ASSOCHAM ଓଡିଶା ରାଜ୍ୟ ଶିକ୍ଷା ପରିଷଦର ନୂତନ ଅଧ୍ୟକ୍ଷ ଡା ଆଲେକ୍ସାଣ୍ଡର ଦାସ

Share It

ଭୁବନେଶ୍ୱର: ଦେଶର ସବୁଠାରୁ ପୁରାତନ, ବୃହତ୍ ଓ ପ୍ରଭାବଶାଳୀ ଶିଳ୍ପ ମଣ୍ଡଳୀ ମଧ୍ୟରୁ ଗୋଟିଏ ଦି ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ASSOCHAM) ଦେଶର ଆର୍ôଥକ, ଶିଳ୍ପ ଓ ବାଣିଜ୍ୟିକ ପରିବେଶ ଗଢ଼ିବାରେ ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଆସୁଛି । ୪.୫ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ପ୍ରତିନିଧିତ୍ୱ କରୁଥିବା ଆସୋଚାମ ଦେଶର ବିଭିନ୍ନ ରାଜ୍ୟ ସହ ଏବଂ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବଜାରରେ ସକ୍ରିୟ ଉପସ୍ଥିତି ରଖିଛି ।
ଉତ୍ପାଦନ, ବସ୍ତ୍ର ଓ ପୋଷାକ, ଟେକ୍ନିକାଲ୍ ଟେକ୍ସଟାଇଲ୍‌, ଏମଏସଏମଇ , ପୂର୍ବାଧାର, ସ୍ଥାୟୀତ୍ୱ, ରପ୍ତାନି ପ୍ରୋତ୍ସାହନ, ଶିକ୍ଷା, କୌଶଳ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ASSOCHAM ର ସକ୍ରିୟ ସଂପୃକ୍ତି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି ନିବେଶକ ରୋଡ୍ ଶୋ, ନୀତି ଆଲୋଚନା, କ୍ଷେତ୍ରଭିତିକ ରାଉଣ୍ଡଟେବୁଲ୍‌, ଶିଳ୍ପ–ଶିକ୍ଷା ସଂଳାପ ଓ ବି୨ଜି ପ୍ଲାଟଫର୍ମ ଆୟୋଜନ କରି ଆସୁଛି ।
ଏହି ପରିପ୍ରେକ୍ଷିରେ, ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଭାବେ କଳିଙ୍ଗା ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସର ଅଧ୍ୟକ୍ଷ ଡ଼ା. ଆଲେକ୍ସାଣ୍ଡର ଦାସଙ୍କୁ ASSOCHAM ଓଡ଼ିଶା ରାଜ୍ୟ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି ସହ ଓଡ଼ିଶାରେ ଆସୋଚାମ ଦ୍ୱାରା ପରିଚାଳିତ ଶିକ୍ଷା, ଉଚ୍ଚଶିକ୍ଷା, କୌଶଳ ବିକାଶ, ବୃତିମୂଳକ ପ୍ରଶିକ୍ଷଣ, ଏଡ୍‌ଟେକ୍ ଏବଂ ଶିକ୍ଷା–ଶିଳ୍ପ ସହଯୋଗ ସମ୍ପର୍କିତ ସମସ୍ତ ପଦକ୍ଷେପ ଡ଼ା. ଦାସଙ୍କ ନେତୃତ୍ୱରେ ଆଗକୁ ବଢ଼ିବ ।


Share It

Comments are closed.