ପୋଲିସ ହାତରେ ଧରାପଡିଲେ ଲାଞ୍ଚୁଆ ଅତିରିକ୍ତ ତହସିଲଦାର

Share It

Barang : କଟକ ଜିଲ୍ଲାର ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।

ପଣ୍ଡାଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଲାସ ଆଧାରରେ, ତାଙ୍କ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା, ଯେଉଁଥିରେ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଭୁବନେଶ୍ୱରର ଉତ୍ତରାରେ ଗୋଟିଏ ୨ ବିଏଚକେ ଫ୍ଲାଟ୍ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ ୫୬୦ ଗ୍ରାମ ସୁନା, ୩୬.୯୭ ଲକ୍ଷ ଟଙ୍କା ଜମା, ୭୩.୬୬ ଲକ୍ଷ ଟଙ୍କା ନଗଦ, ଗୋଟିଏ ଚାରି ଚକିଆ ଗାଡ଼ି ଇତ୍ୟାଦି ଅନ୍ତର୍ଭୁକ୍ତ, ଯାହା ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିଲେ ନାହିଁ।

ଏହି ସମ୍ପର୍କରେ, ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଭିଜିଲାନ୍ସ ସେଲ୍ ପିଏସ୍ ମାମଲା ନଂ.୧୨/୨୦୨୫ ରୁଜୁ କରାଯାଇଥିଲା ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଅଧିକ ତଦନ୍ତ ଜାରି ରହିଛି।


Share It

Comments are closed.