ପରଲୋକରେ ଲୋକପ୍ରିୟ ବଡି ବିଲ୍ଡର ୱାଙ୍ଗ କୁନ
ଭୁବନେଶ୍ୱର : ଏଭଳି ଅନେକ ଆର୍ଶ୍ଚ୍ୟଚକିତ କରିଦେଲା ଭଳି ଘଟଣା ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଥିଲା । ଯେତେବେଳେ ଲୋକପ୍ରିୟ ବଡି ବିଲ୍ଡରମାନେ ନିଜର ଫିଟନେସ ମାନଦଣ୍ଡକୁ ନେଇ ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରୁଥିଲା ସେହି ସମୟରେ ୱାଙ୍ଗ କୁନ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।
ଚୀନର ଜଣେ ଲୋକପ୍ରିୟ ବଡି ବଲ୍ଡର ୱାଙ୍ଗ କୁନଙ୍କର ପାଖାପାଖି ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏଭଳି ଅନେକ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । କିଛି ବର୍ଷ ଭିତରେ ଲୋକପ୍ରିୟ ବଡି ବିଲଡର , ୱେଲନେସ ଓ ଫିଟନେସ କୋଚ ମାନଙ୍କର ଅଳ୍ପ ବୟସରେ ଅକାଳ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଉଛି । ମିଳିଥିବା ସୂଚନା ମୁତାବକ ୱାନ କୁନ ଅନେକ ଦିନ ହେବ ହୃଦୟ ରୋଗ ସଂପର୍କିତ ରୋଗରେ ପୀଡିତ ଥିଲେ । ୱାଙ୍ଗ କୁନଙ୍କର ମୃତ୍ୟୁ ପରେ ତାଙ୍କ ଜୀବନଶୈଳୀ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି । ସେ ଜଣେ ସାଧକଙ୍କ ଭାବେ ଜୀବନ ଜୀବିକା ନିର୍ବାହ କରୁଥିଲେ । ଏହା ସହ ଖୁବ ବ୍ୟାୟାମ କରିବା ସହ ଦେଖି ଚାହିଁ ଖାଦ୍ୟ ପେୟ ମଧ୍ୟ ଗ୍ରହଣ କରୁଥିଲେ ।
Comments are closed.