ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଭାରତୀୟ ମହିଳା ଦଳ

Share It

ଯୁବ ସମୟ : ଚଳିତ ମହିଳା ବିଶ୍ୱକପରେ ଭାରତୀୟ ମହିଳା ଇତିହାସ ରଚିଦେଇଛନ୍ତି । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କେହି ପାରି ନଥିଲେ ତାହା ଭାରତୀୟ ମହିଳା କରି ଦେଖାଇଛନ୍ତି । ଯାହା ଅସମ୍ଭବ ଲାଗୁଥିବା ତାହା ସେମାନେ କରି ଦେଖାଇଛନ୍ତି । ୭ ଥର ବିଶ୍ୱ ଚାମ୍ପିଆନ ଏବଂ ବିଶ୍ୱକପରେ ଗତ ୧୫ ଟି ମ୍ୟାଚରେ ଅଜୟ ରହିଥିବା ଅଷ୍ଟ୍ରେଲିଆର ବିଜୟ ରଥକୁ ରୋକ ଲଗାଇଛନ୍ତି । ବିଶ୍ୱକପ ନକଆଉଟରେ ସବୁଠାରୁ ବଡ ଲକ୍ଷ୍ୟକୁ ଭେଦି ଦେଇଛନ୍ତି । ଭାରତୀୟ ମହିଳା ଦଳ ଦିନିକିଆ ଇତିହାସରେ ସବୁଠାରୁ ବଡ ସଫଳ ରନ ଚେଜ କରିଛନ୍ତି ।
ପ୍ରକାଶ ଥାଉକି ୩୦ ଅକ୍ଟୋବର ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମରେ ମହିଳାର ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲା । ଦଳ ସଂପୂର୍ଣ୍ଣ ୫୦ ଓଭର ଖେଳି ପାରିନଥିଲା । ଅଷ୍ଟ୍ରେଲିଆ ୪୯.୫ ଓଭରରେ ଅଲ ଆଉଟ ହୋଇ ୩୩୮ ରନ ର ଏକ ବିଶାଳ ଲକ୍ଷ୍ୟ ଭାରତୀୟ ଦଳ ସମ୍ମୁଖରେ ଠିଆ କରାଇଥିଲା , ଯାହାକି ମହିଳା ବିଶ୍ୱକପରେ ଭାରତୀୟ ଦଳ ପାଇଁ ଅକଳ୍ପନୀୟ ଥିଲା । ୩୩୯ ରନର ଲକ୍ଷ୍ୟ ଏବଂ ବିଶ୍ୱକପର ନକ ଆଉଟରେ ତାହା କରିବା ପ୍ରାୟତଃ ଅସମ୍ଭବ ଥିଲା । ସେତେବେଳେ ଅଷ୍ଟ୍ରେଲିଆ ଦଳ ଏବଂ ଅଧିକାଂଶ କ୍ରିକେଟ ପ୍ରଶଂସକ ଭାବିବି ନଥିବେ କିଛି ଏଭଳି ବି ହୋଇପାରିବ । ବିଶ୍ୱକପ ଛାଡନ୍ତୁ କେହି ମହିଳା ଦିନିକିଆରେ ମଧ୍ୟ ଏଭଳି ରନର ଲକ୍ଷ୍ୟ ହାସଲ କରିବା ତାହା କେବେ କେହି ଭାବି ନଥିବେ । ଭାରତୀୟ ଦଳର ସବୁଠାରୁ ସଫଳ ସ୍କୋର ହେଉଛି ୨୬୫ ରନ ଯାହାକି ୨୦୨୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା । ବିଶ୍ୱକପ ଇତିହାସରେ ଭାରତୀୟ ଦଳ ୩୦୦ ଛାଡନ୍ତୁ ୨୦୦ ରନର ଲକ୍ଷ୍ୟ ମଧ୍ୟ ହାସଲ କରି ନାହିଁ । ସାମନାରେ ଅସମ୍ଭବ ଲକ୍ଷ୍ୟ ଥିଲା କିନ୍ତୁ ଅଧିନାୟକ ହରମନପ୍ରୀତ କୌର ଏବଂ ଦଳର ବାକି ଖେଳାଳୀଙ୍କ ଭରୋସା ଥିଲା ଯେ, ସେମାନେ କରି ନିଶ୍ଚୟ ଦେଖାଇବେ ।
୫୯ ରନରେ ଭାରତର ଦୁଇଟି ୱିକେଟ ପଳାଇଥିଲା । ସେଫାଳୀ ବର୍ମା ଓ ସ୍ମୃତି ମନ୍ଧାନା ଆଉଟ ହୋଇସାରିଥିବାବେଳେ କିନ୍ତୁ ଅନ୍ୟ ପଟେ ଜେମିମା ରୋଡ୍ରିଗ୍ସ ଏବଂ ହରମନପ୍ରୀତ କୌର ଇତିହାସ ରଚିଦେଇଥିଲେ । ଦୁଇ ଜଣ ତୃତୀୟ ୱିକେଟ ପର୍ଯ୍ୟନ୍ତ ୧୬୭ରନ ସହଭାଗୀତା କରିଥିଲେ । କୌର ୮୯ ରନରେ ଆଉଟ ହୋଇଯାଇଥିଲେ । ତାଙ୍କର ଆଉଟ ହେବା ପରେ ଜେମିମା ଗୋଟେ ପଟେ ପାଳିକୁ ସମ୍ଭାଳି ଥିଲେ । ଦିପ୍ତୀ ଶର୍ମା , ରିଚା ଘୋଷଙ୍କ ସହିତ ବହୁମୂଲ୍ୟ ସହଭାଗିତା କଲେ ଏବଂ ଶେଷରେ ଅମନଜ୍ୟୋତି କୌରଙ୍କ ସହିତ ୬ଷ୍ଠ ୱିକେଟ ପାଇଁ ୩୧ର ବିଜୟ ଓ ଶେଷ ଇଂନିସ ଖେଳି ଇତିହାସ ରଚିଥିଲେ ଭାରତୀୟ ମହିଳା ଦଳ ।


Share It

Comments are closed.