ଜଳ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଉନ୍ନ‌ୟନ କମିଶନରଙ୍କ ବ୍ୟୟ ଯୋଜନାର ସମୀକ୍ଷା

Share It

ଭୁବନେଶ୍ୱର : ଆଜି ଜଳ ସଂପଦ ବିଭାଗରେ ଅନୁଷ୍ଠିତ ହୋଇଯାଇଥିବା ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜଳ ସମ୍ପଦ ବିଭାଗୀୟ ବ୍ୟୟ ଯୋଜନାର ସମୀକ୍ଷା କରିଥିଲେ । ବଳେଟ୍ ପ୍ରାବଧାନ ଅନୁସାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ହୋଇଥିବା ଖର୍କ ସଂପର୍କରେ ଅନୁଧ୍ୟାନ କରିଥିଲେ ।

ଭନ୍ନୟନ କମିଶନର ଅନୁମୋଦନ ଅପେକ୍ଷାରେ ଥ‌ିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ମଞ୍ଜୁରୀ କରାଯିବା ନେଇ ରହୁଥ‌ିବା ସମସ୍ୟାର ତ୍ବରିତ ସମାଧାନ, ଆବଶ୍ୟକ ଟେଣ୍ଡର ପ୍ରକ୍ରିୟାକୁ ତ୍ବରିତ ସାରିବା ସହ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।


ଏଥ୍ ହିତ ଉନ୍ନୟନ କମିଶନର ନିୟୋଜିତ ଜଳ ପ୍ରଭାରୀ ଓ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ଏବଂ କ୍ଷେତ୍ର ପରିଦର୍ଶନ ପରାମର୍ଶ କରିଥିଲେ । ସେ ଆହୁରି ମଧ୍ୟ ଜାନୁପୁର, ବୃତଙ୍ଗ, ଓଙ୍ଗ ଏବଂ ଭୀମକୁଣ୍ଡ ପ୍ରକଳ୍ପ ଭଳି ପ୍ରାଥମିକତା ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।


Share It

Comments are closed.