ଭଲ ନିଦ୍ରା ପାଇଁ Almond ଅତ୍ୟନ୍ତ ଜରୁରୀ

Share It

ଭୁବନେଶ୍ୱର : ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନିଦ୍ରା ଏକ ମୁଖ୍ୟ଼ ସମସ୍ୟା ପାଲଟିଛି। କିନ୍ତୁ ଆପଣ ଜାଣନ୍ତି କି, କେବଳ ମୁଠାଏ Almond ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ । ବିଶେଷଜ୍ଞଙ୍କ ମତରେ, ଭଲ ନିଦ୍ରା ପାଇଁ Almond ଅତ୍ୟନ୍ତ ଜରୁରୀ। ତେବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ୨୦୨୬ ବର୍ଷକୁ ଅତି ସରଳ ଓ ସକାରାତ୍ମକ ଭାବେ ସ୍ୱାଗତ କରିଛନ୍ତି। ଅନନ୍ୟା ନିଜର ଦୈନନ୍ଦିନ ଜୀବନରେ ଭଲ ନିଦ, ପର୍ଯ୍ୟାପ୍ତ ପାଣି ଏବଂ ନିୟମିତ ବ୍ୟାୟାମ ସହିତ ପ୍ରତିଦିନ ସକାଳେ ‘ଏକ ମୁଠା California Almonds ‘ ଖାଇବାକୁ ନିଜର ରୁଟିନ୍‌ରେ ସାମିଲ କରିଛନ୍ତି। Almond ରେ ଥିବା ଭିଟାମିନ୍‌-ଇ ଶରୀରକୁ ଶକ୍ତି ଯୋଗାଇବା ସହ ତ୍ୱଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ।

Also Read : ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆଲମଣ୍ଡ ଜାଣନ୍ତୁ


ସମୟ କେତେ ଶୀଘ୍ର ବିତିଯାଉଛି ଏବଂ ‘ନୂଆ ବର୍ଷ, ନୂଆ ମୁଁ’ ଭଳି ଚିନ୍ତାଧାରା ମନରେ କିପରି ଚାପ ସୃଷ୍ଟି କରୁଛି, ସେକଥାକୁ ଅନନ୍ୟା ସ୍ୱୀକାର କରିଛନ୍ତି। ସେଥିପାଇଁ ଅସମ୍ଭବ ଲକ୍ଷ୍ୟ ପଛରେ ନଗୋଡ଼ାଇ ସେ ଏକ ସହଜ ପଦ୍ଧତି ଆପଣାଇଛନ୍ତି, ଯେଉଁଥିରେ ଛୋଟ କିନ୍ତୁ ସ୍ଥାୟୀ ଅଭ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଛି। ଭଲ ନିଦ ଶୋଇବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ନିୟମିତ ବ୍ୟାୟାମ କରିବା ସହିତ ଏକ ମୁଠା କାଲିଫର୍ଣ୍ଣିଆ ଆଲମଣ୍ଡ ଖାଇବା ତାଙ୍କ ଜୀବନଶୈଳୀର ଅଂଶ।
ସେ ନିଜ ସକାଳ ରୁଟିନ୍‌ର ଏକ ସହଜ ଅଭ୍ୟାସ ବିଷୟରେ ମଧ୍ୟ କହିଛନ୍ତି, ଯାହା ହେଉଛି ଦିନର ଆରମ୍ଭ ଏକ ମୁଠା California Almonds ସହିତ କରିବା। ଶକ୍ତିର ଏକ ପ୍ରାକୃତିକ ଉତ୍ସ ଭାବରେ ଆଲମଣ୍ଡ ତାଙ୍କୁ ଦିନସାରା ସଚଳ ରଖିବାରେ ସାହାଯ୍ୟ କରେ। ଏଥିସହିତ, ଏଥିରେ ଥିବା ସ୍ୱାସ୍ଥ୍ୟକର ଚର୍ବି ଏବଂ ଭିଟାମିନ୍‌-ଇ ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ବୟସର ଛାପ ଦୂର କରିବାରେ (ଆଂଟି ଏଜିଙ୍ଗ) ସାହାଯ୍ୟ କରିଥାଏ।


Share It

Comments are closed.