ରାମ ମନ୍ଦିରରେ ଜଳିଲା ୨୦ ହଜାରରୁ ଅଧିକ ଦୀପ
ଭୁବନେଶ୍ୱର: ଆଜି ପବିତ୍ର ଦେବ ଦିପାବଳୀ ଅବସରରେ ହାପି ଲିଭିଂ ଆଷ୍ଟ୍ରୋ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିରରେ ୨୦ ହଜାରରୁ ଅଧିକ ଦୀପ ଦାନ କରାଯାଇଛି । ଯାହାକି ବିଶିଷ୍ଟ ଜ୍ୟୋତିଷ ବିଶାରଦ ଡ଼ଃ ମନୋଜ କୁମାର ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରାଯାଇଛି । ଯେଉଁଥିରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଥିବାବେଳେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗଦେଇଛନ୍ତି । ଦେବ ଦିପାବଳୀ ସାଧାରଣତଃ ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସରେ ୩ ଦିନ ଯେପରିକି ଚତୁର୍ଦଶି, ଅମାବାସ୍ୟା ଏବଂ ପ୍ରତିପଦାରେ ପାଳନ କରାଯାଇଥିାଏ ।
ପରମ୍ପରା ଅନୁଯାୟୀ ଏହି ଦିନରେ ଓଡ଼ିଶାର ଆରାଧ୍ୟ, ଶ୍ରୀ ଜଗନ୍ନାଥ ତାଙ୍କ ପୂର୍ବ ପୁରୁଷ ମାନଙ୍କୁ ଶ୍ରାଦ୍ଧ ତଥା ପିଣ୍ଡ ଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀ ଜଗନ୍ନାଥ ଶ୍ରାଦ୍ଧ ବେଶରେ ଭୂଷିତହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀ ରାମ ରୁପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଏବଂ ଶ୍ରୀକୃଷ୍ନ ରୂପରେ ଦେବକୀ, ବାସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି । ଶ୍ରାଦ୍ଧ ଦିବସର ଦ୍ୱିତୀୟ ଦିନରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ଗଣ ଦିପଦାନ କରିଥାନ୍ତି । ତେଣୁ ହାପି ଲିଭିଂ ଆଷ୍ଟ୍ରୋ ପକ୍ଷରୁ ଆଜି ଦେବ ଦିପାବଳୀର ଦ୍ୱିତୀୟ ଦିବସରେ ରାମ ମନ୍ଦିରରେ ଏହି ବୃହତ ଦିପଦାନ କାର୍ଯ୍ୟକ୍ରମ କରାଯାଇଛି ।
Comments are closed.