ନୂତନ ବର୍ଷରେ TPWODL କର୍ତ୍ତୃପକ୍ଷଙ୍କୁ WESCO ଇଂଜିନିୟର୍ସଙ୍କ ଶୁଭେଚ୍ଛା

Share It

ଭୁବନେଶ୍ୱର: ନୂତନ ବର୍ଷ ଉପଲକ୍ଷେ WESCO ଇଂଜିନିୟର୍ସ ସର୍ଭିସ ଆସୋସିଏସନର ପ୍ରମୁଖ କର୍ମକର୍ତାମାନେ TPWODL ର ବରିଷ୍ଠ ନେତୃତ୍ୱଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆସୋସିଏସନର ସଦସ୍ୟମାନେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ପ୍ରବୀଣ ବର୍ମା ଏବଂ ମାନବ ସମ୍ବଳ (ଏଚଆର) ମୁଖ୍ୟ ଶ୍ରୀ କସମୋ ଲାକ୍ରାଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଏହି ସାକ୍ଷାତକାର ସମୟରେ ଇଂଜିନିୟର ସଂଘ ଏବଂ ପରିଚାଳନା କର୍ତୃପକ୍ଷଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା । ଆସୋସିଏସନ ପକ୍ଷରୁ କର୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଯାଇଥିବା ବେଳେ, ସିଇଓ ଶ୍ରୀ ବର୍ମା ଏବଂ ଏଚଆର ମୁଖ୍ୟ ଶ୍ରୀ ଲାକ୍ରା ମଧ୍ୟ ସମସ୍ତ କର୍ମଚାରୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । କମ୍ପାନୀର ଉଭୟ ମୁଖ୍ୟ ସମସ୍ତ ଇଂଜିନିୟର ଏବଂ କର୍ମଚାରୀଙ୍କ ଉତମ ସ୍ୱାସ୍ଥ୍ୟ କାମନା କରିବା ସହିତ ଆଗାମୀ ଦିନରେ ସେମାନଙ୍କର କ୍ୟାରିଅର ବା ବୃତିଗତ ଉନ୍ନତି ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଟିମ୍‌ୱାର୍କ ଏବଂ ଉତ୍ସର୍ଗୀକୃତ ମନୋଭାବ ସହିତ କାର୍ଯ୍ୟ କରିବାକୁ ଏହି ଅବସରରେ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ଏହି ସାକ୍ଷାତକାର ଫଳରେ ସଂଘ ଏବଂ ପରିଚାଳନା କମିଟି ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହୋଇଛି ।


Share It

Comments are closed.