ଆଇନଜୀବୀ ପିତବାସ ପଣ୍ଡାଙ୍କୁ ନ୍ୟାୟ ଦାବୀରେ ରାସ୍ତାକୁ ଓହ୍ଲାଇଲେ ରାଜ୍ୟ ଆଇନଜୀବୀ ସଂଘ

Share It

ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ, କଟକ ଓ ସମସ୍ତ ବାର ଆସୋସିଏସନର ବିଦ୍ୱାନ ଓକିଲ ସଦସ୍ୟମାନେ ଓଡ଼ିଶା ରାଜ୍ୟ ବାର ପରିଷଦର ମାନ୍ୟବର ସଦସ୍ୟ ଓ ଆଦର୍ଶ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡାଙ୍କ ନିର୍ମମ ହତ୍ୟାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି। ଏହି ଘୃଣ୍ୟ ଘଟଣା ବିରୁଦ୍ଧରେ ଏକତା ସ୍ୱରୂପ ଓଡ଼ିଶା ରାଜ୍ୟ ବାର ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବକୁ ସମର୍ଥନ କରି ୦୬ ଅକ୍ଟୋବର ୨୦୨୫ ରେ “ପେନ୍ ଡାଉନ୍‌” ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା ।


ଏହି ପ୍ରତିବାଦକୁ ଆହୁରି ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ୦୮ ଅକ୍ଟୋବର ୨୦୨୫ ର ସକାଳ ୧୦ଟାରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ହଲରେ କଟକ ଜିଲ୍ଲାର ସମସ୍ତ ବାର ଆସୋସିଏସନ ମିଳିତ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ପଣ୍ଡାଙ୍କ ହତ୍ୟା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବରେ “ନୀରବ ରାଲି” ଆୟୋଜିତ ହୋଇଥିଲା।


ରାଜ୍ୟ ବାର ପରିଷଦ ପକ୍ଷରୁ ଡକା ଯାଇଥିବା ‘ପେନ ଡାଉନ’ ପ୍ରତିବାଦକୁ ସମର୍ଥନ କରି ଆଜି ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ ସମସ୍ତ ଆଇନଜୀବୀ । ଏହା ସହ କଟକ ଜିଲ୍ଲାର ସମସ୍ତ ବାର ଆସୋସିଏସନ ଓ ବିଦ୍ୱାନ ଓକିଲମାନେ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଅଂଶଗ୍ରହଣ କରି ଓକିଲ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରି ଏହାକୁ ଆହୁରୀ ମଜବୁତ କରିବା ପାଇଁ ଦାବୀ କରିଥିଲେ ।


Share It

Comments are closed.