ଟିକେଟ କଳାବଜାରୀଙ୍କୁ କମିଶନରରେଟ ପୋଲିସ ଶକ୍ତ ଚାପୁଡା, କଳାବଜାରୀ ସମୟରେ ଧରିଲା ପୋଲିସ
କଟକ : ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 କ୍ରିକେଟ୍ ମ୍ୟାଚ୍କୁ ନେଇ ଟିକେଟ୍ କଳାବଜାରୀ ବିରୋଧରେ କମିଶନରେଟ୍ ପୋଲିସ ତୀବ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଡାନାସୀ ଓ ଦରଘା ବଜାର ପୋଲିସ ଷ୍ଟେସନ ମିଶି ୪ଟି ମାମଲା ରୁଜୁ କରିଛି, ଯାହାରେ ମୋଟ ୨୧ଟି ଟିକେଟ୍ ଚଢ଼ା ଦରରେ ବିକ୍ରି ହେଉଥିବାବେଳେ ଜବତ କରାଯାଇଛି। ଏହି ଅଭିଯାନରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଆଇନସମ୍ମତ ଭାବେ ତାଙ୍କୁ ନୋଟିସ ଜାରି କରାଯାଇଛି। କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି ଯେ ଟିକେଟ୍ କଳାବଜାରୀରେ ଲିପ୍ତ ବ୍ୟକ୍ତିମାନେ ଛାଡ଼ ପାଇବେ ନାହିଁ ଓ ନାଗରିକମାନେ ଏପରି କୌଣସି ଅବୈଧ କାର୍ଯ୍ୟ ଦେଖିଲେ ସତ୍ୱର ନିକଟସ୍ଥ ଥାନାରେ ଅବଗତ କରାଇବାକୁ ଅନୁରୋଧ କରାଯାଇଛି।
Comments are closed.