ହାଇୱା ଚକାତଳେ ଗଲା ନାବାଳକର ଜୀବନ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

Share It

ଯୁବ ସମୟ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନକାପୋଲ ଠାରେ ହାଇୱା ଧକ୍କାରେ ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଉକ୍ତ ନାବାଳକ ତେଲୋରା ଗ୍ରାମର ଗଣେଶ୍ୱର ଗଢାଇଙ୍କ ପୁତ୍ର ଅଟନ୍ତି । ମିଳିଥିବା ସୂଚନା ମୁତାବକ ପିଲାଟି ସାଇକେଲରେ ରାସ୍ତାରେ ଯାଉଥିବା ସମୟରେ ହାଇୱାଟି ଧକ୍କା ଦେଇ ତା ଉପରେ ଚଢି ପଳାଇଥିଲା ।
ପିଲାଟିକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଉତ୍ୟକ୍ତ ଲୋକେ ରାଗିଯାଇ କ୍ଷତିପୂରଣ ଦାବୀ କରିବା ସହ ରାସ୍ତାରେ ସମସ୍ତ ଭାରୀଯାନକୁ ଅଟଳାଇ ଦେଇଥିଲେ । ଦୁର୍ଘଟଣା ସଂପର୍କରେ ଜାଣିବା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳେ ପଂହଚି ଉତ୍ୟକ୍ତ ଲୋକେଙ୍କୁ ବୁଝାସୁଝା କରିଥିଲେ ।


Share It

Comments are closed.