ବଙ୍ଗୋପସାଗରରେ ସୃଷ୍ଟି ହେଲା Low Pressure, ୨୪ ଘଣ୍ଟାରେ ଆହୁରୀ ଘନୀଭୂତ ହେବାର ସମ୍ଭାବନା

Share It

ଭୁବନେଶ୍ୱର: ପୂର୍ବ ବିଷୁବ ରେଖା ନିକଟରେ ଦକ୍ଷିଣ ପୂର୍ବ Low Pressure ଏବଂ ସଂଲଗ୍ନ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୫ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଏହି ଲଘୁଚାପ ସୃଷ୍ଟି ହୋଇଥିଲା।

ଏହା ବ୍ୟତୀତ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ଭାବରେ ଚିହ୍ନିତ ହେବ ଏବଂ ଆହୁରି ଘନୀଭୂତ ହେବ ବୋଲି ଆଶା କରାଯାଉଛି। ଅଧିକ ବିକାଶ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରଣାଳୀ ଉପରେ ନଜର ରଖିଛି।


Share It

Comments are closed.