T20 World Cup 2026 : କ’ଣ ସତରେ ବିଶ୍ୱକପ ଖେଳିପାରିବ ବାଲାଂଦେଶ, ପଢନ୍ତୁ ପୂରା ଖବର
T20 World Cup 2026 : ବର୍ତ୍ତମାନ ବାଲାଂଦେଶ କ୍ରିକେଟ ବୋର୍ଡ ପାଇଁ ଏହା ନିଷ୍ପତି ନେବାର ସମୟ ଅଟେ । ବାଲାଂଦେଶ ଦଳ T20 World Cup 2026 ଖେଳିପାରିବ କିମ୍ବା ନାହିଁ ଆଜି (ଗୁରୁବାର) ଜଣାପଡିଯିବ । ଭାରତରେ ବାଲାଂଦେଶ ଦଳର ଖେଳିବାର ସୁରକ୍ଷାକୁ ନେଇ ବିସିବି ଯେଉଁଚିନ୍ତା ପ୍ରକଟ କରିଥିଲା ତାହା ଆଇସିସି ଭିତ୍ତିହୀନ କହିବା ସହ ୨୪ ଘଂଟାର ସମୟ ସୀମା ଦେଇଛି । ଯାହାକି ଆଜି ସରିବାକୁ ଯାଉଛି । ବିଶ୍ୱକପ ଯଦି ଖେଳିବାର ଅଛି ତେବେ ଭାରତରେ ଖେଳିବାକୁ ହିଁ ପଡିବ ଏବଂ ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ନାହିଁ । ଯଦି ବାଲାଂଦେଶ ଦଳ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ମନା କରିଦିଏ ତେବେ ସ୍କଟଲାଣ୍ଡ ତାକୁ ରିପ୍ଲେସ କରିଦେବ ।
ଆଇସିସି ଡେଡଲାଇନର ଓଲଟା ଗଣିତି ବର୍ତ୍ତମାନ ଚାଲିଛି । ଏବଂ ବର୍ତ୍ତମାନ ବିସିବି କୌଣସି ପ୍ରକାରର ନିଷ୍ପର୍ଷ ବାହାର କରି ନାହିଁ । ବିସିବି ଏବଂ ସରକାରୀ ଅଧିକାରୀ ଖେଳାଳୀଙ୍କ ସହ ସଂପର୍କ କରିବାକ ପାଇଁ ନିଷ୍ପତି ନେଇଛନ୍ତି । ଖେଳାଳୀ ଏବଂ ବିସିବ ର ଇଚ୍ଛା ବିଶ୍ୱକପ ଖେଳିବା ପାଇଁ କିନ୍ତୁ ବାଲାଂଦେଶ ସରକାର ଯଦି ନିଜ ଜିଦ ଅଟଳ ରୁହେ ତେବେ ବାଲାଂଦେଶ ଟି-୨୦ ବିଶ୍ୱକପ ଖେଳିବାରୁ ବଂଚିତ ରହିବ ।
Comments are closed.