ଏଲିଭେଟଏଡିଭି ଏଡିସନର ଶୁଭାରମ୍ଭ ସହିତ ହୋଣ୍ଡା ଏଲିଭେଟ ଶୃଙ୍ଖଳାକୁ ସମୃଦ୍ଧ କରିଛି
ଭୁବନେଶ୍ୱର, ୧୨ ଜାନୁଆରୀ ୨୦୨୬: ପ୍ରିମିୟମ କାରଗୁଡିକର ଏକ ଅଗ୍ରଣୀ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ଆଜି ଭାରତୀୟ ବଜାର ପ୍ରତି ନିଜର ମଜବୁତ ଓ ଦୀର୍ଘକାଳିନ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଭାରତ ପାଇଁ ଏକ ମହତ୍ୱାକାଂକ୍ଷୀରୋଡମ୍ୟାପକୁହାଇଲାଇଟ କରିଛି ଯେଉଁଥିରେ ୨୦୩୦ ସୁଦ୍ଧା ୭ଟି ଏସୟୁଭି ସମେତ ୧୦ଟି ଲଂଚ ଅନ୍ତର୍ଭୁକ୍ତ ରହିଛି । ଏଥିରେ ନିକଟରେ ପ୍ରଦର୍ଶିତ ହୋଇଥିବା ହୋଣ୍ଡା ୦ α (ଆଲ୍ଫା) ମଧ୍ୟ ସାମିଲ ରହିଛି, ଭାରତୀୟ ବଜାର ପାଇଁ ଏଚସିଆଇଏଲର ପ୍ରଥମ ବ୍ୟାଟେରୀ ଇଲେକ୍ଟ୍ରିକ ଯାନ, ଯାହାକି ୨୦୨୬-୨୭ ଆର୍ଥିକ ବର୍ଷର ୨ୟ ଭାଗରେ ଲଂଚ କରାଯିବ ।
ଆରମ୍ଭ ବିନ୍ଦୁକୁ ଫେରିଯାଇ ନୂଆ ଇଭିସିରିଜ ବିକଶିତ କରିବା କ୍ଷେତ୍ରରେ ହୋଣ୍ଡାର ପ୍ରତିଜ୍ଞାକୁ ସୂଚିତ କରୁଥିବା ଏକ ନୂଆ ଇଭିସିରିଜ ହୋଣ୍ଡା ୦ (ଜିରୋ) ସିରିଜର ଏକ ଅଂଶ ହୋଣ୍ଡା ୦ α (ଆଲ୍ଫା)କୁ ଜାପାନ ମୋବିଲିଟି ଶୋ’ ୨୦୨୫ରେ ଏକ ପ୍ରୋଟୋଟାଇପ ଭାବେ ପ୍ରଦର୍ଶିତ କରାଯାଇଥିଲା । ଏହି ମଡେଲ ହୋଣ୍ଡା ୦ ସିରିଜର ଦୁନିଆରେ ଏକ ପ୍ରମୁଖ ‘ଗେଟ୍ୱେ ମଡେଲ’ ଭାବେ କାର୍ଯ୍ୟ କରିବ ଯାହା ହୋଣ୍ଡାର ଆନ୍ତର୍ଜାତୀୟ ବ୍ୟବସାୟ କ୍ଷେତ୍ରରେ ଭାରତର ରଣନେନୌତିକମହତ୍ୱକୁ ଆଲୋକିତ କରୁଛି । ହୋଣ୍ଡାର ‘ମେକ ଇନ ଇଣ୍ଡିଆ’ ଲକ୍ଷ୍ୟକୁ ସୁଦୃଢ କରି ହୋଣ୍ଡା ୦ α (ଆଲ୍ଫା)କୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯିବ ଏବଂ ଅନ୍ୟ ଆନ୍ତର୍ଜାତୀୟ ବଜାରଗୁଡିକୁ ରପ୍ତାନୀ କରାଯିବ, ଏହା ରପ୍ତାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଭାରତକୁ ଅବସ୍ଥାପିତ କରିବ ।
ଏହାର ଭବିଷ୍ୟତ ମଡେଲଗୁଡିକରଲଂଚ ବ୍ୟତୀତ କମ୍ପାନୀ ସ୍ୱତନ୍ତ୍ର ସଂସ୍କରଣ ଓ ଉନ୍ନତ ଗ୍ରେଡ ସହ ବଜାରରେ ଉତ୍ସାହ ଯୋଗ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି । ଏହାକୁ ଆଗକୁ ବଢାଇ ହୋଣ୍ଡା ପକ୍ଷରୁ ଏଲିଭେଟଏଡିଭି ଏଡିସନର ଶୁଭାରମ୍ଭ କରାଯାଇଛି, ଯାହା ଏହାର ଲୋକପ୍ରିୟ ଏଲିଭେଟଏସୟୁଭି ଶୃଙ୍ଖଳାକୁ ଆହୁରି ସମୃଦ୍ଧ କରୁଛି । ସକ୍ରିୟ ଓ ଗତିଶୀଳ ଜୀବନ ବଂଚୁଥିବା ଯୁବ ଉପଭୋକ୍ତାଙ୍କ ପାଇଁ ବିକଶିତ ଏହି ନୂତନ ଫ୍ଲାଗସିପଗ୍ରେଡ ଏକ ଅଧିକ ସ୍ପୋର୍ଟି ଓ ସ୍ୱତନ୍ତ୍ରଲୁକ୍ରେଏଲିଭେଟରମଜବୁତ ଡିଜାଇନ, ଉତ୍ସାହଜନକ ଆଇ-ଭିଟିଇସି ପ୍ରଦର୍ଶନ ଓ ଆଡ୍ଭାନ୍ସଡ ହୋଣ୍ଡା ସେନ୍ସିଙ୍ଗସେଫ୍ଟିଫିଚରଗୁଡିକୁ ଏକତ୍ରିତ କରିଛି । ଏହା ଉପଯୁକ୍ତ ଭାବେ ଏହାର ସ୍ଥିତିକୁ ପ୍ରତିଫଳନ କରୁଛି: ବୋଲ୍ଡ, ମୁଭ୍ ।
ଭବିଷ୍ୟତର ରୋଡମ୍ୟାପ ଓ ଏଲିଭେଟଏଡିଭି ଏଡିସନର ଶୁଭାରମ୍ଭ ସମ୍ପର୍କରେ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର ମାର୍କେଟିଂ ଓ ସେଲ୍ସ୍ ବିଭାଗର ଉପାଧ୍ୟକ୍ଷକୁନାଲ ବେହେଲ କହିଛନ୍ତି, “ଭାରତରେ ଆମର ଯାତ୍ରା ଏକ ଉତ୍ସାହଜନକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଆମେ ୨୦୩୦ ସୁଦ୍ଧା ୧୦ଟି ମଡେଲ ଲଂଚ କରିବାକୁ ଯୋଜନା ରଖିଛୁ, ଯାହା ବଜାର ଓ ଆମର ଗ୍ରାହକଙ୍କ ପ୍ରତି ଆମର ମଜବୁତ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଭୁବନେଶ୍ୱର ଭଳି ବଜାର ଆମର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଜାରି ରଖିଛି, ଯାହା ଏକ ମଜବୁତ ଗ୍ରାହକ ଆଧାର ଓ ପ୍ରିମିୟମ ଯାତାୟତ ସମାଧାନ ପାଇଁ ବଢୁଥିବା ଚାହିଦା ଦ୍ୱାରା ସମର୍ଥିତ ଅଟେ । ଏକ ବୃହତ ଓ ବିଶ୍ୱସନୀୟ ଗ୍ରାହକ ଆଧାର ଦ୍ୱାରାସମର୍ଥିତ ଓଡିଶା ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟରୁ ଅନ୍ୟତମ ଅଟେ ଯାହା ଆମର ସାମଗ୍ରିକ ବିକ୍ରି ପରିମାଣରେ ଯୋଗଦାନ ଦେଉଛି । ହୋଣ୍ଡା ସିଟି, ହୋଣ୍ଡା ଏଲିଭେଟ ଓ ହୋଣ୍ଡା ଅମଜ ସମେତ ଆମର ସମସ୍ତ ମଡେଲଗୁଡିକୁ ଓଡିଶାରେ ନିରନ୍ତର ଭାବେ ଗ୍ରହଣ କରାଯାଉଛି । ଆମେ ନିଶ୍ଚିତ ଯେ, ନୂଆ ଏଲିଭେଟଏଡିଭି ଏଡିସନ ଗ୍ରାହକଙ୍କ ସହ ଦୃଢ ଭାବେ ପ୍ରତିଧ୍ୱନିତ୍ୱ କରିବ ଏବଂ ହୋଣ୍ଡା ପରିବାରରେ ଆହୁରି ଅନେକଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛୁ ।”
ବୋଲ୍ଡ ଓ ଷ୍ଟାଇଲିଶ ହୋଣ୍ଡା ଏଲିଭେଟଏଡିଭି ଏଡିସନର ଶୁଭାରମ୍ଭ:
ଏଲିଭେଟଏଡିଭିରେ ଉଭୟ ଏକ୍ସଟେରିୟର ଓ ଇଂଟେରିୟରପରିବର୍ତନ କରାଯାଇଛି । ଏକ୍ସଟେରିୟର ଡିଜାଇନ ବୋଲ୍ଡଏକ୍ସକ୍ଲୁସିଭଅପ୍ଗ୍ରେଡ ହାସଲ କରିଛି ଯାହା ଏହାକୁ ରାସ୍ତାରେ ସ୍ୱତନ୍ତ୍ର ଉପସ୍ଥିତି ପ୍ରଦାନ କରୁଛି । ହୋଣ୍ଡା ଏଲିଭେଟଏଡିଭିରକ୍ୟାବିନରେ ଏକ ହାଇ-ଏନର୍ଜି, ବୋଲ୍ଡ ବ୍ଲାକ ଇଂଟେରିୟରଥିମ ସହିତ ଆକର୍ଷଣୀୟ ଅରେଞ୍ଜ ଆକ୍ସେସଡିଟେଲିଂ ରହିଛି । ବ୍ଲାକ ଇଂଟେରିୟରରେ ଅରେଞ୍ଜ ଆକ୍ସେଂଟରପ୍ଲେସମେଂଟ ଚାଳନା ଅନୁଭୂତିର ଉତ୍ସାହକୁ ଆହୁରି ବୃଦ୍ଧି କରିଛି । ଏଲିଭେଟରେ ଏହି ପ୍ରଭାବଶାଳୀ ପରିବର୍ତନଗୁଡିକ ଏକ ଦୃଶ୍ୟାତ୍ମକ ପରିଚୟ ସୃଷ୍ଟି କରୁଛି ଯାହା ଉଭୟ ଆତ୍ମବିଶ୍ୱାସପୂର୍ଣ୍ଣ ଓ ଆଧୁନିକ ଅଟେ ।
ବୋଲ୍ଡଏକ୍ସଟେରିୟର
ଏଲିଭେଟଏଡିଭି ଏଡିସନ ଏହାର ବ୍ଲାକ ସରାଉଣ୍ଡ ସହ ନୂତନ ଗ୍ଲସି ବ୍ଲାକ ଆଲ୍ଫା-ବୋଲ୍ଡ ପ୍ଲସ ଫ୍ରଂଟଗ୍ରିଲ ଏବଂ ବୋଲ୍ଡ ଅରେଞ୍ଜ ହାଇଲାଇଟ ସହିତ ଏକ ହୁଡ ଡେକାଲଦ୍ୱାରାସ୍ୱତନ୍ତ୍ର ହୋଇଛି, ଯାହା ମିଳିତ ଭାବେ ରାସ୍ତାରେ ଏକ ଆକର୍ଷଣୀୟ ଓ ଦୃଢ ଉପସ୍ଥିତି ସୃଷ୍ଟି କରୁଛି । ଏହି ସୁଦୃଢ ଦୃଶ୍ୟାତ୍ମକ ପରିଚୟକୁ ପରିପୂର୍ଣ୍ଣ କରୁଛି ଏହାର ବ୍ଲାକ ରୁଫ୍ ରେଲ, ଓଆରଭିଏମ, ଅପର ଗ୍ରିଲମୋଲ୍ଡିଙ୍ଗ, ଡୋର ମୋଲ୍ଡିଙ୍ଗ, ୱିଣ୍ଡୋ ବେଲ୍ଟଲାଇନମୋଲ୍ଡିଙ୍ଗ, ସାର୍କ ଫିନଆଂଟେନା ଓ ହ୍ୟାଣ୍ଡେଲ, ଏସବୁକୁ ଏକ୍ସଟେରିୟରରଲୁକ୍କୁ ଉନ୍ନତ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଉପାଦାନଗୁଡିକ ଏଲିଭେଟଏଡିଭି ଏଡିସନର ନିର୍ଭୀକ ଓ ଆତ୍ମବିଶ୍ୱାସୀ ଡିଜାଇନ ଷ୍ଟେଟମେଂଟକୁ ଆହୁରି ଉନ୍ନତ କରୁଛି ।
ବୋଲ୍ଡ ଓ ସ୍ପୋର୍ଟିଇଂଟେରିୟର
ଏଲିଭେଟଏଡିଭି ଏଡିସନର ଇଂଟେରିୟରରେ ଏକ ସ୍ଲିକ ଅଲ୍-ବ୍ଲାକ କ୍ୟାବିନ ସହ ବୋଲ୍ଡ ଅରେଞ୍ଜ ଷ୍ଟିଚିଙ୍ଗ ଓ ଆସେଂଟ ରହିଛି ଯାହା ଏହାକୁ ଏକ ସତେଜ ଓ ପ୍ରିମିୟମଭାଇବ ଦେଉଛି । ବ୍ଲାକ ସିଟ୍ ସହ ଅରେଞ୍ଜ ଷ୍ଟିଚିଙ୍ଗ ଏବଂ ଫ୍ରଂଟ ଓ ରିୟରରେଏମ୍ବସ୍ଡଏଡିଭି ଲୋଗୋ ଏକ ବ୍ୟକ୍ତିଗତ, ଷ୍ଟାଇଲିଶଟଚ୍ ପ୍ରଦାନ କରୁଛି । ଏସି ନବ୍, ଗ୍ରିର ନବ ମୋଲ୍ଡିଙ୍ଗ ଓ ଡୋର ଟ୍ରିମଗୁଡିକରେ ଅରେଞ୍ଜ ହାଇଲାଇଟଗୁଡିକକ୍ୟାବିନକୁସ୍ୱତନ୍ତ୍ର ଅନୁଭବ କରାଉଛି ।
ଏଡିଭି ଏଡିସନକୁ ମିଟିଅରଏଡଗ୍ରେମେଟାଲିକ ଓ ଲୁନାର ସିଲ୍ଭରମେଟାଲିକକଲରରେ, ଉଭୟ ସିଙ୍ଗଲଟୋନ ଓ ଡୁଆଲଟୋନଏକ୍ସଟେରିୟର କଲର ଅପ୍ସନରେ ଉପଲବ୍ଧ କରାଯିବ ।
ଏଲିଭେଟଏଡିଭି ଏଡିସନ ଏକ ୧.୫ଲିଟର ଆଇ-ଭିଟିଇସି ପେଟ୍ରୋଲ ଇଞ୍ଜିନ ଦ୍ୱାରା ପରିଚାଳିତ ଯାହା ପ୍ୟାଡେଲସିଫ୍ଟର ସହିତ ଉଭୟ ୬ ସ୍ପିଡମାନୁଆଲ ଓ ୭-ସ୍ପିଡ ସିଭିଟିଅଟୋମାଟିକଟ୍ରାନ୍ସମିଶନ ସହ ଉପଲବ୍ଧ ହେଉଛି । ଏହି ଏସୟୁଭି ଏହାର ବୃହତକାର୍ଗୋସ୍ପେଶ, ହାଇ ଗ୍ରାଉଣ୍ଡ କ୍ଲିଅରାନ୍ସ ଏବଂ ଆରାମଦାୟକ, ପ୍ରଶସ୍ତ ଇଂଟେରିୟର ସହ ସ୍ୱତନ୍ତ୍ର ଭାବେ ଉଭା ହେଉଛି, ଯାହା ଏହାକୁ ଦୈନନ୍ଦିତ ଯାତାୟତ ସହ ଲମ୍ବା ଯାତ୍ରା ପାଇଁ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି ।
ହୋଣ୍ଡା ପାଇଁ ସୁରକ୍ଷା ଏକ ଶୀର୍ଷ ପ୍ରାଥମିକତା ଭାବେ ବଜାୟ ରହିଛି ଏବଂ ଏଲିଭେଟଏଡିଭି ଏଡିସନ ଏକ ଆଡ୍ଭାନ୍ସହ ଡ୍ରାଇଭର-ଆସିଷ୍ଟ ସିଷ୍ଟମ (ଏଡିଏଏସ) ହୋଣ୍ଡା ସେନ୍ସିଙ୍ଗ ସହ ସୁସଜ୍ଜିତ ହୋଇଆସୁଛି ଯେଉଁଥିରେ କୋଲାଇଜନମିଟିଗେଶନବ୍ରେକିଂ ସିଷ୍ଟମ, ଲେନକିପଆସିଷ୍ଟ, ରୋଡ ଡିପାର୍ଚରମିଟିଗେଶନ, ଆଡାପ୍ଟିଭ କ୍ରୁଜ କଂଟ୍ରୋଲ ଓ ଲିଡ କାର୍ ଡିପାର୍ଚରନୋଟିଫିକେଶନ ସାମିଲ ରହିଛି । ଗ୍ରାହକଙ୍କ ମାନସିକ ଶାନ୍ତି ନିଶ୍ଚିତ କରିବା ପାଇଁ ଏଡିଭି ଏଡିସନ ଷ୍ଟାଣ୍ଡାର୍ଡ ଭାବେ ଏକ ୩ ବର୍ଷର ଅନ୍ଲିମିଟେଡ କିଲୋମିଟର ୱାରେଂଟି ସହିତ ଆସୁଛି । ଗ୍ରାହକମାନେ ୭ ବର୍ଷ ପର୍ଯ୍ୟନ୍ତ ଏକ ବର୍ଦ୍ଧିତ ୱାରେଂଟି, ୧୦ ବର୍ଷ ପର୍ଯ୍ୟନ୍ତ ଏକ ଯେକୌଣସି ସମୟର ୱାରେଂଟି ଏବଂ କ୍ରୟ ତାରିଖରୁ ରୋଡ୍ସାଇଡଆସିଷ୍ଟାନ୍ସକୁ ଚୟନ କରିପାରିବେ ।
ଏଲିଭେଟଏଡିଭି ଏଡିସନ (ଭୁବନେଶ୍ୱର)ର ପ୍ରଭାବୀଏକ୍ସଶୋ’ରୁମ ମୂଲ୍ୟ
| ସିଙ୍ଗଲଟୋନ | ଡୁଆଲଟୋନ | |
| ଏମ୍ଟି | ୧୫୩୮୯୯୦ ଟଙ୍କା | ୧୫୫୮୯୦୦ ଟଙ୍କା |
| ସିଭିଟି | ୧୬୫୬୭୯୦ ଟଙ୍କା | ୧୬୭୬୭୯୦ ଟଙ୍କା |
ଦୟାକରି ଧ୍ୟାନ ଦିଅନ୍ତୁ:
– ପ୍ରଭାବୀଏକ୍ସ-ଶୋରୁମ ମୂଲ୍ୟରେ ଏଡିଭି ଏଡିସନ ପ୍ୟାନ ସାମିଲ ରହିଛି ।
– ଏଡିଭି ଏଡିସନ ପ୍ୟାକ (ଆଲ୍ଫା-ବୋଲ୍ଡ ପ୍ଲସ ଫ୍ରଂଟଗ୍ରିଲ ସହ ଅରେଞ୍ଜ ଆସେଂଟ, ବ୍ୟାକଲିଟଇଲୁମିନେଟେଡ
ଆଇପିଗାର୍ନିଶ, ହୁଡ ଓ ଫ୍ରଂଟଡୋର୍ରେଡେକାଲ, ଆଲୟ ହ୍ୱିଲରେଷ୍ଟିକର, ଫଗଲ୍ୟାମ୍ପଗାର୍ନିଶ, ରିୟରବମ୍ପରଗାର୍ନିଶ ସହ ଅରେଞ୍ଜ ଆସେଂଟ ଏବଂ ଫେଣ୍ଡର ଓ ଟେଲଗେଟରେଏମ୍ବ୍ଲେମ)ଗୁଡିକ ହୋଣ୍ଡାରଜେନୁଇନଆକ୍ସେସରି ଅଟେ ଯାହାକୁ ଡିଲରସିପରେ ସାମିଲ କରାଯିବ କିମ୍ବା ରିପ୍ଲେସ କରାଯିବ । ହୋଣ୍ଡା ଆକ୍ସେସରି ୱାରେଂଟି ପ୍ରଯୁଜ୍ୟ ରହିବ ଏବଂ ଏହା କ୍ରୟ ତାରିଖରୁ ୧ ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ ।
– ୩ୟ ପକ୍ଷଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୩୬୦ଂ ସରାଉଣ୍ଡଭିଜନ କ୍ୟାମେରା ଉପଲବ୍ଧ କରାଯିବ ତାହାକୁ ଡିଲରସିପରେ ଫିଟ୍ କରାଯିବ । ଏଭଳି ଆକ୍ସେସରିଗୁଡିକ ଉପରେ ୱାରେଂଟି ସପ୍ଲାୟାରଙ୍କଦ୍ୱାରା ସମର୍ଥିତ ଅଟେ ଏବଂ ଏହା କ୍ରୟ ତାରିଖରୁ ୨ ବର୍ଷ ପାଇଁ ସୀମିତ ରହିବ ।
Comments are closed.