ରାଜନୀତି ପରେ ଏବେ ନିଜ ପରିବାରରୁ ଦୂରେଇବାର ନିଷ୍ପତି ନେଲେ ରୋହିଣୀ

Share It

ଯୁବ ସମୟ : ଚଳିତ ବିହାର ନିର୍ବାଚନ ଲାଲୁଙ୍କ ପରିବାରକୁ ଶକ୍ତ ଧକ୍କା ଦେଇଛି । ପ୍ରଥମେ ନିର୍ବାଚନରେ ଆସନ ସଂଖ୍ୟା ତ କମିଲା ବର୍ତ୍ତମାନ ଆରଜେଡି ଦଳର ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଛି । ବିହାର ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ୨୪ ଘଂଟା ବି ହୋଇ ନାହିଁ କିନ୍ତୁ ଲାଲୁଙ୍କ ଝିଅ ରୋହିଣୀ ରାଜନୀତି ଏବଂ ପରିବାରରୁ ସଂପୂର୍ଣ୍ଣ ଦୂରେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରକାଶ ଥାଉକି ରୋହିଣୀ ନିଜ ବାପା ଲାଲୁଙ୍କ ନିଜ କିଡନୀ ଦାନ କରିଥିଲେ । ନିଜ ଏକ୍ସ ଆକାଉଣ୍ଟର ଏ ସଂପର୍କରେ ସୂଚନା ଦେଇଛନ୍ତି ରୋହିଣୀ । ପ୍ରକାଶ ଥାଉକି ନିର୍ବାଚନ ପୂର୍ବରୁ ଲାଲୁ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବକୁ ନିଜ ଦଳ ଏବଂ ପରିବାରରୁ ବହିଷ୍କାର କରିଦେଇଥିଲେ ।
ରୋହିଣୀ ନିଜର ଏକ୍ସ ପୋଷ୍ଟରେ ସଂଜୟ ଯାଦବଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ରୋହିଣୀଙ୍କୁ ଏଭଳି କରିବା ପାଇଁ ସଂଜୟ ଏବଂ ରମିଜ ଦର୍ଶାଇନ୍ତି ବୋଲି ସେ ଲେଖିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, ରୋହଣୀ ପୂର୍ବରୁ ରାଜନୀତି ଛାଡିବାର ପାଇଁ ନିଷ୍ପତି ନେଇଥିବାବେଳେ ବର୍ତ୍ତମାନ ସେ ନିଜ ପରିବାରରୁ ଦୂରେଇ ରହିବାର ନିଷ୍ପତି ମଧ୍ୟ ନେଇଛନ୍ତି । କିନ୍ତୁ ପରେ ସେ ଏହି ଏକ୍ସ ପୋଷ୍ଟକୁ ଏଡିଟ କରି ସଂଜୟ ଏବଂ ରମିଜଙ୍କ ଉପରେ ଅଭିଯୋଗ ଆଣିଛନ୍ତି ।
ା ପୂର୍ବରୁ ରୋହିଣୀଙ୍କ ସହ ସଂଜୟଙ୍କର ମନାନ୍ତର ଥିବା ସମସ୍ତେ ଜାଣିଛନ୍ତି । ଏହି ମନାନ୍ତର ବିହାର ଅଧିକାର ଯାତ୍ରାରେ ଖୋଲାଖୋଲି ଭାବେ ଦେଖିବାକୁ ମିଳିଥିଲା ।


Share It

Comments are closed.