ଧାମରା ପୋର୍ଟ ପକ୍ଷରୁ ଜେଟୀ ସଫେଇ
ଧାମରା, : ଅନ୍ତର୍ଜାତୀୟ କୋଷ୍ଟାଲ କ୍ଲିନଅପ୍ ଡେ ପାଳନ ଅବସରରେ ଧାମରା ପୋର୍ଟ ପକ୍ଷରୁ ଉପକୂଳ ସଫେଇ କାର୍ଯର୍୍ୟ ଆରମ୍ଭ କରାଯାଇଛି । ଏହି ଅବସରରେ ଧାମରା ପୋର୍ଟ କର୍ମଚାରୀମାନେ ସ୍ଥାନୀୟ ଧାମରାଇ ମନ୍ଦିର ପାଶ୍ୱର୍ବର୍ତ୍ତୀ ଜେଟୀ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ । ଧାମରା ପୋର୍ଟର ସ୍ଥାନୀୟ ଜେଟୀ ଅଞ୍ଚଳରେ ଯାତ୍ରୀବାହୀ ଡଙ୍ଗାଗୁଡ଼ିକ ଆସିଥାଏ । ଫଳରେ ଏହି ଅଞ୍ଚଳରେ ପରିଷ୍କାର ଓ ପରିଚ୍ଛନ୍ନତାର ଆବଶ୍ୟକତା ରହିଛି । ପୋର୍ଟ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ଏହି ସଫେଇ କାର୍ଯ୍ୟ ସମ୍ଭବ ହୋଇପାରିଲା । ଚଳିତ ବର୍ଷ ବଙ୍ଗୋବସାଗରର ୪୮୦ କିମି ଦୀର୍ଘ ଉପକୂଳ ଭାରତର ପରିବେଶଗତ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ ଏବଂ ଗଞ୍ଜାମ –ଛଅଟି ଜିଲାର ବିସ୍ତାରିତ ଉପକୂଳ ବିଲୁପ୍ତପ୍ରାୟ ଅଲିଭ୍ ରିଡ୍ଲେ କଇଁଛ ସମେତ ବିବିଧ ସାମୁଦ୍ରିକ ଜୀବକୁ ସୁରକ୍ଷା ଯୋଗାଇଥାଏ । ଏତଦ୍ବ୍ୟତୀତ ମତ୍ସ୍ୟଜୀବୀ, ପର୍ଯ୍ୟଟନ ଓ କୃଷି ମାଧ୍ୟମରେ ହଜାର ହଜାର ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ମଧ୍ୟ ସୁଦୃଢ କରିବାରେ ସହଯୋଗ କରୁଛି ।
Comments are closed.