୪୦୦ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଇଂଲଣ୍ଡର ଦ୍ୱିତୀୟ ଖେଳାଳି ହେଲେ ଜୋସ୍ ବଟଲର
କଲମ୍ବୋ: ଅଭିଜ୍ଞ ୱିକେଟ୍ କିପର-ବ୍ୟାଟର ଜୋସ୍ ବଟଲର ଇଂଲଣ୍ଡର ଦ୍ୱିତୀୟ ଖେଳାଳି ଭାବେ ୪୦୦ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି।
ମଙ୍ଗଳବାର ଦିନ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ (ODI) ମ୍ୟାଚ୍ ସମୟରେ ଏହି ଡାହାଣହାତୀ ବ୍ୟାଟର ଏହି ସଫଳତା ହାସଲ କରିଛନ୍ତି।
୩୫ ବର୍ଷୀୟ ବଟଲର କେବଳ କିମ୍ବଦନ୍ତୀ ବୋଲର ‘ଜେମ୍ସ ଆଣ୍ଡରସନଙ୍କ’ ପଛରେ ଅଛନ୍ତି, ଯିଏକି ଇଂଲଣ୍ଡ ପାଇଁ ସବୁ ଫର୍ମାଟରେ ସର୍ବାଧିକ ମ୍ୟାଚ୍ ଖେଳିଛନ୍ତି। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବୋଲର ଆଣ୍ଡରସନ୍ ଇଂଲଣ୍ଡ ପାଇଁ ୪୦୧ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଏବଂ ସମସ୍ତ ଫର୍ମାଟରେ ୯୯୧ଟି ୱିକେଟ୍ ନେଇଥିଲେ।
ଅନ୍ୟପକ୍ଷରେ, ବଟଲର ଆନ୍ତର୍ଜାତୀୟ କ୍ରିକେଟରେ ୧୪ଟି ଶତକ ସହ ୧୨,୨୯୧ ରନ୍ ସଂଗ୍ରହ କରିଛନ୍ତି।
- ବଟଲରଙ୍କ କ୍ରିକେଟ୍ ପରିସଂଖ୍ୟାନ
- ଟେଷ୍ଟ କ୍ରିକେଟ୍: ୫୭ଟି ମ୍ୟାଚ୍ ଏବଂ ୧୦୦ଟି ଇନିଂସରେ ୩୧.୯୪ ହାରରେ ୨,୯୦୭ ରନ୍ କରିଛନ୍ତି। ଏଥିରେ ୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ସାମିଲ ଅଛି।
- ଦିନିକିଆ (ODI): ୧୯୮ଟି ମ୍ୟାଚ୍ ଏବଂ ୧୭୧ଟି ଇନିଂସରେ ୩୯.୧୧ ହାରରେ ୫,୫୧୫ ରନ୍ ସଂଗ୍ରହ କରିଛନ୍ତି। ସେ ୧୧ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
- ଟି-୨୦ (T20I): ୧୪୪ଟି ମ୍ୟାଚ୍ ଏବଂ ୧୩୨ଟି ଇନିଂସରେ ୩୫.୪୯ ହାରରେ ୩,୮୬୯ ରନ୍ କରିଛନ୍ତି। ଏଥିରେ ୧ଟି ଶତକ ଏବଂ ୨୮ଟି ଅର୍ଦ୍ଧଶତକ ସାମିଲ ଅଛି।
Comments are closed.