍ତ ନୁହନ୍ତି
ଓଜନ ବୃଦ୍ଧି ସ୍ପର୍ମ ବା ଶୁକ୍ରାଣୁର ମାନକୁ ମଧ୍ୟ ପ୍ରଭାବିତ କରିଥାଏ । ବୃହତ ଜନସଂଖ୍ୟା ଅଧ୍ୟୟନଗୁଡିକ ଅଧିକ ଓଜନ ଓ ମେଦବହୁଳତାକୁ ୧୫ରୁ ୨୦% କମ୍ ସ୍ପର୍ମ କନ୍ସେନ୍ଟ୍ରେଶନ ଓ ମୋଟିଲିଟି ସହ ଯୋଡିଛନ୍ତି । ପେଟରେ ଅଧିକ ଚର୍ବି ସ୍କ୍ରୋଟାଲ ତାପମାତ୍ରକୁ ବୃଦ୍ଧି କରିଥାଏ ଏବଂ ଟେଷ୍ଟୋଷ୍ଟେରୋନ ସନ୍ତୁଳନକୁ ପରିବର୍ତନ କରିଥାଏ, ଯାହା ସମୟକ୍ରମେ ଶୁକ୍ରାଣୁର ମାନକୁ ନିମ୍ନ କରିଥାଏ । ଆଇଭିଏଫ ଆରମ୍ଭ କରୁଥିବା ଦମ୍ପତିଙ୍କ ପାଇଁ ଏହା ଭୃଣ ବିକାଶ ଓ ଫର୍ଟିଲାଇଜେଶନ ରେଟ୍କୁ ବହୁମାତ୍ରାରେ ପ୍ରଭାବିତ କରିପାରେ ।
ଆଇଭିଏଫ ପୂର୍ବରୁ ସମୟ କାହିଁକି ଗୁରୁତ୍ୱପୂର୍ଣ୍ଣ
ଗର୍ଭଧାରଣ କରିବା କିମ୍ବା ଚିକିତ୍ସା ସହ ଆଗକୁ ବଢିବା ପାଇଁ ଓଜନ ସଠିକ ରହିବା ଜରୁରୀ ନୁହେଁ । ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ମେଟାବୋଲିକ ସ୍ଥିରତା । ଚିକିତ୍ସା କେନ୍ଦ୍ରଗୁଡିକ ପ୍ରାୟତଃ ବିଏମାଇ ଏକ ନିୟନ୍ତ୍ରିତ ରେଞ୍ଜ ମଧ୍ୟରେ ଥିବା ବେଳେ ଉଭୟ ଗର୍ଭାଶୟ ପ୍ରତିକ୍ରିୟା, ସୁରକ୍ଷିତ ଷ୍ଟିମୁଲେଶନ ଚକ୍ର ଓ ସହଜ ଭୃଣ ସ୍ଥାନାନ୍ତର ପରିଲକ୍ଷିତ କରିଥାନ୍ତି । ଏପରିକି ସାମାନ୍ୟ ଓଜନ ହ୍ରାସ- ଶରୀରର ଓଜନର ୫%- ଅନେକ ରୋଗୀଙ୍କଠାରେ ଓଭୁଲେଶନ ଏବଂ ଇନ୍ସୁଲିନ ସମ୍ବେଦନଶୀଳତାକୁ ଉନ୍ନତ କରୁଥିବା ଦେଖାଯାଇଛି ।
ଭବିଷ୍ୟତ ଦିଗରେ ଏକ ବାସ୍ତବ ମାର୍ଗ
ପାର୍ବଣ ସମୟର ଖାଦ୍ୟଗୁଡିକ ପ୍ରଜନନ କ୍ଷମତାକୁ ଫେରାଇ ଆଣିନଥାନ୍ତି । ଯାହା ସାହାଯ୍ୟ କରିଥାଏ ତାହା ହେଉଛି ସ୍ଥିର ଦିନଚର୍ଯ୍ୟାକୁ ଫେରିଆସିବା, ଯେପରିକି ସନ୍ତୁଳିତ ଆହାର ସେବନ କରିବା, ନିୟମିତ ଚାଲିବା, ନିଦ୍ରା ଶୃଙ୍ଖଳା ଏବଂ ଅତ୍ୟଧିକ ଜଟିଳ ଡାଏଟିଂକୁ ଏଡାଇବା । ଶରୀର ଅତ୍ୟଧିକତା ପରିବର୍ତେ ସ୍ଥିରତାକୁ ଅଧିକ ଭଲ ପ୍ରତିକ୍ରିୟା ଦେଇଥାଏ । ଆଗାମୀ ମାସଗୁଡିକରେ ଆଇଭିଏଫର ଯୋଜନା ରଖିଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ, ଧୀରେ ଧୀରେ ଓଜନ ହ୍ରାସ କରିବା, ଶାରୀରିକ ଓ ଭାବନାତ୍ମକ ଭାବେ ଏକ ଶାନ୍ତ ଓ ଅଧିକ ଅନୁମାନଯୋଗ୍ୟ ଚିକିତ୍ସା ଯାତ୍ରା ସୃଷ୍ଟି କରିଥାଏ ।
Comments are closed.