ସନ୍ଦେହଜନକ ଅବସ୍ଥାରେ ମିଳିଲା ମହିଳା ହୋମଗାର୍ଡଙ୍କ ମୃତ ଦେହ

Share It

ଯୁବ ସମୟ : ଓଡିଶାରେ ଜଣେ ମହିଳା ହୋମଗାର୍ଡଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଦେହ ମିଳିଛି । ସେ ଚନ୍ଦ୍ରଶେଖରପୁର ଥାନାରେ ହୋମ ଗାର୍ଡ ଦାୟିତ୍ୱରେ କାର୍ଯ୍ୟରତ ଥିଲେ । ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କାରଣରୁ ତାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସନ୍ଦେହ ଘନେଇବାରେ ଲାଗିଲାଣି । ଗୁରୁବାର ହାଇସିଂ କଲୋନିସ୍ଥିତ ତାଙ୍କ ସରକାରୀ ଆବାସରେ ମୃତ ଦେହ ଠାବ ହୋଇଛି । ମୃତକଙ୍କ ନାମ ସୁଜାତା ରାନୀ କର ଥିବାବେଳେ ସେ ଗତ ୨ ମାସ ହେବ ଚନ୍ଦ୍ରଶେଖରପୁର ଥାନାରେ ହୋମ ଗାର୍ଡ ଦାୟିତ୍ୱରେ କାର୍ଯ୍ୟରତ ଥିଲେ । ଭୀଷଣ ବାନ୍ତି କାରଣରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ବିଷକ୍ରିୟା ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରେ ଜଣା ପଡିଲା ।
ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି । ମୃତ ହୋମଗାର୍ଡଙ୍କ ଝିଅ ଏବଂ ପୁଅ ଅଛନ୍ତି । ଗତ ୬ ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମା’ଙ୍କ କହିବା ଅନୁଯାୟୀ ମହିଳା ହୋମଗାର୍ଡ ଜଣକ ତାଙ୍କ ବହୁତ ଝୁରିହେଉଥିଲେ ଏବଂ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ବହୁତ ଦୁଃଖିତ ଥିଲେ । ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ କହିବା ମୁତାବକ “ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ହୋମଗାର୍ଡ ଜଣକ ବହୁତ ଦୁଃଖିତ ରହୁଥିଲେ । ତାଙ୍କ ପରିବାରକୁ କିପରି ଯଥା ସମ୍ଭବ ସାହାଯ୍ୟ କରାଯାଇପାରିବ ସେଥିପାଇଁ ଆମେ ସଂପୂଣ୍ଣ ର୍ ଚେଷ୍ଟା କରିବୁ ।”


Share It

Comments are closed.