ଦୀର୍ଘକାଳୀନ ନିବେଶ ପାଇଁ ସୁଚିନ୍ତିତ ରଣନୀତି
ଭୁବନେଶ୍ୱର : ସମୟକ୍ରମେ, ନିବେଶ ଦୁନିଆ ବିକଶିତ ହୋଇଥିବା ବେଳେ ଆମ ପାଇଁ ଉପଲବ୍ଧ ବିକଳ୍ପଗୁଡିକ ମଧ୍ୟ ବିକଶିତ ହୋଇଛି । ଆଜିର ନିବେଶ ଜଟିଳତା ଓ ବିଳାସପୂର୍ଣ୍ଣତାରେ ପରିପୂର୍ଣ୍ଣ ଅନେକ ବିକଳ୍ପ ପ୍ରଦାନ କରୁଛି। ତଥାପି, ଉଦ୍ଭାବନର ଅନ୍ୱେଷଣରେ ନିବେଶକମାନେ ପ୍ରାୟତଃ ସେଗୁଡିକର ସୂକ୍ଷ୍ମତାକୁ ଭଲ ଭାବରେ ନବୁଝି ନୂଆ ରଣନୀତିଗୁଡିକରେ ଲମ୍ଫ ଦେଉଛନ୍ତି। ଏଭଳି କ୍ଷେତ୍ରରେ ବିଏସଇ ଇଣ୍ଡିଆ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଏକ ସମାଧାନରେ ପହଂଚିଛି ଯାହା ଚିନ୍ତାଶୀଳ ଭାବେ ନିର୍ମିତ ହେବା ସହିତ ମୌଳିକତା ସହ ଜଡିତ ସମସ୍ତ ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିଛି ବୋଲି ବନ୍ଧନ ଏଏମସି- ସେଲ୍ସ ଆଣ୍ଡ ମାର୍କେଟିଙ୍ଗ ବିଭାଗ ମୁଖ୍ୟ ଗୌରବ ପରିଜା କହିଛନ୍ତି । ଏହି ଇଣ୍ଡେକ୍ସ ବିଏସଇ ୫୦୦ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରୁ ଶୀର୍ଷ ୩ଟି କମ୍ପାନୀକୁ ଚୟନ କରିଥାଏ, ଯାହା କେବଳ ନେତୃତ୍ୱ ସୁଦୃଢ ଥିବା, ସୁ-ସ୍ଥାପିତ ବ୍ୟବସାୟଗୁଡିକ ଉପରେ ଗୁରୁତ୍ୱ ଦେବା ସହିତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଏକ୍ସପୋଜର ନିଶ୍ଚିତ କରିଥାଏ।
ବଡ କମ୍ପାନୀଗୁଡିକ ପାଇଁ ଓଭରଏକ୍ସପୋଜରକୁ ରୋକିବା ଲାଗି ୫%ର କ୍ୟାପ ଏବଂ କ୍ଷୁଦ୍ର ଷ୍ଟକଗୁଡିକୁ ଅର୍ଥପୂର୍ଣ୍ଣ ଉପସ୍ଥିତି ଦେବା ପାଇଁ ଏକ ୧%ର ଫ୍ଲୋର୍ର ସୀମା ସହିତ ଏହି ଇଣ୍ଡେକ୍ସର ପ୍ରତ୍ୟେକ ଷ୍ଟକ୍ ଏହାର ଫ୍ରି-ଫ୍ଲୋଟ ମାର୍କେଟ କ୍ୟାପିଟାଲାଇଜେଶନ ଉପରେ ଆଧାରିତ ରହିଛି। ଏହି ଇଣ୍ଡେକ୍ସକୁ ତ୍ରୈମାସିକ ଭାବେ ପୁନଃସନ୍ତୁଳନ କରାଯାଇଥାଏ ଏବଂ ଏହାର ଉପାଦାନଗୁଡିକୁ ଅପ୍ଡେଟ କରିବା ପାଇଁ ପ୍ରତି ୬ ମାସରେ ପୁନଃନିର୍ମାଣ କରାଯାଏ। ବିଏସଇ ଇଣ୍ଡିଆ ସେକ୍ଟର ଲିଡର୍ସ ଇଣ୍ଡେକ୍ସରେ ଶୀର୍ଷ ୧୦, ୨୦ ଓ ୩୦ଟି ଷ୍ଟକ, ବିଏସଇ ୫୦୦ରେ ଥିବା ନିଜର ପ୍ରତିଦ୍ୱନ୍ଦୀଙ୍କ ତୁଳନାରେ ଏକ ବୃହତ ମିଳିତ କ୍ଷମତା ଧାରଣ କରିଛନ୍ତି। ଅନ୍ୟପକ୍ଷରେ ନିମ୍ନରେ ଥିବା ୫ ଓ ୧୦ ଷ୍ଟକଗୁଡିକ ଉନ୍ନତ ସ୍ୱାଧୀନ କ୍ଷମତା ବହନ କରୁଛନ୍ତି ଯାହା ଇଣ୍ଡେକ୍ସର ସର୍ବନିମ୍ନ ୱେଟ ଫ୍ଲୋର ଦ୍ୱାରା ପରିଚାଳିତ। ଗତ ୩ ଓ ୫ ବର୍ଷ ମଧ୍ୟରେ ଏହି ଇଣ୍ଡେକ୍ସ ବିଏସଇ ୫୦୦ଠାରୁ ଉନ୍ନତ ପ୍ରଦର୍ଶନ କରିଛି, ଯାହା ଗତ ୩ ବର୍ଷରେ ୧୬.୯% ବଦଳରେ ୧୭.୫% ଏବଂ ଗତ ୫ ବର୍ଷ ମଧ୍ୟରେ ୨୧.୭% ବଦଳରେ ୨୩.୨% ବାର୍ଷିକ ରିଟର୍ଣ୍ଣ ଦେଇଛି। ଏହା ଆର୍ଥିକ କ୍ଷେତ୍ରକୁ ୧୫%ରୁ ତଳକୁ ସୀମିତ କରିଛି ଏବଂ ସାଧାରଣତଃ ଅଣପ୍ରତିନିଧିତ୍ୱ କ୍ଷେତ୍ରଗୁଡିକ ପାଇଁ ଅର୍ଥପୂର୍ଣ୍ଣ ପ୍ରତିନିଧିତ୍ୱ ଦେଇଛି, ଯାହା ବଜାର ନେତୃତ୍ୱ ସହ ସମନ୍ୱିତ ରହି ଅଧିକ ସନ୍ତୁଳିତ ଏକ୍ସପୋଜର ସହ ଏକ ବ୍ୟବହାରିକ ଭିତିଭୂମି ପ୍ରଦାନ କରୁଛି।
ବିଏସଇ ଇଣ୍ଡିଆ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଏକ ରଣନୈତିକ, ଲାର୍ଜ-କ୍ୟାପ-ଟିଲ୍ଟେଡ ପୋର୍ଟଫୋଲିଓ ଯାହା ବିଭିନ୍ନ କ୍ଷେତ୍ରରେ ଭାରତର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକୁ କ୍ୟାପ୍ଚର କରିଥାଏ। ପ୍ରମାଣିତ ବଜାର ଲିଡରଙ୍କ ଉପରେ ଏକ ଗୁରୁତ୍ୱ ସହିତ ବିବିଧତାକୁ ଏକତ୍ରିତ କରି ଏହା ଏକ ନିର୍ଭରଯୋଗ୍ୟ କୋର ହୋଲ୍ଡିଙ୍ଗର ସନ୍ଧାନ କରୁଥିବା ନିବେଶକଙ୍କୁ ଆକର୍ଷିତ କରିଥାଏ। ଏଭଳି ଯୁଗ ଯେଉଁଠାରେ ନିବେଶ ଉତ୍ପାଦଗୁଡିକ ବହୁମାତ୍ରାରେ ଜଟିଳ କିମ୍ବା ଭାରି ଅଟେ, ସେତେବେଳେ ଏହି ରଣନୀତି ନିବେଶକଙ୍କ ପାଇଁ ସ୍ପଷ୍ଟତା, ନିରନ୍ତରତା ଓ ଗୁଣବତା ଆଣିଥାଏ। ମୌଳିକତା ସହ ଜଡିତ ଏହି ରଣନୀତି ଉଭୟ ପରାମର୍ଶଦାତା ଓ ନିବେଶକଙ୍କୁ ଏକ ଦୀର୍ଘାବଧି ଇକ୍ୱିଟି ଅଭିବୃଦ୍ଧି ହାସଲ କରିବା ପାଇଁ ଏକ ସରଳ ଓ ଆକର୍ଷଣୀୟ ଉପାୟ ପ୍ରଦାନ କରିଥାଏ।
Comments are closed.