୨ ନଭେମ୍ବରରୁ ମେଷ ସମେତ ଏହି ୪ ରାଶିଙ୍କ ଉପରେ ହେବ ଧନର ବର୍ଷା

Share It

ଯୁବ ସମୟ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହକୁ ଧନ, ସଂପଦ, ବୈଭବ ଏବଂ ଐଶ୍ୱର୍ଯ୍ୟର କାରକ ମନାଯାଏ । ଶୁକ୍ର ଗ୍ରହ ସମୟ ସମୟରେ ନିଜ ରାଶିରେ ପରିବର୍ତ୍ତନ କରନ୍ତି । ଶୁକ୍ର ରାଶି ପରିବର୍ତ୍ତନର ପ୍ରଭାବ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶି ଉପରେ ଦେଖିବାକୁ ମିଳିଥାଏ । ୨ ନଭେମ୍ବର ୨୦୨୫, ରବିବାର ଦିନ ଶୁକ୍ରଗ୍ରହ ତୁଳା ରାଶିରେ ଗୋଚର କରିବେ ଏବଂ ୨୫ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଶୁକ୍ରଙ୍କର ତୁଳା ଗୋଚର ଦ୍ୱାରା ସମସ୍ତ ୧୨ ରାଶି ପ୍ରଭାବିତ ହେବେ । କିଛି ରାଶି ମାନଙ୍କୁ ଶୁକ୍ରରାଶି ପରିବର୍ତ୍ତନ ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ । ଜ୍ୟୋତିଷ ଗଣନା ଅନୁସାରେ ଏହି ରାଶିକୁ ପ୍ରୋଫେସନାଲ ଏବଂ ବ୍ୟାବସାୟୀକ ଉନ୍ନତି ମିଳିବା ସହିତ ଧନର ସ୍ଥିତି ବେଶ ମଜବୁତ ହୋଇପାରେ । ଜାଣନ୍ତୁ ଶୁକ୍ର ରାଶିଙ୍କର ଚଳନା ଦ୍ୱାରା କେଉଁ କେଉଁ ରାଶିମାନଙ୍କୁ ହେବ ଲାଭ ଏବଂ କେଉଁ ଫଳ ମିଳିବ ।
ମେଷ ରାଶି : ମେଷ ରାଶି ମାନଙ୍କ ପାଇଁ ଶୁକ୍ରଙ୍କ ଚଳନ ଅତ୍ୟନ୍ତ ଲାଭଦାୟକ ରହିବ । ଏହି ସମୟରେ ଆପଣଙ୍କ ପାଇଁ ଯାତ୍ରା ଲାଭଦାୟକ ରହିବ । ଚାକିରି କ୍ଷେତ୍ରରେ ଭଲ ପ୍ରସ୍ତାବ କିମ୍ବା ପ୍ରଫୋଜଲ ମିଳିପାରେ । ଆୟ ପାଇଁ ନୂଆ ଦିଗ ଖୋଲିବ, ଯେଉଁଥିରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ରହିବ ।
ବୃଷଭ ରାଶି : ବୃଷଭ ରାଶିମାନଙ୍କ ପାଇଁ ଶୁକ୍ରରାଶିର ପରିବର୍ତ୍ତନ ଅତ୍ୟନ୍ତ ଭଲ ରହିବ । ଏହି ସମୟରେ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ନୂଆ ଦାୟିତ୍ୱ ଏବଂ ଭୂମିକା ମିଳିପାରେ । ଭୂମି, ଘର ଏବଂ ଯାନ ବାହାନ ମଧ୍ୟ କିଣିପାରନ୍ତି । ଧନ ସଂପଦରେ ବୃଦ୍ଧି ଘଟିବ । ଆୟର ନୂଆ ଦିଗ ଖୋଲିବ । ନିବେଶର ଉତ୍ତମ ଅବସର ପ୍ରାପ୍ତି ହୋଇପାରେ ।ô
ସିଂହ ରାଶି : ସିଂହ ରାଶି ମାନଙ୍କ ପାଇଁ ଶୁକ୍ରଙ୍କ ତୁଳା ଗୋଚର ଅତ୍ୟନ୍ତ ଅନୁକୂଳ ରହିବ । ଏହି ସମୟରେ ଆପଣଙ୍କର ଆତ୍ମବିଶ୍ୱାସ ବଢିବ । ବୈବାହିକ ଜୀବନ ପୂର୍ବ ଅପେକ୍ଷା ଅତ୍ୟନ୍ତ ଭଲ ହେବ । ଆୟର ନୂଆ ଦିଗ ଖୋଲିବ । ଭୌତିକ ସୁଖ – ସଂପଦରେ ବୃଦ୍ଧି ଘଟିବ । ବ୍ୟବସାୟୀଙ୍କ ବ୍ୟବସାୟରେ ବୃଦ୍ଧି ଘଟିବ ।
କନ୍ୟା ରାଶି : କନ୍ୟା ରାଶିମାନଙ୍କ ପାଇଁ ଶୁକ୍ର ରାଶିଙ୍କର ପରିବର୍ତ୍ତନ ଅତ୍ୟନ୍ତ ଭଲ ରହିଛି । ଏହି ସମୟରେ ଆପଣ ଧନର ସ୍ଥିତିରେ ସୁଧାର ଦେଖିବେ । ଶୁଭ ସମାଚାର ପ୍ରାପ୍ତି କରିବେ । କ୍ୟାରିୟର ଏବଂ ବ୍ୟବସାୟ ପାଇଁ ଭଲ ସମୟ ରହିବି । ବାଣୀ ପ୍ରଭାବଶାଳୀ ରହିବ ଏବଂ ଲୋକେ ଆକର୍ଷିତ ହେବେ । ମାନ-ସମ୍ମାନ ପ୍ରାପ୍ତି ହେବ ।


Share It

Comments are closed.