ବ୍ୟାସକବି ଫକୀରମୋହନ ଜାତୀୟ ଆଲୋଚନା ଚକ୍ର ଆୟୋଜିତ

Share It

ଭୁବନେଶ୍ୱର, ୧୫ ଜାନୁଆରୀ,୨୦୨୬ : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଫକୀର ମୋହନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ନେଇ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମଭୂଷଣ ଡ଼. ପ୍ରତିଭା ରାୟ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ଡ଼. ପ୍ରତିଭା ରାୟ ବ୍ୟାସକବି ଫକୀରମୋହନଙ୍କ ସାରସ୍ୱତ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟକୁ ବଞ୍ଚାଇ ରଖିବା ଏବଂ ଏହାର ପ୍ରଚାର ଓ ପ୍ରସାର କରିବାରେ ବ୍ୟାସକବି ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ ବୋଲି ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ “ଫକୀରମୋହନ ସେନାପତିଙ୍କ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା”, “ଓଡ଼ିଆ ଆତ୍ମଜୀବନୀ ଇତିହାସରେ ଫକୀରମୋହନଙ୍କ ଆତ୍ମଚରିତ” ଶୀର୍ଷକକୁ ନେଇ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସାଧକମାନେ ଆଜିର ଆଲୋଚନା ଚକ୍ରରେ ଭାଗନେଇ ବ୍ୟାସକବିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ରଚିତ କବିତା, ଗଳ୍ପ ଓ ଉପନ୍ୟାସ ଆଦିର ବିଶ୍ଳେଷଣ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Share It

Comments are closed.