ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତାରଣ କଲା ଷ୍ଟାର ଏୟାର ଘରୋଇ ବିମାନ

Share It

ଯୁବ ସମୟ : ଗୁରୁବାର ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ବିମାନର ଯାନ୍ତ୍ରିକ ତ୍ରୁଟିଗତ ସମସ୍ୟା କାରଣରୁ ତାହା ବୀର ସୁରେନ୍ଦ୍ର ସାଇ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତାରଣ କରିଛି ।
ଲକ୍ଷ୍ନୌରୁ ୭୦ ଯାତ୍ରୀକୁ ନେଇ ଉଡାଣ ଭରିଥିବା ଏହି ଘରୋଇ ବିମାନଟି ସୁରକ୍ଷିତ ଭାବେ ଝାରସୁଗୁଡାରେ ଓହ୍ଲାଇ ପଡିଛି । ପ୍ରୋପେଲରେ କିଛି ଯାନ୍ତ୍ରିକ ତ୍ରୁଟି ରହିଛି ବୋଲି ଟେକନିସିଆନ ଏବଂ ଇଂଜିନିୟର ଅବଗତ କରାଇଛନ୍ତି ।
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ, ପକ୍ଷୀ ମାଡ ହେବା କାରଣରୁ ଏହି ସମସ୍ୟା ଉପୁଜିଛି , ଯଦିଓ ଏହା ନିଶ୍ଚିତ ହୋଇନାହିଁ । ତଦନ୍ତ ବର୍ତ୍ତମାନ ଚାଲିଛି ।


Share It

Comments are closed.