ଜାତୀୟ ପୋଷଣ ମାସ ଅଭିଯାନକୁ ସମର୍ଥନ କରି ମଣିପାଲ୍ ର ସ୍ୱାସ୍ଥ୍ୟ ଶିବିର ଆରମ୍ଭ
ଭୁବନେଶ୍ୱର : ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ପରିବାରୀକ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଜାତୀୟ ସ୍ତରର ‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ସହିତ ସକ୍ରିୟ ଭାବରେ ଯୋଗ ଦେଇଛି । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କର ପ୍ରମୁଖ ପ୍ରୟାସ ଯାହା ‘ପୋଷଣ ମାସ ୨୦୨୫’ ସହିତ ସମନ୍ୱୟରେ ପାଳନ ହେଉଛି । ଅଭିଯାନଟି ସେପ୍ଟମ୍ବର ୨୭ରୁ ଆରମ୍ଭ ହୋଇ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ପର୍ଯ୍ୟନ୍ତ ଚାଲିବ ଏହାର ଲକ୍ଷ୍ୟ ହେଉଛି ସଶକ୍ତ ନାରୀ ମାଧ୍ୟମରେ ସ୍ୱସ୍ଥ ପରିବାର ଗଠନ କରିବା ।
ଏହି ଅଭିଯାନ ଅନୁସାରେ ପାଇଁ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କାର୍ୟକ୍ରମ ଆୟୋଜନ କରୁଛି, ଯାହା ହସ୍ପିଟାଲ୍ ସୀମାରେ ସୀମିତ ନଥାଇ, ସହରର ବିଭିନ୍ନ ଶିକ୍ଷା ସଂସ୍ଥା, ମହିଳା ସମିତି, କମ୍ୟୁନିଟି ଫୋରମ୍ ସହିତ ସହଯୋଗରେ ମଧ୍ୟ କରାଯାଉଛି । ଏଥିରେ ସ୍ତ୍ରୀରୋଗ, ଦନ୍ତ, ଚକ୍ଷୁ ଓ ସାଧାରଣ ଚିକିତ୍ସାରେ ପ୍ରତିରୋଧୀ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଦିଆଯାଉଛି । ସେହିପରି, ମାନସିକ ସ୍ୱାସ୍ଥ୍ୟ, ଶିଶୁ ସୁସ୍ଥତା, ଋତୁସ୍ରାବ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱୟଂ–ସୁସ୍ଥତା ବିଷୟରେ ସଚେତନତା କାର୍ୟକ୍ରମ ଆୟୋଜନ ହେଉଛି ।
ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର କ୍ଲଷ୍ଟର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ସୁସ୍ଥ ନାରୀ ହେଉଛନ୍ତି ଶକ୍ତିଶାଳୀ ପରିବାର ଓ ସମୃଦ୍ଧ ସମାଜର ଭିତ୍ତି । ମଣିପାଲ୍ ହସ୍ପିଟାଲରେ, ଆମେ ଏହି ଜାତୀୟ ଅଭିଯାନର ସହଭାଗୀ ହୋଇ ଗର୍ବିତ । ଏହି ପ୍ରୟାସ ମାଧ୍ୟମରେ ଆମେ ମହିଳାମାନଙ୍କୁ ସଶକ୍ତ କରିବା ସହିତ ସମାଜକୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ନିକଟକୁ ନେଇବାକୁ ଚାହୁଁଛୁ ।”
ହସ୍ପିଟାଲ୍ ପ୍ରତିଦିନ ୧୦୦ରୁ ଅଧିକ ମହିଳାଙ୍କୁ ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଶେଷଜ୍ଞଙ୍କ ପରାମର୍ଶ ସୁବିଧା ଦେଉଛି । ସେହିପରି, ସମାଜମୁଖୀ ପ୍ରଚାର ଓ ସଚେତନତା ମାଧ୍ୟମରେ ଭୁବନେଶ୍ୱରର ବିଭିନ୍ନ ମହିଳା ସମୁଦାୟଙ୍କୁ ପ୍ରାଥମିକ ଓ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି ।
‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ କେନ୍ଦ୍ର ସରକାରଙ୍କର ଆନିମିଆ ପରୀକ୍ଷା, କ୍ୟାନ୍ସର ସନ୍ଦେହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଏବଂ କ୍ଷୟରୋଗ ଓ ସିକେଲ୍ ସେଲ୍ ରୋଗ ସଚେତନତା ଲକ୍ଷ୍ୟ ସହିତ ସମନ୍ୱୟରେ ରହିଛି । ଏହା ‘ପୋଷଣ ମାସ’, ‘ନିକ୍ଷୟ ମିତ୍ର ଡ୍ରାଇଭ୍’ ଓ ‘ରକ୍ତଦାନ ସଚେତନତା’ ଭଳି ସରକାରୀ ପ୍ରକଳ୍ପ ସହିତ ମିଶିତାରେ ଚାଲିଛି ।
ଓଡ଼ିଶାର ପ୍ରମୁଖ ହସ୍ପିଟାଲ ଭାବରେ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କର ‘ଜନ୍ ଆନ୍ଦୋଳନ’ (ସମାଜର ଆନ୍ଦୋଳନ) ଲକ୍ଷ୍ୟକୁ ସମର୍ଥନ କରି ସ୍ୱାସ୍ଥ୍ୟ ସେବାକୁ ସକ୍ରିୟ ସହଭାଗୀତା ପ୍ରଦାନ କରୁଛି ।
ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ସଂସ୍ଥା ଭାବରେ, ମାଣିପାଲ୍ ହସ୍ପିଟାଲ୍ ଭାରତରେ ୭୦ ବର୍ଷରୁ ଅଧିକ ଅନୁଭବ ସହିତ ଶୀର୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗଣ୍ୟ। ବର୍ତ୍ତମାନ ପ୍ରତିବର୍ଷ ୭ ମିଲିୟନ୍ (୭୦ ଲକ୍ଷ) ରୁ ଅଧିକ ରୋଗୀଙ୍କୁ ସେବା ଦେଉଛି ଏବଂ ଏପର୍ଯ୍ୟନ୍ତ ୬୦ ମିଲିୟନ୍ (୬ କୋଟି) ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଏକ ଅର୍ଥନୀତିକ ଭାବେ ସହଜ ଓ ଉଚ୍ଚ ଗୁଣସ୍ତରର ସ୍ୱାସ୍ଥ୍ୟସେବା ଢଞ୍ଚା ଉନ୍ନତ କରିବା, ଯାହା ଏହାର ମଲ୍ଟିସ୍ପେଶାଲିଟି ଓ ଟର୍ସିଆରି କେୟାର୍ ସେବା ପ୍ରଣାଳୀ ଦ୍ୱାରା ପ୍ରଦାନ କରାଯାଏ, ଏବଂ ଏହାକୁ ଆଉ ବହିର୍ଗତ ସ୍ୱାସ୍ଥ୍ୟ ସେବା (out-of-hospital care) ଯାଏଁ ବିସ୍ତାର କରାଯାଉଛି।
Comments are closed.