ଅନଲାଇନ ଠକାମିରୁ ଯୁବବର୍ଗକୁ ସୁରକ୍ଷିତ ରଖିବା ପାଇଁ ଅଭିଭାବଙ୍କ ପାଇଁ ମାର୍ଗଦର୍ଶନ
ଭୁବନେଶ୍ୱର: ପାର୍ବଣ ସମୟରେ ସର୍ବାଧିକ ଠକାମି ମଧ୍ୟ ଘଟିଥାଏ। ଏଭଳି ସମୟରେ ଅଭିଭାବକମାନେ କିଶୋର ଓ ଛାତ୍ରଛାତ୍ରୀମାନଙ୍କୁ ଠକାମିରୁ ସୁରକ୍ଷିତ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଏସମ୍ପର୍କରେ ଆମାଜନ ଇଣ୍ଡିଆର ଲିଗାଲ ବିଭାଗର ଉପାଧ୍ୟକ୍ଷ ରାକେଶ ବକ୍ଷି କହିଛନ୍ତି, ଆମେ ପାର୍ବଣ ସମୟରେ ଅନ୍ଲାଇନ କ୍ରୟ ବେଳେ ପରିବାରଗୁଡିକୁ ପ୍ରଥମେ ‘ଭେରିଫିକେଶନ’ ବା ଯାଂଚ କରିବା, ନିଜ ଅର୍ଡର ସମ୍ପର୍କରେ ଜାଣିବା ପାଇଁ ଅଫିସିଆଲ ଆମାଜନ ଆପର ବ୍ୟବହାର କରିବା,ମଲ୍ଟି-ଫ୍ୟାକ୍ଟର ଅଥେଂଟିକେଶନକୁ ଚାଲୁ କରିବା ଏବଂ ଗିଫ୍ଟ-କାର୍ଡ ପେମେଂଟ ପାଇଁ ଯେକୌଣସି ଦାବିକୁ ଏକ ଷ୍ଟପ ସାଇନ ଭାବେ ବିଚାର କରିବା ପାଇଁ ପ୍ରୋତ୍ସାହିତ କରୁଛୁ।
ପାର୍ବଣ ସପିଂ ସମୟରେ ଫିସିଙ୍ଗ/ଇମ୍ପରସୋନେଶନ, ଅସୁରକ୍ଷିତ ଆକ୍ସେସ ମାଧ୍ୟମରେ ଆକାଂଉଟ ହ୍ୟାକ କରିବା ଇତ୍ୟାଦି ଠକାମି ଘଟେ । ଅଭିଭାବକମାନେ ଅଫିସିଆଲ ଆପ୍ରେ ଅର୍ଡର ସମ୍ପର୍କରେ କିମ୍ବା ଆକାଉଂଟ ସମସ୍ୟା ସମ୍ପର୍କରେ ଯାଂଚ କରି ନିଜ ପିଲାମାନଙ୍କ ଠକାମି ପ୍ରୟାସଗୁଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବେ। ଏହାବ୍ୟତୀତ ସେମାନେ ସେଣ୍ଡର ଓ ଲିଙ୍କକୁ ଯାଂଚ କରିପାରିବେ। ସେମାନଙ୍କୁ ଛୋଟ ଲିଙ୍କ ଓ ଟାଇପୋ (ଉଦାହରଣସ୍ୱରୁପ ‘ଆମାଜୋ ଡଟ୍ କୋ) ଗୁଡିକରୁ ସତର୍କ ରହିବାକୁ ହେବ। ଏହାବ୍ୟତିତ ସେମାନେ ‘ଆକ୍ଟ ନାଓ, “ଫି ରିକ୍ୱାର୍ଡ”, ‘ଇନ୍ଷ୍ଟଲ ଦିସ ଟୁଲ’ ଭଳି ଟ୍ରାପଗୁଡିକରୁ ଦୂରେଇ ରହିବା ଉଚିତ। ଯୁବବର୍ଗ ଠକାମିରୁ ଦୂରେଇ ରହିବା ପାଇଁ ଆପ୍ କିମ୍ବା ୱେବ୍ସାଇଟରେ ସିଧାସଳଖ ନାଭିଗେଟ କରିବା ଉଚିତ। ଏହାଛଡା ପରିବାରଗୁଡିକ ଗୁରୁତ୍ୱପୂର୍ଣ୍ଣ ଆକାଉଂଟରେ ମଜବୁତ ଓ ସ୍ୱତନ୍ତ୍ର ପାସ୍ୱାର୍ଡ ରଖିବା ଜରୁରୀ ଅଟେ। ପିଲାମାନଙ୍କୁ ଠକାମିରୁ ଶିକାର ହେବାରୁ ସୁରକ୍ଷିତ ରଖିବା ପାଇଁ ପରିବାରବର୍ଗ କିମ୍ବା ଅଭିଭାବକମାନେ ପ୍ୟାରେଂଟାଲ କଂଟ୍ରୋଲକୁ ସକ୍ଷମ କରିବା ଉଚିତ। ସେମାନେ ଅଜଣା ଲିଙ୍କ / ଡାଉନଲୋଡ ପାଇଁ ଏକ ଫ୍ୟାମିଲି ରେଡ-ଫ୍ଲାଗ ଚେକଲିଷ୍ଟ ଉପରେ ସହମତ ହେବା ଉଚିତ।
ଅନ୍ୟପକ୍ଷରେ ଆମାଜନ ଏହାର ଗ୍ରାହକଙ୍କୁ ଫୋନ କିମ୍ବା ଇମେଲରେ ପେମେଂଟ କରିବା ପାଇଁ କହିନଥାଏ, ଏହା ଗିଫ୍ଟ କାର୍ଡ ଡିମାଣ୍ଡ କରିନଥାଏ ଏବଂ ଆପଣଙ୍କୁ ସପୋର୍ଟ ପାଇଁ ସଫ୍ଟୱେୟାର ଇନ୍ଷ୍ଟଲ କରିବାକୁ କହିନଥାଏ। ଯଦି ଆପଣ ଅପ୍ରତ୍ୟାଶିତ ‘ଅର୍ଡର କନ୍ଫର୍ମେଶନ’ କିମ୍ବା ‘ଆକାଉଂଟ ସମସ୍ୟା’ ପାଆନ୍ତି, ତେବେ ଆପରେ ନିଜ ଅର୍ଡରକୁ ଯାଂଚ କରନ୍ତୁ। ସୁରକ୍ଷିତ ସପିଂ ପାଇଁ ନିଜର ପ୍ରତିବଦ୍ଧତା ସହ ଜଡିତ ହୋଇ ଆମାଜନ ଇଣ୍ଡିଆ, ଠକେଇ ମୁକ୍ତ ସେପ୍ଟେମ୍ବର ପାଳନ କରିବା ଲାଗି ଗୃହ ମନ୍ତ୍ରଣାଳୟର ଇଣ୍ଡିଆନ ସାଇବରକ୍ରାଇମ କୋଅର୍ଡିନେଶନ ସେଂଟର (ଆଇ୪ସି) ସହ ସହଭାଗିତା କରିଛି। ଏହି ପଦକ୍ଷେପ ପାର୍ବଣ ଋତୁ ସମୟରେ ସପିଙ୍ଗ ସମୟରେ ଅନ୍ଲାଇନ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ପରିବାର ଓ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଡିଜାଇନ କରାଯାଇଛି।
Comments are closed.