ଭାରତ ବନାମ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: କଟକରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମ୍ୟାଚ୍ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିକେଟ୍ କିଣିଛନ୍ତି।
ସୂଚନା ଅନୁଯାୟୀ, କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-20 ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିକେଟ୍ କିଣିଛନ୍ତି।
ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସଚିବ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ୍ ପ୍ରଦାନ କରିଛନ୍ତି।
ଡିସେମ୍ବର 9 ତାରିଖରେ କଟକ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ହାଇ-ଭୋଲଟେଜ୍ ଯୁଦ୍ଧ ହେବାର ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ ଏହି ହାଇଭୋଲଟେଜ୍ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଟିକେଟ୍ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଦାନ କରାଯାଇଥିଲା।
Comments are closed.