ବିଷାକ୍ତ ଖାଦ୍ୟ ଖାଇ ୯୮ ଛାତ୍ରୀ ଅସୁସ୍ଥ
କୋରାପୁଟ : ଶନିବାର କୋରାପୁଟ ଜିଲ୍ଲାରୁ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି, ଏହା ଶୁଣିବାକୁ ମିଳିଛି ଯେ, ଖରାପ ଖାଦ୍ୟ ଖାଇ ୯୮ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏହି ଘଟଣାଟି କୋରାପୁଟି ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ୟୁପି ସ୍କୁଲରେ ଘଟିଛି ବୋଲି ଜଣା ପଡିଛି ।
ମିଳିଥିବା ସୂଚନା ମୁତାବକ, ପିଲାମାନେ ଖାଦ୍ୟ ଖାଇ ସାରିବା ପରେ ସେଥିରୁ ଝିଟିପିଟି ବାହାରିବାଥିବାର ଜାଣିବାକୁ ପାଇଥିଲେ । ସକାଳ ୮ ଟା ସମୟରେ ପିଲାମାନଙ୍କ ଦ୍ୱାରା ପ୍ରଧାନଶିକ୍ଷକ ଏହି ଘଟଣା ସଂପର୍କରେ ଖବର ପାଇବା ପରେ ତୁରନ୍ତୁ ଚିକିତ୍ସା ପାଇଁ ଡାକ୍ତରୀ ଦଳକୁ ଡକାଇବା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅନେକାଂଶ ସେହି ସମୟରେ ଅସୁସ୍ଥ ହୋଇସାରିଥିଲେ ।
ସମସ୍ତ ଅସୁସ୍ଥ ପିଲାମାନଙ୍କୁ ବନ୍ଧୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବନ୍ଧୁଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କୁଲରେ ପଂହଚି ଘଟଣାରୁ ଯାଂଚ କରିଛନ୍ତି ବର୍ତ୍ତମାନ ପିଲାମାନେ ଧିରେ ଧିକେ ସୁସ୍ଥ ହେଉଛନ୍ତି
Comments are closed.