କେଏଲ୍ ୟୁନିଭର୍ସିଟିର ୧୫ତମ ସମାବର୍ତନରେ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ

Share It

ଭୁବନେଶ୍ୱର: କେଏଲ୍ ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ଏହାର ଏକ୍ସଭି ସମାବର୍ତନ ସମାରୋହରେ ବଦେଶ୍ୱରମ କ୍ୟାମ୍ପସଠାରେ ୨୦୨୫ ଶିକ୍ଷା ବର୍ଷର ୫୦୦୦ରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଛି । ଏହି ସମାରୋହରେ ଭାରତର ନ୍ୟାଶନାଲ ଏକାଡେମୀ ଅଫ୍ ସାଇନ୍ସେସର ଅଧ୍ୟକ୍ଷ ପ୍ରଫେସର ବିନୋଦ କେ. ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମାବର୍ତନ ସମାରୋହକୁ ସମ୍ବୋଧିତ କରିଥିଲେ। ସେହିପରି ଟାଟା ମେମୋରିଆଲ ସେଂଟର- ରୁରାଲ ଆଉଟରିଚ୍ ପ୍ରୋଗ୍ରାମର କୋଅର୍ଡିନେଟର ଡଃ ଶ୍ରୀପଦ ବାନାଭାଲ୍ଲୀ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ।
ଗ୍ରାଜୁଏଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମାନ୍ୟବର ଚାନ୍ସେଲର ଇଞ୍ଜିନିୟର କୋନେରୁ ସତ୍ୟନାରାୟଣ କହିଛନ୍ତିଯେ, “ଶିକ୍ଷା ସମାବର୍ତନ ସମାରୋହରେ ଶେଷ ହୁଏ ନାହିଁ ବରଂ ଏହିଠାରୁ ଆରମ୍ଭ ହୋଇଥାଏ। ଶିଖିବାର ପ୍ରକୃତ ମାପକାଠି ଏହି ଗ୍ରାଜୁଏଟମାନେ କିଭଳି ସମାଜ ପାଇଁ ମୂଲ୍ୟ ସୃଷ୍ଟି କରିବା ପାଇଁ ସଚ୍ଚୋଟତା, ଦାୟିତ୍ୱ ଓ ପ୍ରତିବଦ୍ଧତା ସହିତ ନିଜର ଜ୍ଞାନକୁ ପ୍ରୟୋଗ କରନ୍ତି ତାହା ଉପରେ ନିର୍ଭର କରିଥାଏ।’ ଭାଇସ-ଚାନ୍ସେଲର ଡଃ ଜି. ପାର୍ଥସାରଧି ବର୍ମା କହିଛନ୍ତି, “ ଏକ୍ସଭି ସମାବର୍ତନ ସମାରୋହ ଶିକ୍ଷା, ଅନୁସନ୍ଧାନ ଓ ସାମଗ୍ରିକ ଶୈକ୍ଷିକତା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ଆଲୋକିତ କରୁଛି, ଯାହା ଗ୍ରାଜୁଏଟମାନଙ୍କୁ ଦାୟିତ୍ୱପୂର୍ଣ୍ଣ ବୃତିଗତ ଓ ସାମାଜିକ ନେତୃତ୍ୱ ପାଇଁ ପ୍ରସ୍ତୁତ କରିଥାଏ।”
ନିଜର ସମାବର୍ତନ ଅଭିଭାଷଣରେ ପ୍ରଫେସର ବିନୋଦ କେ. ସିଂହ ଗ୍ରାଜୁଏଟମାନଙ୍କୁ ସ୍ୱଳ୍ପାବଧି ସଫଳତାଗୁଡିକରୁ ବାହାରକୁ ଦେଖିବା ଏବଂ ସଚେତନ ଭାବରେ ଉଦ୍ଦେଶ୍ୟ, ସଚ୍ଚୋଟତା ଓ ଶୃଙ୍ଖଳା ସହ ଜଡିତ କ୍ୟାରିୟର ଗଠନ କରିବା ପାଇଁ ଆବେଦନ କରିଥିଲେ। ନୈତିକ ଆଚରଣ, ସମୟାନୁବର୍ତିତା ଓ ସାମାଜିକ ଦାୟିତ୍ୱ ଉପରେ ମହତ୍ୱ ଦେଇ ସେ ଛାତ୍ରଛାତ୍ରୀଙ୍କୁ ଜାତୀୟ ବିକାଶ ଓ ଜନକଲ୍ୟାଣ ପାଇଁ ସାର୍ଥକ ଭାବେ ଯୋଗଦାନ ଦେବାକୁ ପ୍ରୋତ୍ସାହିତ କରିଥିଲେ। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧିତ କରି ଡଃ ଶ୍ରୀପଦ ବାନାଭାଲୀ ଜଣେ ବ୍ୟକ୍ତିଙ୍କ ପେସାକୁ ଉଦ୍ଦେଶ୍ୟ, ଆଗ୍ରହ ଓ କୌତୁହଳ ସହ ସମନ୍ୱିତ କରିବାର ମହତ୍ୱକୁ ହାଇଲାଇଟ କରିବା ପାଇଁ ଔଷଧ କ୍ଷେତ୍ରରେ ନିଜ ଜୀବନର ଅଭିଜ୍ଞତାକୁ ଉପସ୍ଥାପନ କରିଥିଲେ। ସେ ଗ୍ରାଜୁଏଟମାନଙ୍କୁ ସ୍ୱାଧୀନ ଭାବେ ବିଚାର କରିବା, ସ୍ଥାୟୀ ପ୍ରତିବଦ୍ଧତାର ସହ ସମାଜର ସେବା କରିବା ଏବଂ ଦୀର୍ଘକାଳିନ ପ୍ରଭାବକୁ ଅନୁସରଣ କରିବା ସହ ବ୍ୟକ୍ତିଗତ ଉନ୍ନତିକୁ ପ୍ରାଥମିକତା ଦେବା ପାଇଁ ଆହ୍ୱାନ କରିଥବଲେ।
ଇଞ୍ଜିନିୟରିଂ, ମ୍ୟାନେଜମେଂଟ, ସାଇନ୍ସ, ଲ’, ଫାର୍ମାସି, ଆଗ୍ରିକଲ୍‌ଚର ଓ ହ୍ୟୁମାନିଟିଜ୍ ଭଳି ବିଭିନ୍ନ ପାଠ୍ୟକ୍ରମଗୁଡିକର ପ୍ରତିନିଧିତ୍ୱ କରୁଥିବା ୧୮୪ ଜଣ ଡକ୍ଟରେଟ ସ୍କୋଲାର, ୭୦୦ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଓ ୪୫୦୦ରୁ ଅଧିକ ଅଣ୍ଡରଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଗ୍ରାଜୁଏଟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୪୦ ଜଣ ଏମବିଏ, ୧୦୫ ଜଣ ଏମ୍‌ଟେକ୍‌, ୪୦ ଜଣ ଲ’, ୩୨୦୦ ଜଣ ବିଟେକ୍‌, ୧୨ ଜଣ ଆର୍କିଟେକ୍‌ଚର, ୪୮ ଜଣ ବି.ଫାର୍ମାସି, ୩୩୦ ଜଣ ବିସିଏ, ୩୨୫ ଜଣ ବିବିଏ, ୩୭ ଜଣ ବି.କମ୍‌, ୧୮ ଜଣ ବି.ଏସସି (ଭିଜୁଆଲ କମ୍ୟୁନିକେଶନ), ୨୫ ଜଣ ବିଏ, ୧୮୦ ଜଣ ବି.ଏସସି (ଆଗ୍ରିକଲ୍‌ଚର), ୧୪ ଜଣ ଏମ୍‌.ଫାର୍ମାସି, ୩୨ ଜଣ ଏମ୍‌.ଏସସି (କେମିଷ୍ଟ୍ରି) ଓ ୨୨୦ ଜଣ ଏମ୍‌ସିଏ ଗ୍ରାଜୁଏଟ ସାମିଲ ଥିଲେ।


Share It

Comments are closed.