ଭଲ ଭାବରେ ରନ୍ଧା ହୋଇଥିବା ଚିକେନ ଖାଇବା ପାଇଁ ହୋଇଥାଏ ସୁରକ୍ଷିତ


ଭୁବନେଶ୍ୱର : କେଏଫ୍‌ସି ଇଣ୍ଡିଆ ଗ୍ରାହକଙ୍କୁ ଖାଦ୍ୟ ସୁରକ୍ଷାର ସର୍ବୋଚ୍ଚ ସ୍ତର ପ୍ରଦାନ କରିବା ପାଇଁ ଦୃଢ ଭାବେ ପ୍ରତିବଦ୍ଧ ରହିଛି । ଭାରତର ସବୁଠାରୁ ବିଶ୍ୱସନୀୟ ରେଷ୍ଟୁରାଂଟ ବ୍ରାଣ୍ଡ ଭାବେ କେଏଫ୍‌ସି ଭାରତର ସ୍ୱାଦିଷ୍ଟତମ ଚିକେନ ପ୍ରଦାନ କରିବା ପାଇଁ ଯତ୍ନଶୀଳ ପ୍ରକ୍ରିୟା ଓ ଉନ୍ନତ ସ୍ୱଚ୍ଛତା ମାନକଗୁଡିକୁ ଅନୁସରଣ କରିଥାଏ । କେଏଫ୍‌ସି ରେଷ୍ଟୁରାଂଟଗୁଡିକରେ ପରିବେଷଣ କରାଯାଉଥିବା ଚିକେନ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ, ହରିଆନା ଓ ରାଜସ୍ଥାନର ପ୍ରତିଷ୍ଠିତି ଓ ପ୍ରମାଣିତ ଯୋଗାଣକାରୀଙ୍କଠାରୁ ଅଣାଯାଉଛି ଯିଏ କଠୋର ଯାଂଚ ଓ ପ୍ରକ୍ରିୟାଗୁଡିକୁ କାର୍ଯ୍ୟକାରୀ କରୁଛନ୍ତି । ସପ୍ଲାୟର ବା ଯୋଗାଣକାରୀମାନେ ଏଫ୍‌ଏସ୍‌ଏସ୍‌ଏଆଇ ଓ ଅନ୍ୟାନ୍ୟ ସମ୍ବନ୍ଧିତ କର୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପ୍ରଯୁଜ୍ୟ ସୁରକ୍ଷା ଓ ଗୁଣବତା ମାନକଗୁଡିକର ପାଳନ କରୁଛନ୍ତି । ଯୋଗାଣକାରୀଙ୍କ ଫାର୍ମରୁ ଫର୍କ ପର୍ଯ୍ୟନ୍ତ ଏହି ଚିକେନ ୩୪ଟି କ୍ୱାଲିଟି ଚେକ୍‌ର ସମ୍ମୁଖୀନ ହୋଇଥାଏ, ଯାହା ଏହାକୁ ଖାଇବା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ କରୁଛି । କେଏଫ୍‌ସିରେ ପରିବେଷଣ କରାଯାଉଥିବା ଚିକେନକୁ ୧୭୦ ଡିଗ୍ରୀ ସେଲ୍‌ସିୟସ୍‌ର ଅତ୍ୟଧିକ ଉଚ୍ଚ ତାପମାତ୍ରାରେ ରନ୍ଧନ କରାଯାଉଛି ଯାହା ଚିକେନକୁ ରାନ୍ଧିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ସୁପାରିଶ କରାଯାଇଥିବା ୭୦ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଠାରୁ ଯଥେଷ୍ଟ ଅଧିକ ଅଟେ । ଆନ୍ତର୍ଜାତୀୟ ଅନୁସନ୍ଧାନ ଓ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସଂଗଠନଗୁଡିକ ଅନୁଯାୟୀ, ଫ୍ଲୁ ଭାଇରସ୍ ରନ୍ଧା ଯାଇଥିବା ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇପାରିବ ନାହିଁ, ଯାହା କେଏଫ୍‌ସିରେ ପରିବେଷଣ କରାଯାଉଥିବା ପ୍ରତ୍ୟେକ ମିଲ୍ ଖାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଟେ ବୋଲି ସୁନିଶ୍ଚିତ କରୁଛି ।
ରାଜ୍ୟରେ ବର୍ତମାନ ଜାରି ରହିଥିବା ବାର୍ଡ ଫ୍ଲୁ ସଂକ୍ରମଣର କେଏଫ୍‌ସି ରେଷ୍ଟୁରାଂଟଗୁଡିକରେ ଦିଆଯାଉଥିବା ଚିକେନର ସୁରକ୍ଷା ଓ ମାନ ଉପରେ କୌଣସି ପ୍ରଭାବ ନାହିଁ । କେଏଫ୍‌ସିରେ ପରିବେଷଣ କରାଯାଉଥିବା ଖାଦ୍ୟ ସତେଜ, କ୍ରିସ୍ପି ଓ ସ୍ୱାଦିଷ୍ଟ ଅଟେ ଯାହା ସୁରକ୍ଷା ଉପରେ ସାଲିସ୍ କରିନାହିଁ । ସମସ୍ତ ଖାଦ୍ୟ ସାମଗ୍ରୀଗୁଡିକୁ ଭଲ ଭାବରେ ତଦାରଖ କରାଯାଏ ଏବଂ ଯଦି କୌଣସି ସାମଗ୍ରୀ ଏହାର ସେବନ ସମୟସୀମା ଅତିକ୍ରମ କରିଥାଏ, ତେବେ ତାହାକୁ ତତ୍କାଳ ସେଲ୍ଫରୁ ବାହାର କରାଯାଇଥାଏ । ପ୍ରତ୍ୟେକ କେଏଫ୍‌ସି ରେଷ୍ଟୁରାଂଟ୍ ଏକ କଠୋର ସ୍ୱଚ୍ଛତା ଓ ସଫେଇ କାର୍ଯ୍ୟକ୍ରମକୁ ଅନୁସରଣ କରିଥାଏ ଯେଉଁଥିରେ ଚଟ୍ଟାଣଗୁଡିକୁ ସ୍ପର୍ଶ କରୁଥିବା ସମସ୍ତ ଖାଦ୍ୟ ପାଇଁ ଏକ ୱାଶ୍‌-ରିନ୍ସ-ସାନିଟାଇଜ ପ୍ରକ୍ରିୟା ସାମିଲ ରହିଛି । ସୁରକ୍ଷା ଓ ଗ୍ରାହକ ବିଶ୍ୱାସର ସର୍ବୋଚ୍ଚ ମାନକୁ ନିରନ୍ତର ଭାବେ ଧାରଣ କରିବା ସୁନିଶ୍ଚିତ କରିବା ଲାଗି କେଏଫ୍‌ସି ଇଣ୍ଡିଆ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଯୋଗାଯୋଗ ଓ ସୁରକ୍ଷା ନିୟମଗୁଡିକ ଉପରେ ସୂଚିତ ଓ ଅବଗତ ରହିଥାଏ । ଏହି ବ୍ରାଣ୍ଡ ଭାରତରେ ଥିବା ନିଜର ସମସ୍ତ ରେଷ୍ଟୁରାଂଟଗୁଡିକରେ ଏକ ସୁରକ୍ଷିତ ଓ ଉପଭୋଗଯୋଗ୍ୟ ଡାଇନିଙ୍ଗ୍ ଅନୁଭୂତି ପ୍ରଦାନ କରିବା ପ୍ରତି ପ୍ରତିବଦ୍ଧ ରହିଛି ।
କେଏଫ୍‌ସିରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟକୁ ବିନା ଚିନ୍ତାରେ ଉପଭୋଗ କରାଯାଇପାରିବ । ସମସ୍ତ ନିରାମିଷ ଓ ଆମିଷ ଖାଦ୍ୟଗୁଡିକୁ ପୃଥକ ଭାବେ ପ୍ରସ୍ତୁତ କରାଯାଇଥାଏ । ତେଲଠାରୁ ଆରମ୍ଭ କରି ବାସନ, ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛିକୁ ପୃଥକ ରଖାଯାଇଥାଏ, ନିରାମିଷ ବିଭାଗର କର୍ମଚାରୀମାନେ ସବୁଜ ଆପ୍ରୋନ ପରିଧାନ କରୁଥିବା ବେଳେ ଆମିଷ ବିଭାଗର କର୍ମଚାରୀମାନେ ଲାଲ ଆପ୍ରୋନ ପରିଧାନ କରିଥାନ୍ତି । କେଏଫ୍‌ସିର ସ୍ୱଚ୍ଛତା, ଗୁଣବତା ପ୍ରତି ପ୍ରତିବଦ୍ଧତା ଓ ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା ମାନକଗୁଡିକର କଡାକଡି ଅନୁପାଳନ ଅଟଳ ଓ ଅବିରତ ରହିଛି । ବ୍ରାଣ୍ଡ ସ୍ୱାଦିଷ୍ଟ ଉତମ ଖାଦ୍ୟ ରନ୍ଧନ କରିବା ଓ ଗ୍ରାହକଙ୍କୁ ପରିବେଷଣ କରିବା ପ୍ରତି ଉତ୍ସର୍ଗୀକୃତ ରହିଛି ଯାହାକୁ ଗୁଣବତା ଓ ସୁରକ୍ଷା ପାଇଁ ସର୍ବାଧିକ ଯତ୍ନ ସହ ପ୍ରସ୍ତୁତ କରାଯାଇଥାଏ ।


Share It

Comments are closed.