ବିଶ୍ୱସ୍ତରୀୟ ସୋଲାର ପ୍ୟାନେଲ ଏବେ ଓଡ଼ିଶା ବଜାରରେ
ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ସୋଲାର ମଡ୍ୟୁଲ ନିର୍ମାତା ଗୌତମ ସୋଲାର ପକ୍ଷରୁ ‘ଗ୍ଲାସ-ଟୁ-ଗ୍ଲାସ (ଜି୨ଜି) ବନମ ଗ୍ଲାସ-ଟୁ-ଟ୍ରାନ୍ସପରେଂଟ-ବ୍ୟାକସିଟ (ଜି୨ଟିବି) ସୋଲାର ମଡ୍ୟୁଲସ୍’ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଶ୍ୱେତପତ୍ର (ହ୍ୱାଇଟପେପର)ର ଉନ୍ମୋଚନ କରାଯାଇଛି । ଭୁବନେଶ୍ୱରର ହୋଟେଲ ଲେମନ ଟ୍ରି ପ୍ରେମିୟରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ଏହି ଶ୍ୱେତପତ୍ରର ଶୁଭାରମ୍ଭ କରିଛି ଯାହା ଦୁଇଟି ବାଇଫେସିଆଲ ପିଭି ମଡ୍ୟୁଲ ଟେକ୍ନୋଲୋଜିର ଏକ ବିସ୍ତୃତ ତୁଳନା ପ୍ରଦାନ କରିଛି ଏବଂ ଏହି ଶିଳ୍ପରେ ରହିଥିବା ସାଧାରଣ ଭ୍ରାନ୍ତ ଧାରଣାଗୁଡିକୁ ଦୂର କରୁଛି ।
ଏହି ଅବସରରେ ଗୌତମ ସୋଲାରର ସିଇଓ ଶ୍ରୀଯୁକ୍ତ ଗୌତମ ମୋହଙ୍କା କହିଛନ୍ତି, “ସୋଲାର ଶିଳ୍ପରେ ବାଇଫେସିଆଲ ମଡ୍ୟୁଲଗୁଡିକର ଦ୍ରୁତ ଗ୍ରହଣୀୟତା ଦେଖିବାକୁ ମିଳୁଛି, କିନ୍ତୁ ଗ୍ଲାସ-ଟୁ-ଗ୍ଲାସ ବନାମ ଗ୍ଲାସ-ଟୁ-ଟ୍ରାନ୍ସପରେଂଟ-ବ୍ୟାକସିଟ ମଡ୍ୟୁଲଗୁଡିକର ଅନୁକୂଳତା ଓ କାର୍ଯ୍ୟଦକ୍ଷତାକୁ ନେଇ ଦ୍ୱନ୍ଦ ଜାରି ରହିଛି । ଏହି ଶ୍ୱେତପତ୍ର ସହିତ ଆମେ ହିତାଧିକାରୀମାନନଙ୍କୁ ସେମାନଙ୍କର ପ୍ରକଳ୍ପ ଆବଶ୍ୟକତା ଉପରେ ଆଧାର କରି ସୂଚିନ୍ତିତ ନିଷ୍ପତି ନେବାରେ ସାହାଯ୍ୟ କରିବା ପାଇଁ ଏକ ସ୍ପଷ୍ଟ, ନିରପେକ୍ଷ ଓ ବୈଷୟିକ ତୁଳନା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ପଦକ୍ଷେପ ମାଧ୍ୟମରେ ଆମେ ଗୁଜବଗୁଡିକୁ ଦୂର କରିବା ଓ ଶିଳ୍ପରେ ସ୍ପଷ୍ଟତା ଆଣିବାକୁ ଚାହୁଁଛୁ । ଉଭୟ ଟେକ୍ନୋଲୋଜିର ନିଜସ୍ୱ ସ୍ଥାନ ରହିଛି ଏବଂ ଆମର ଲକ୍ଷ୍ୟ ହେଉଛି ହିତାଧିକାରୀମାନେ ଯେପରି ନିଜ ପ୍ରକଳ୍ପ ପାଇଁ ସବୁଠାରୁ ଉପଯୁକ୍ତ ଟେକ୍ନୋଲୋଜି ଚୟନ କରିବା ପାଇଁ ସଠିକ ସୂଚନା ସହ ସଶକ୍ତ ହେବେ ତାହା ସୁନିଶ୍ଚିତ କରିବା ।”
ଏହି ଶ୍ୱେତପତ୍ର ବିଭିନ୍ନ ଜଳବାୟୁ, ପ୍ରଯୁଜ୍ୟ ଖର୍ଚ୍ଚ ଓ ପ୍ରୟୋଗ ପରିଦୃଶ୍ୟରେ ଉଭୟ ଜି୨ଜି ଓ ଜି୨ଟିବି ବାଇଫେସିଆଲ ମଡ୍ୟୁଲଗୁଡିକର ବୈଷୟିକ ବିଶେଷତା, ସ୍ଥାୟିତ୍ୱ ଓ କାର୍ଯ୍ୟଦକ୍ଷତାକୁ ଆବିଷ୍କାର କରିଛି । ଏହା ଗୁରୁତ୍ୱ ଦେଉଛି ଯେ, ଉଭୟ ଟେକ୍ନୋଲୋଜି ଉନ୍ନତ ମୂଲ୍ୟ ପ୍ରଦାନ କରୁଛନ୍ତି, ସେମାନଙ୍କ ଅନୁକୂଳତା ସ୍ଥାନ-ନିର୍ଦ୍ଧିଷ୍ଟ ଓ ପ୍ରକଳ୍ପ-ନିର୍ଦ୍ଧିଷ୍ଟ ଆବଶ୍ୟକତାଗୁଡିକ ଉପରେ ନିର୍ଭର କରୁଛି । ଗୌତମ ସୋଲାର ଦୀର୍ଘକାଳିନ କାର୍ଯ୍ୟଦକ୍ଷତା ଓ ନିର୍ଭରଯୋଗ୍ୟତା ନିଶ୍ଚିତ କରିବା ପାଇଁ ଖର୍ଚ୍ଚ ବାହାରେ ମୂଲ୍ୟାଙ୍କନର ମହତ୍ୱ ଉପରେ ଗୁରୁତ୍ୱ ଦେଉଛି ।
Comments are closed.