ପାଖେଇ ଆସିଲାଣି ଟି-୨୦ ବିଶ୍ୱକପ, ଭାରତୀୟ ଦଳ ପାଇଁ ପାଣ୍ଡ୍ୟା କେତେ ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ
ଭୁବନେଶ୍ୱର : ଟି-୨୦ ବିଶ୍ୱକପ ପାଖେଇ ଆସିଲାଣି । ଗତ ଟି-୨୦ ବିଶ୍ୱକପରେ ଟାଇଟେଲ ହାସଲ କରିଥିଲା । କିନ୍ତୁ ପୁଣିଥରେ ବିଜୟୀ ହେଲା ପାଇଁ ଦଳର ସନ୍ତୁଳନ ସଠିକ ରହିବା ଜରୁରୀ । ଖେଳାଳୀ ଚୟନ ଭାବିଚିନ୍ତି କରିବା ନିତ୍ୟାନ୍ତ ଆବଶ୍ୟକ । ବର୍ତ୍ତମାନ କାଂଟଛାଂଟର ସମୟ ବିତି ଗଲାଣି ବର୍ତ୍ତମାନ ଭାରତୀୟ ଦଳ ପାଖରେ ଆଉ ବେଶି ସମୟ ବାକି ନାହିଁ । ଏହି ମାହୋଲରେ ଏପରି ଏକ ଖେଳାଳୀ ରହିଛି ଯିଏକି ଦଳ କେବଳ ମଜବୁତ କରୁ ନାହଁ ବରଂ ପୁରା ପରିଣାମ ହିଁ ବଦଳାଇ ଦେଉଛନ୍ତି ଆଜ୍ଞା ହଁ ଆମେ ବିସ୍ଫୋରକ ଖେଳାଳୀ ହାର୍ଦିକ ପାଣ୍ଡିଆଙ୍କ କଥା କହୁଛୁ ।
କଟକର ଧିମା, ହାଲୁକା ପିଚ ଉପରେ ଭାରତୀୟ ଖେଳାଳୀ ପ୍ରଦର୍ଶନ ସେତେଟା ଭଲ ନଥିଲା । ଅଭିଶେକ ଶର୍ମାଙ୍କ ପେଟରେ ବଲ ବାଜିବା କାରଣରୁ ସେ ଆହତ ହୋଇଗଲେ । ତିଲକ ବର୍ମା ଶୂନ୍ୟରେ ଖାଲି ବ୍ୟାଟ ବୁଲାଇ ବୁଲାଇ ରହିଗଲେ । ସୂର୍ଯ୍ୟକୁମାର ଏବଂ ଶୁଭମନ ଟାଇମିଙ୍ଗ ଅପେକ୍ଷାରେ ରହିଗଲେ ।
କିନ୍ତୁ ଏହି କଠିନ ପିଚରେ ହାର୍ଦିକ ପାଣ୍ଡ୍ୟା ଭିନ୍ନ ଲୟରେ ନଜର ଆସିଥିଲେ । ହାର୍ଦିକ ସାଉଥ ଆଫ୍ରିକା ବିକ୍ଷୟରେ ନିଜର ଏଭଳି ପ୍ରଦର୍ଶନ ଦେଖାଇଲେ ଯାହା ଦ୍ୱାରା ଭାରତ ବିଜୟ ଦ୍ୱାରରେ ପଂହଚି ପାରିଥିଲା । ୨୮ ବଲରେ ନଟଆଉଟ ରହି ୫୯ ରନର ବିସ୍ଫୋରକ ଇଂନିସ ଖେଳିଥିଲେ ପାଣ୍ଡ୍ୟା
ପାଣ୍ଡ୍ୟା ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ
ପାଣ୍ଡ୍ୟା ମଧ୍ୟକ୍ରମରେ କୌଣସି ବି ଡାଉନରେ ମଧ୍ୟ ସେଟ ହୋଇପାରିବେ । ତାଙ୍କ ଉପସ୍ଥିତି ଦ୍ୱାରା ଭାରତ ବ୍ୟାଟିଙ୍ଗ ନମ୍ବର ୮ ପର୍ଯ୍ୟନ୍ତ ସୁଦୃଢ ହୋଇପାରିବ । ବିଶ୍ୱକପ ୨୦୨୩ ରେ ତାଙ୍କ ଆଘାତ କାରଣରୁ ଦଳ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏହାର ପ୍ରଭାବ ପୁରା ଟୁର୍ଣ୍ଣାମେଂଟରେ ପଡିଥିଲା । ତାଙ୍କ ଉପସ୍ଥିତି ଦ୍ୱାରା ୬ ବୋଲିଂ ଲାଇନଅଫ ମଧ୍ୟ ସୁଦୃଢ ରହିବ ।
Comments are closed.