ଦିଲ୍ଲୀ ପରେ ହାଇଆଲର୍ଟରେ ଭୁବନେଶ୍ୱର
ଭୁବନେଶ୍ୱର : ଗତ ୧୦ ତାରିଖ ଦିନ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଠାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ ବର୍ତ୍ତମାନ ଭୁବନେଶ୍ୱରରେ ହାଇଆଲର୍ଟ ରେ ରହିଛି । ମିଳିଥିବା ସୂଚନା ମୁତାବକ ନୟାପଲ୍ଲୀ, ଭରତପୁର ଏବଂ କ୍ୟାପିଟାଲ ଥାନା ଅଂଚଳ ଗୁଡିକରେ ପେଟ୍ରୋଲିଂ ଜୋରସେ ଚାଲୁଛି । ସହର ବାହାରରେ ଅନେକ ଚେକ ପୋଷ୍ଟ କରାଯାଇ ସହର ଭତରକୁ ଆସୁଥିବା ଗାଡି ଗୁଡିକୁ କ୍ରମାଗତ ଭାବେ ଯାଂଚ କରାଯାଉଛି ।
ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡ ପରିସର ଓ ହୋଟେଲ ଗୁଡିକ ବର୍ତ୍ତମାନ ନଜରରେ ରହିଛି । ରାଜଧାନୀ ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି ।
Comments are closed.