୨ ବର୍ଷର ଶିଶୁକୁ ଧରି ଆତ୍ମହତ୍ୟା କଲା ମା’

Share It

ଗତ ନଭେମ୍ବର ୩ ତାରିଖ ଦିନ ଜଣେ ମହିଳା ନିଜର ଦୁଇ ବର୍ଷର ଶିଶୁ କନ୍ୟାକୁ ଧରି ହୁସେନ ସାଗର ହ୍ରଦକୁ ଡେଉଁ ଆତ୍ମହତ୍ୟା କରିଦେବାର ଘଟଣା ଆଲୋଡନା ସୃଷ୍ଟି କରିଛି ବୋଲି ପୋଲିସ କହିଛି । ମୃତକ ଜଣଙ୍କର ନାମ କ୍ରିତିକା ଅଗ୍ରୱାଲ (୨୮) ଥିବାବେଳେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଟ ଭାବେ କାର୍ଯ୍ୟରତ ଅଟନ୍ତି । ବୈବାହିକ ଜୀବନରେ ବିଶୃଙ୍ଖଳାରେ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।
ମଙ୍ଗଳବାର ଦିନ ଶିଶୁ କନ୍ୟାର ମୃତ ଦେହ ମିଳିସାରିଥିବାବେଳେ ଆତି ମା’ର ମୃତ ଦେହ ମିଳିଛି । ମୃତକଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇ ଦେଇଛି । ୨୦୨୧ରେ ସେମାନଙ୍କର ବିବାହ ହୋଇଥିବାବେଳେ ସ୍ୱାମୀଙ୍କ ସହ ବିବାଦ ଯୋଗୁଁ କ୍ରିତିକା ପିତାଙ୍କ ଘରକୁ ଫେରି ଆସି ସେଠାରେ ରହୁଥିଲେ । ବାହାରଦୂରପୁରା ପୋଲିସ ଷ୍ଟେସନରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବାବେଳେ ଆମେ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚଳାଇଛୁ ।


Share It

Comments are closed.