ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ପତ୍ରିକା ଉନ୍ମୋଚନ ଉତ୍ସବ ଆୟୋଜିତ

Share It

ଭୁବନେଶ୍ୱର : ଉତ୍କଳ ଭାରତୀ ବିଦୁଷ ସଭା ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ଗୀତଗୋବିନ୍ଦ ସଦନ, ଲ ଏ.ଜି. ଛକ ଠାରେ ଗତ ୧୩ ଅକ୍ଟୋବର ଦିନ ଏହାର ଶାରଦୀୟ ପତ୍ରିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ବିଦୁଷ ଭାରତୀ” ଶାରଦୀୟ ବିଶେଷାଙ୍କ ଉନ୍ମୋଚନ, କଣ୍ଡୁରୀ ଚରଣ ନାୟକଙ୍କ ପୁସ୍ତକ “ ଘରେ ଘରେ ଶ୍ରୀୟା” ଓ ବିଚିତ୍ରାନନ୍ଦ ମୁନିଙ୍କ ପୁସ୍ତକ “ପ୍ରୀତି ପର୍ଣ୍ଣା” ଉନ୍ମୋଚନ ହେବା ସହିତ କବିତା ଆସର ଓ ଓଡ଼ିଶୀ ନୃତ୍ୟ, “ଶାରଦୀୟରେ ଶାରଦା ଓ ଶାରଙ୍ଗ” ଉପରେ ଆଲୋଚନା ଓ ସମ୍ବର୍ନ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଭାପତି ଶ୍ରୀ ଜ୍ୟୋତିର୍ମୟ ଦାସ, ମୁଖ୍ୟ ଅତିଥି ଭାବେ, ଯୁବ ସମାଜସେବୀ ଡା. ମନୋଜ ସାହୁ, ବିଶିଷ୍ଟ କବି ଭଞ୍ଜ ସାହିତ୍ୟ ଗବେଷକ ଶ୍ରୀ ଇଂ ଲଡ଼ୁକିଶୋର ପଢିଆରୀ, ବିଶିଷ୍ଟ କବିୟିତ୍ରୀ, ସାମଜିକ କର୍ମୀ, ଶିକ୍ଷାବିତ ଓ ସଙ୍ଗୀତଜ୍ଞା ଶ୍ରୀମତୀ ଡଃ ପ୍ରତିମା ରାଣୀ ମିଶ୍ର ଷଡ଼ଙ୍ଗୀ, ବିଶିଷ୍ଟ କବିୟିତ୍ରୀ ଓ ସମାଜସେବୀ ଡଃ ଗୀତାଞ୍ଜଳୀ ମହାପାତ୍ର, ଶ୍ରୀ ଡଃ ଇନ୍ଦିରା ମିଶ୍ର, ଶ୍ରୀମତୀ ଦୀପାରାଣୀ ପଟ୍ଟନାୟକ ଏବଂ ବିଶିଷ୍ଟ କବି ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଙ୍ଗୁଳୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

ସେହିଭଳି ସଂନ୍ଧ୍ୟାରେ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ଶିକ୍ଷାବିତ, ସମାଜସେବୀ, ପ୍ରତିଷ୍ଠାତା ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଶଶଧର ପଣ୍ଡା, ସେବା ନିବୃତ ନଗର ଉନ୍ନୟନ ନିର୍ଦ୍ଦେଶକ, ବିଶିଷ୍ଟ କବି ମୀନକେତନ ଦାସ, ସେବା ନିବୃତ ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଓ ଅଧ୍ୟକ୍ଷ କବି, ଲେଖକ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ ଦାସ, ପ୍ରଧ୍ୟାପକ ନ୍ୟୁରୋ ସର୍ଜରୀ, ସ୍ୱଣ୍ଣପଦକ ବିଜୟୀ ତଥା ବିଶିଷ୍ଟ କବି ଡଃ ରବି ନାରାୟଣ ପଣ୍ଡା, ପ୍ରତିଷ୍ଠିତ ଲେଖବ, ପ୍ରାବନ୍ଧିକ ଉପସ୍ଥାପକ ଡଃ ଦେବାଶିଷ ମହାପାତ୍ର, ବ୍ୟଙ୍ଗକବି ସମ୍ପଦ ରଥ, ବିଶିଷ୍ଟା କବି ଶ୍ରୀମତୀ ଧରିତ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାତା କଣ୍ଡୁରୀ ଚରଣ ନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ଶିକ୍ଷାବିତ, ସମାଜସେବୀ, ସାହିତ୍ୟ ସଂଗଠକ, ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦର ପ୍ରତିଷ୍ଠାତା, ଉତ୍କଳ ଭାରତୀ ବିଦୁଷ ସଭାର ସାଧାରଣ ସମ୍ପାଦକ, ଶ୍ରୀ ଶଶଧର ପଣ୍ଡା କହିଛନ୍ତି ଯେ, “ “ଉତ୍କଳ ଭାରତୀ ବିଦୁଷ ସଭା, ଓ ପାର୍ବତୀ ଗୋବିନ୍ଦ ସ୍ମୃତି ସଂଘ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷିତ ରଖିବା, ଆଗକୁ ବଢାଇବା ଏବଂ ସମାଜର କିଛି ବିଶିଷ୍ଟ ସାହିତ୍ୟିକଙ୍କୁ ଏକାଠି କରିବା ସହ ସେମାନଙ୍କୁ ସମ୍ମାନିତ କରିବା । ଏହି ସାହିତ୍ୟକମାନେ ହେଉଛନ୍ତି ଭାଷା ସାହିତ୍ୟର ମୂଳଦୁଆ, ସେମାନଙ୍କ ଅବଦାନ ପାଇଁ ଓଡିଶା ଏକ ଭାଷା ଭିତିକ ରାଜ୍ୟର ମାନ୍ୟତା ପାଇପାରିଛି ।”

 

ଏହି ଅବସରରେ ଉତ୍କଳ ଭାରତୀ ବିଦୁଷ ସଭାର ଅଧ୍ୟକ୍ଷ କଣ୍ଡୁରୀ ଚରଣ ନାୟକ କହିଛନ୍ତି, “ଆମର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପତ୍ରିକା ଉନ୍ମୋଚନ ହେବା ସହିତ ଆମେ ବିଶିଷ୍ଟ କବି କବିୟିତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପାଇଁ ଉତ୍କଳ ଭାରତୀ ମିତ୍ର, ଉତ୍କଳ ସଂସ୍କୃତି ମିତ୍ର, ଉତ୍କଳ ପ୍ରକୃତି ପ୍ରୀତି ମିତ୍ର, ଉତ୍କଳ ସଂସ୍କୃତି ମିତ୍ର ଏବଂ ଶାରଦୀୟ ମିତ୍ର ଭଳି ଛଅଟି ଉପାଧି ପ୍ରଦାନ କରିଛୁ । ଭାଷା, ସଂସ୍କୃତି, କଳା ଭଳି ବିଭିନ୍ନ ବର୍ଗ ପାଇଁ ଏହି ଉପାଧି ପ୍ରଦାନ କରାଯାଉଛି । ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଏ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନରୁ ପୁସ୍ତକ ମଗାଯାଇ ସେଗୁଡ଼ିକୁ ପୁରସ୍କୃତ କରାଯାଏ ଏବଂ ପ୍ରାୟ ୩୦ଜଣ ସାରସ୍ୱତ ସଦସ୍ୟଙ୍କୁ ସମ୍ମାନିତ କରାଯାଏ ।”

 

ସାହିତ୍ୟ ସଭାର ପ୍ରଥମ ଅଧିବେଶନରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଛି, ଯେଉଁଥିରେ ପ୍ରାୟ ୬୦ରୁ ୭୦ ଜଣ ଓଡିଆ ସାହିତ୍ୟ କବି, କବିୟିତ୍ରୀମାନେ କବିତା ପାଠ କରିଥିଲେ । ଏହାପରେ ଉତ୍କଳ ଭାରତୀ ବିଦୁଷ ସଭାର ପତ୍ରିକା ଲୋକାର୍ପଣ ହେବା ସହ ଅତିଥିଙ୍କୁ ସମ୍ବର୍ନ୍ଧିତ କରାଯାଇଛି । ଭବିଷ୍ୟତରେ ଏହି କାର୍ଯ୍ୟକ୍ରମରେ ଯୁବପିଢିଙ୍କୁ ସାମିଲ କରିବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି ।


Share It

Comments are closed.