ବାଣ ଜନିତ ଦୁର୍ଘଟଣାରୁ ସୁରକ୍ଷା ପାଇବା ପାଇଁ ଆସିଲା ନୂଆ ପଦକ୍ଷେପ
ଭୁବନେଶ୍ୱର : ପର୍ବପର୍ବାଣି ସମୟକୁ ଦୃଷ୍ଟିରେ ରଖି ବାଣ ଯୋଗୁଁ ହେଉଥିବା ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଫୋନପେ ପୁଣି ଥରେ ନିଜର ଫାୟାରକ୍ରାକର ଇନସ୍ୟୁରାନ୍ସ କଭରେଜକୁ ଶୁଭାରମ୍ଭ କରିଛି । ଏହି ସୁଲଭ ପ୍ଲାନ କେବଳ ଟ.୧୧ (ଜିଏସଟି ସହିତ) ରେ ଉପଲବ୍ଧ ଅଛି ଏବଂ ଏହା ପର୍ବପର୍ବାଣି ସମୟରେ ୧୧ ଦିନ ପାଇଁ ଟ.୨୫,୦୦୦ ପର୍ଯ୍ୟନ୍ତ ବ୍ୟାପକ କଭରେଜ ପ୍ରଦାନ କରିଥାଏ । ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅଧିକ ସୁରକ୍ଷା ଓ ଆଶ୍ୱାସନା ପ୍ରଦାନ କରିବା । ମାତ୍ର ଟ.୧୧ର ଏକ ସାମାନ୍ୟ ଶୁଳ୍କରେ, ଗ୍ରାହକମାନେ ଟ.୨୫,୦୦୦ ପର୍ଯ୍ୟନ୍ତ ଇନସ୍ୟୋରାନ୍ସ ରାଶି ପାଇପାରିବେ । ଏହା ସହିତ ସେମାନେ ଏକ ପଲିସି ଅଧୀନରେ ନିଜେ, ନିଜ ଜୀବନସାଥୀ ଏବଂ ୨ଟି ସନ୍ତାନଙ୍କୁ ମିଶାଇ ସମ୍ପୂର୍ଣ୍ଣ ପରିବାରକୁ ସୁରକ୍ଷିତ କରିପାରିବେ । ଏହି କଭରେଜ ଅକ୍ଟୋବର ୧୨, ୨୦୨୫ ଠାରୁ ଆରମ୍ଭ ହୋଇ ୧୧ ଦିନ ପାଇଁ ବୈଧ ରହିବ । ଯଦି ଏହି ତାରିଖ ପରେ ପଲିସି କିଣାଯାଏ, ତେବେ ଏହାର କଭରେଜ କିଣିବା ଦିନଠାରୁ ୧୧ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହି ପ୍ଲାନଟିକୁ ସରଳ, ସ୍ୱଚ୍ଛ, ଏବଂ ସହଜରେ ଉପଲବ୍ଧ ହେବା ପାଇଁ ଡିଜାଇନ କରାଯାଇଛି । ୟୁଜରମାନେ ଗୋଟିଏ ମିନିଟରୁ କମ ସମୟରେ ଫୋନପେ ଆପରେ ସିଧାସଳଖ ପଲିସି କିଣିପାରିବେ ଏବଂ ହସ୍ପିଟାଲରେ ଭର୍ତି ହେବା (୨୪ ଘଂଟାରୁ ଅଧିକ), ଡେ-କେୟାର ଚିକିତ୍ସା (୨୪ ଘଂଟାରୁ କମ୍), ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ କଭରେଜ ସୁନିଶ୍ଚିତ କରିପାରିବେ ।
ଫୋନପେ ଆପରେ ୟୁଜରମାନେ ଏହି କଭରେଜ ପାଇବା ପାଇଁ ପ୍ରଥମେ ଫୋନପେ ଆପରେ ଇନସ୍ୟୁରାନ୍ସ ସେକ୍ସନ ଖୋଲନ୍ତୁ ଏବଂ ଫାୟାରକ୍ରାକର ଇନସ୍ୟୁରାନ୍ସ ବାଛନ୍ତୁ । ପ୍ଲାନ ବିବରଣୀ ବାଛନ୍ତୁ, ଯେଉଁଥିରେ ଟ.୨୫,୦୦୦ ର ଇନସ୍ୟୋରାନ୍ସ ରାଶି ଏବଂ ଆପଣଙ୍କ ପ୍ଲାନର ଲାଭ ସହିତ ଟ.୧୧ ର ନିର୍ଦ୍ଧାରିତ ପ୍ରିମିୟମ ରହିଛି । ଏହା ପରେ, ଆପଣ ଇନସ୍ୟୁରରଙ୍କ ବିଷୟରେ ସୂଚନା ଦେଖିପାରିବେ ଏବଂ ପ୍ଲାନର ଲାଭ ବିଷୟରେ ଏକ ବିସ୍ତୃତ ବିବରଣୀ ପାଇପାରିବେ । ଶେଷରେ, ପଲିସିଧାରଙ୍କ ବିବରଣୀ ପୂରଣ କରନ୍ତୁ, ଏବଂ ପ୍ରକ୍ରିୟା ପୂରଣ କରିବା ପାଇଁ ‘ପ୍ରୋସିଡ ଟୁ ପେ’ ଉପରେ ଟାପ କରନ୍ତୁ ।
Comments are closed.