ମହିଳାଙ୍କୁ ଗୁପଚୁପ ଖାଇବା ପଡିଲା ମହଙ୍ଗା, ଖସିଗଲା ପାଟି ; ଦେଖନ୍ତୁ ଭିଡିଓ

Share It

ଉତ୍ତର ପ୍ରଦେଶ : ଯଦି ଆପଣ ଗୁପଚୁପ ଖାଇବା ଶୈøକିନ, ତେବେ ହୋଇଯାଆନ୍ତୁ ସତର୍କ । ମହିଳା ମାନଙ୍କୁ ଗୁପଚୁପ ବେଶ ପ୍ରିୟ ଥାଏ । ଠେଲା କିମ୍ବା ଦୋକାନ ବାହାରେ ଠିଆ ହୋଇ ଗୁପଚୁପ କିମ୍ବା ପାନିପୁରୀ ଖାଇବା ବେଶ ଡିମାଣ୍ଡ କରନ୍ତି । କିନ୍ତୁ ଏହି ଗୁପଚୁପ ଖାଇବା କେତେ ମହଙ୍ଗା ପଡିପାରେ ତାହା ଏହି ଭିଡିଓ ଦେଖିଲେ ଆପଣ ଜାଣି ପାରବେ । ଆଜ୍ଞା ହଁ ଉତ୍ତର ପ୍ରଦେଶରେ ଏଭଳି ଏକ ଘଟଣା ଯାହାକୁ ଦେଖିଲେ ଆପଣ କେବେବି ବିଶ୍ୱାସ କରିବେ ନାହଁ । ଏହି ଭିଡିଓ ଦେଖିଲେ ଆପଣ ଗୁପଚୁପ ଖାଇବା ଭୁଲି ଯିବେ ।

ଘଟଣା ଏହା ଯେ, ଜଣେ ମହିଳା ଗୁପଚୁପ ଖାଉ ଖାଉ ତାଙ୍କ ପାଟିର ଜବଡା ଡିସଲୋକେଟ ଅର୍ଥାତ ଖସି ଯାଇଛି । ଯାହା ଫଳରେ ସେ ନା କିଛି କଥାବାର୍ତ୍ତା କରିପାରୁଛନ୍ତି ନା ପାଟିକୁ ବନ୍ଦ କରିପାରୁଛନ୍ତି । ପାଟିକୁ ଖୋଲି ବା ଆଁ କରି ରଖିବା ଛଡା ଆଉ ଅନ୍ୟ କିଛି ଉପାୟ ନାହିଁ ।
ପ୍ରକାଶ ଥାଉକି, ଏହି ଘଟଣାଟି ଦିବିୟାପୁର ଥାନା ଅନ୍ତର୍ଗତ ଗୌରୀ କିସାନପୁର କାକୋରର ଅଟେ । ଉକ୍ତ ମହିଳାଙ୍କ ନାମ ଇଂକଲା ଦେବୀ ଯିଏକି ନିଜ ଭାଣିଜୀ ବୋହୂଙ୍କ ଡେଲିଭରୀ ପାଇଁ ଆସିଥିଲେ । ସକାଳେ ଯେତେବେଳେ ପିଲାମାନେ ଗୁପଚୁପ ଖାଇବା ପାଇଁ ଯିଦ କରିଥିବାବେଳେ ସେହି ସମୟରେ ଏହି ଘଟଣାଟି ଘଟିଥିଲା ।


Share It

Comments are closed.