ଡିଜିଟାଲ ପ୍ଲାଟଫର୍ମ “ECINET” ର ଶୁଭାରମ୍ଭ
ଭୁବନେଶ୍ୱର, ୨୨ ଜାନୁଆରୀ ୨୦୨୬: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଆଜି ଭାରତ ଆନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ (ଆଇଆଇସିଡିଇଏମ୍-୨୦୨୬)ରେ ନିଜର ଏକକ ଡିଜିଟାଲ୍ ପ୍ଲାଟଫର୍ମ ଇସିଆଇ ନେଟ(ECINET) ଆରମ୍ଭ କରିଛନ୍ତି। ଏହି ତିନିଦିନିଆ ସମ୍ମିଳନୀ ଜାନୁଆରୀ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍, ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି।
ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଶ୍ରୀ ଜ୍ଞାନେଶ୍ କୁମାର, ନିର୍ବାଚନ କମିଶନର (EC) ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ଏହି ପ୍ଲାଟଫର୍ମ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ଓ ସେବା ପାଇଁ ଏକକ ଡିଜିଟାଲ୍ ପୋର୍ଟାଲ୍ ଭାବେ କାର୍ଯ୍ୟ କରିବ।୨୦୨୫ ମେ ମାସରେ ଏହାର ବିକାଶ କରାଯାଇଥିଲା।
ଏହା ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ ନିର୍ବାଚନୀ ପ୍ଲାଟଫର୍ମ ଭାବେ ପରିଚିତ ହେବ, ଯାହା ୪୦ରୁ ଅଧିକ ଆପ୍ସ୍ ଓ ପୋର୍ଟାଲ୍କୁ ଏକୀକୃତ କରିଛି।
ଉଦ୍ଘାଟନ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାର କହିଥିଲେ ଯେ, ECINET ସମ୍ପୂର୍ଣ୍ଣ ଭାବେ ଆଇନସମ୍ମତ ଭାବରେ ବିକାଶ କରାଯାଇଛି ଏବଂ ଇଂରାଜୀ ଭାଷା ସହ ୨୨ଟି ଅନୁସୂଚିତ ଭାଷାରେ ଉପଲବ୍ଧ । ସେ ଆନ୍ତର୍ଜାତୀୟ ନିର୍ବାଚନ ପରିଚାଳନା ସଂସ୍ଥାମାନଙ୍କୁ ନିଜ-ନିଜ ଦେଶର ଆଇନ ଓ ଭାଷା ଅନୁଯାୟୀ ଏପରି ଡିଜିଟାଲ ପ୍ଲାଟଫର୍ମ ବିକାଶ ପାଇଁ ଭାରତ ସହ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।
ନିର୍ବାଚନ କମିଶନର ଡ଼. ସୁଖବୀର ସିଂହ ସାନ୍ଧୁ କହିଥିଲେ ଯେ, ECINET ନିର୍ବାଚନ ପରିଚାଳନା ସଂସ୍ଥାମାନଙ୍କ ପାଇଁ ଭରସା ବୃଦ୍ଧିରେ ସହାୟକ ହେବା ସହ ସ୍ୱଚ୍ଛତା ବଢ଼ାଇବ, ସମସ୍ତ କାର୍ଯ୍ୟର ନିରୀକ୍ଷଣ ସୁବିଧା ଦେବ ଏବଂ ଦ୍ରୁତ ନିଷ୍ପତ୍ତି ଓ ସୂଚନା ପ୍ରଚାରକୁ ସହଜ କରିବ।
ନିର୍ବାଚନ କମିଶନର ଡ଼. ବିବେକ ଯୋଶୀ କହିଥିଲେ ଯେ, ଏହି ସମ୍ମିଳନୀ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶର ନିର୍ବାଚନ ସଂସ୍ଥାମାନେ ପ୍ରଯୁକ୍ତି ଓ ଡିଜିଟାଲ ନୂତନତା ଗ୍ରହଣ ସମ୍ପର୍କରେ ଅନୁଭବ ବିନିମୟ କରିବାର ସୁଯୋଗ ପାଇବେ।
ଇସିଆଇର ଡିଜିଟାଲ୍ ସୂଚନା ବିଭାଗର ନିର୍ଦ୍ଦେଶକ ଡ଼. ସୀମା ଖନ୍ନା କହିଛନ୍ତି ଯେ,ସାଇବର ସୁରକ୍ଷା ECINET ର ମୁଖ୍ୟ ଆଧାର ସ୍ଥମ୍ଭମାନଙ୍କ ମଧ୍ୟରୁ ଗୋଟିଏ। ଏହା କେବଳ ସହାୟକ ନୁହେଁ, ବରଂ ଏକ କୌଶଳଗତ ସକ୍ଷମକରଣ ଉପାଦାନ ଭାବେ କାମ କରିବ। ECINET ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, କାର୍ଯ୍ୟକ୍ଷମତା, ବିଶ୍ୱସନୀୟତା ଓ ସାଧାରଣ ଜନତା ଙ୍କର ଭରସାକୁ ବଢ଼ାଇବ ବୋଲି ସେ କହିଥିଲେ।
ଏହା ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ ନିର୍ବାଚନୀ ପ୍ଲାଟଫର୍ମ ଭାବେ ପରିଚିତ ହେବ, ଯାହା ୪୦ରୁ ଅଧିକ ଆପ୍ସ୍ ଓ ପୋର୍ଟାଲ୍କୁ ଏକୀକୃତ କରିଛି।
ସିଇସି ଶ୍ରୀ ଜ୍ଞାନେଶ୍ କୁମାର କହିଥିଲେ ଯେ, ଇସିଆଇନେଟ୍ ଭାରତୀୟ ସଂବିଧାନ, ଜନପ୍ରତିନିଧି ଆଇନ୍ ୧୯୫୦ ଓ ୧୯୫୧, ନିର୍ବାଚକ ପଞ୍ଜୀକରଣ ନିୟମାବଳୀ ୧୯୬୦ ଏବଂ ନିର୍ବାଚନ ନିୟମାବଳୀ ୧୯୬୧ ଅନୁଯାୟୀ ପୂର୍ଣ୍ଣ ଅନୁପାଳନରେ ବିକଶିତ ହୋଇଛି।
ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଶ୍ରୀ ଆର୍.ଏସ୍ ଗୋପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଉପସ୍ଥାପନ କରି କହିଥିଲେ ଯେ,ଭୋଟ୍ ଗଣତି ଏବଂ ଟ୍ୟାବୁଲେସନ୍ରେ ସ୍ୱଚ୍ଛତା ଏବଂ ସଠିକତାର ଗୁରୁତ୍ୱକୁ ଉଜାଗର କରିଥିଲେ। ଜର୍ଜିଆ, ଟ୍ୟୁନିସିଆ ଏବଂ ଗୁଏନାର ନିର୍ବାଚନ ପରିଚାଳନା ସଂସ୍ଥା (EMBs)ର ପ୍ରତିନିଧିମାନଙ୍କ ସହିତ ଯୋଗ ଦେଇ ସେମାନେ ମଧ୍ୟ ନିଜ ନିଜର ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ଆଲୋକପାତ କରିଥିଲେ, ଯାହା ନିର୍ବାଚନ ଫଳାଫଳରେ ସତ୍ୟତା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏକ ସାଧାରଣ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିବାରେ ସହାୟକ ହେବ।
ECINET ମାଧ୍ୟମରେ ଭୋଟର ପଞ୍ଜିକରଣ, ଭୋଟର ତାଲିକା ସନ୍ଧାନ, ଆବେଦନ ଟ୍ରାକିଂ, ‘ନୋ ଇଓର କ୍ୟାଣ୍ଡିଡେଟ୍’, ନିର୍ବାଚନ କର୍ମକର୍ତ୍ତାଙ୍କ ସହ ସଂଯୋଗ, ବୁକ୍-ଏ-କଲ୍ ଉଇଥ ବୁଥ ଲେବେଲ ଅଫିସର, e-EPIC ଡାଉନଲୋଡ୍, ପୋଲିଂ ଟ୍ରେଣ୍ଡ, ଅଭିଯୋଗ ନିରାକରଣ ସହିତ ସମସ୍ତ ମୁଖ୍ୟ ସେବା ଗୋଟିଏ ସୁରକ୍ଷିତ ପ୍ଲାଟଫର୍ମରେ ଉପଲବ୍ଧ ହେବ।
୨୦୨୫ ବିହାର ବିଧାନସଭା ନିର୍ବାଚନ ଓ ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ସମୟରେ ECINET ର ବିଟା ସଂସ୍କରଣ ସଫଳତାର ସହ ଆରମ୍ଭ ହୋଇଥିଲା।
ବିଟା ରିଲିଜ୍ ପରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ପଞ୍ଜିକରଣ ଫର୍ମ ପ୍ରକ୍ରିୟାକରଣ ଯାହା ହାରାହାରି ୨.୭ ଲକ୍ଷ ଦୈନିକ, ୧୧ ଲକ୍ଷରୁ ଅଧିକ ବିଏଲଓ ପଞ୍ଜିକରଣ ଏବଂ ୧୫୦ କୋଟିରୁ ଅଧିକ ଡକ୍ୟୁମେଣ୍ଟ ଡିଜିଟାଇଜେସନ୍ କରାଯାଇଛି। ଏହା ମାଧ୍ୟମରେ ତୃଣମୂଳ ସ୍ତରରୁ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟ ନିରୀକ୍ଷଣ ମଧ୍ୟ ସହଜ ହେଇପାରିବ।
ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ , ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର ,ଡେ଼ପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ, ଡେ଼ପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ଏବଂ ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.