ଏମ୍ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ, ଗବେଷଣା ଓ ନବସୃଜନକୁ ଗୁରୁତ୍ବ
• ଗତ ଏକ ବର୍ଷରେ ଏମ୍ସରେ ହୋଇଛି ୧୧ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା
• ୨୬ ଲକ୍ଷରୁ ଅଧିକ ଆଭା ସଂଯୋଗୀକରଣ
• ରୋଗୀସେବା ଏବଂ ଚିକିତ୍ସା ଉତ୍କର୍ଷତାରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ
• ଏନଆଇଆରଏଫ୍-୨୦୨୫ରେ ୧୪ତମ ସ୍ଥାନ ହାସଲ କରିଛି, ୨୦୨୧ରେ ୩୧ତମ ସ୍ଥାନରୁ ବିରାଟ ଲମ୍ଫ
• ଇଣ୍ଡିଆ-ଟୁଡେ ସର୍ଭେରେ ଭାରତରେ ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ
ଭୁବନେଶ୍ୱର, ୨୧/୦୯/୨୦୨୪: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଆଜି ତ୍ରୟୋଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଉତ୍ସାହର ସହିତ ପାଳନ କରିଛି। ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ସଫଳତା, ଡିଜିଟାଲ୍ ନବସୃଜନ ଏବଂ ଶିକ୍ଷାଗତ ଉତ୍କର୍ଷତାର ଏହି ବର୍ଷରେ ନବସୃଜନ ଏବଂ ଗବେଷଣାକୁ ଗୁରୁତ୍ବାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବ ଭାରତରେ ଚିକିତ୍ସା ସେବାକୁ ରୂପାନ୍ତରିତ କରିବାରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅବଦାନକୁ ସେ ପ୍ରଶଂସା କରିଥିଲେ। ଡ. ମହାପାତ୍ର ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଏମ୍ସ ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଥିଲେ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏମ୍ସ ଭୁବନେଶ୍ୱରର ପ୍ରଗତି ପଛରେ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସ ପକ୍ଷରୁ ସାମଗ୍ରିକ ରୋଗୀ ସେବା ଉପରେ ଧ୍ୟାନ ଦେଇ ଜଟିଳ, ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରାଯାଉଛି। ଏହାର ଶ୍ରେୟ ଆମର ଉତ୍ସର୍ଗୀକୃତ ଦଳର ବୋଲି ସେ କହିଥିଲେ। ଖୁବ୍ଶୀଘ୍ର ଏମ୍ସ ଭୁବନେଶ୍ୱରରେ ଯକୃତ ପ୍ରତିରୋପଣ, ସ୍କିନ୍ ବ୍ୟାଙ୍କ ସହିତ ଅନ୍ୟାନ୍ୟ ଏକାଧିକ ରୋଗୀ କଲ୍ୟାଣକାରୀ ସୁବିଧା ପ୍ରତିଷ୍ଠା ହେବାକୁ ଯାଉଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏମ୍ସ ଭୁବନେଶ୍ୱରର ପ୍ରଗତି ପଛରେ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସ ପକ୍ଷରୁ ସାମଗ୍ରିକ ରୋଗୀ ସେବା ଉପରେ ଧ୍ୟାନ ଦେଇ ଜଟିଳ, ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରାଯାଉଛି। ଏହାର ଶ୍ରେୟ ଆମର ଉତ୍ସର୍ଗୀକୃତ ଦଳର ବୋଲି ସେ କହିଥିଲେ। ଖୁବ୍ଶୀଘ୍ର ଏମ୍ସ ଭୁବନେଶ୍ୱରରେ ଯକୃତ ପ୍ରତିରୋପଣ, ସ୍କିନ୍ ବ୍ୟାଙ୍କ ସହିତ ଅନ୍ୟାନ୍ୟ ଏକାଧିକ ରୋଗୀ କଲ୍ୟାଣକାରୀ ସୁବିଧା ପ୍ରତିଷ୍ଠା ହେବାକୁ ଯାଉଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।
ଏମ୍ସରେ ଗତ ଏକ ବର୍ଷରେ ୧୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ସେହିପରି ଆଭା (ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ) ପଞ୍ଜୀକରଣ ମାଧ୍ୟମରେ ୨୬ ଲକ୍ଷରୁ ଊର୍ଧ୍ବ ଲୋକଙ୍କୁ ଯୋଡ଼ାଯାଇଛି। ୨୦୨୫ ଶିକ୍ଷାବର୍ଷ ପାଇଁ ଏମ୍ସକୁ ଏନ୍ଆଇଆରଏଫରେ ୧୪ତମ ସ୍ଥାନ ମିଳିଛି ଯାହାକି ସମଗ୍ର ପୂର୍ବ ଭାରତରେ ଶ୍ରେଷ୍ଠ। ୨୦୨୧ରେ ଏମ୍ସକୁ ୩୧ତମ ସ୍ଥାନ ମିଳିଥିଲା। ଏଥିସହିତ ମର୍ଯ୍ୟାଦାଜନକ ଇଣ୍ଡିଆ ଟୁଡେ ସର୍ଭେରେ ମଧ୍ୟ ଦେଶରେ ଏହି ପ୍ରତିଷ୍ଠାନ ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ଭାବେ ସ୍ଥାନିତ ହୋଇଛି।
ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ଅଶୋକ କୁମାର ଜେନା, କୁଳସଚିବ ଡ. ସୁଦୀପ୍ତ ରଂଜନ ସିଂ, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ।
ତ୍ରୟୋଦଶ ବାର୍ଷିକ ଉତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାର୍ଷିକ ସ୍ମରଣିକା “ଦି ଇନ୍ସାଇଟ୍”କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ପେଶା ସ୍ବାସ୍ଥ୍ୟସେବା ବୃତ୍ତିଧାରୀ, ନିଶା ଫଟୋଗ୍ରାଫୀ –
ଏମ୍ସ ଭୁବନେଶ୍ବର କାର୍ଯ୍ୟରତ ସ୍ବାସ୍ଥ୍ୟସେବା ବୃତ୍ତିଧାରୀମାନଙ୍କଠାରେ ମଧ୍ୟ ଫଟୋଗ୍ରାଫୀ ଭଳି ନିଶା ରହିଛି, ତାହା ଆଜିର ଫଟୋପ୍ରଦର୍ଶନୀରୁ ସ୍ପଷ୍ଟ ହୋଇଯାଇଥିଲା। ଚଳିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।


ଶ୍ରେଷ୍ଠ ୫୦ ଫଟୋକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଯାହାକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ଏମ୍ସ ଭଳି ଅନୁଷ୍ଠାନରେ ରହିଥିବା ଏପରି ସୃଜନଶୀଳ ପ୍ରତିଭାମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ସେହିପରି ଗତ ଏକ ବର୍ଷରେ ଏମ୍ସରେ ହୋଇଥିବା ଏକାଧିକ ସଫଳତା ସମ୍ବଳିତ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
Comments are closed.