ଜଗନ୍ନାଥପ୍ରେମୀଙ୍କୁ କ୍ଷମା ମାଗିଲେ ଶୁଭଙ୍କର
ପୁରୀ : ଶ୍ରୀମନ୍ଦରଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବା ଶୁଭଙ୍କର ମିଶ୍ର ନିଜର ୟୁଟ୍ୟୁବ ଚ୍ୟାନେଲରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ପରେ ଶୁଭଙ୍କର ଏହି ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରୁ ଡିଲିଟ କରିଦେଇଛନ୍ତି ।
ଶୁଭଙ୍କର କହିଛନ୍ତି ଯେ, “ ମୋ ଦ୍ୱାରା ଦୁଃଖିତ ହୋଇଥିବା ଓଡିଆ ଭାଇ ଓ ଭଉଣୀଙ୍କୁ ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି । ମୋ ଦ୍ୱାରା ଦୁଃଖିତ ହୋଇଥିବା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି । ”
ପ୍ରକାଶ ଥାଉକି ଶୁଭଙ୍କର ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ବିଶ୍ୱପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଯାଆନ୍ତି ତେବେ ତାଙ୍କ ବିବାହ ସଫଳ ହେବ ନାହିଁ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଜଣେ ବରିଷ୍ଠ ସେବାୟତ ସିଂହଦ୍ୱାରା ଥାନାରେ ଅଭିଯୋଗ କରିଛନ୍ତି ।
Comments are closed.