ଭୁବନେଶ୍ୱରରେ ବିଶ୍ଵ ଆଲଜ୍ହାଇମର୍ସ ମାସରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୫: ୨୧ ସେପ୍ଟେମ୍ବରରେ ପାଳିତ ବିଶ୍ଵ ଆଲଜ୍ହାଇମର୍ସ ଦିବସ ଅବସରରେ , ଆଲଜ୍ହାଇମର୍ସ ଆଣ୍ଡ୍ ରିଲେଟେଡ୍ ଡିସଅର୍ଡର୍ସ ସୋସାଇଟି ଅଫ୍ ଇଣ୍ଡିଆ (ARDSI), ଭୁବନେଶ୍ୱର ଚ୍ୟାପ୍ଟର, ସିଲ୍ଭର୍ ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସ ସହ ସମ୍ମିଳିତଭାବେ ସଚେତନତା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରୁଛି।
୧୯ ସେପ୍ଟେମ୍ବର ସନ୍ଧ୍ୟା ୪.୦୦ ଘଟିକା ଠାରୁ ୬.୦୦ ପର୍ଯ୍ୟନ୍ତ କଳ୍ପନା ଛକ ସ୍ଥିତ ଉତ୍କଳ କଳିକା ଗ୍ୟାଲେରିଆ ମଲ୍ ଓ ୨୧ ସେପ୍ଟେମ୍ବର ସକାଳ ୭.୦୦ ଘଟିକା ରୁ ୯.୦୦ ପର୍ଯ୍ୟନ୍ତ ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କ ରେ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ ହୋଇଛି।
କାର୍ଯ୍ୟକ୍ରମରେ ଇଣ୍ଟରାକ୍ଟିଭ୍ ସେସନ୍, “ସିଙ୍ଗ୍ ଫର୍ ମେମୋରି”,ସ୍ମୃତି ଖେଳ ଓ ଡିମେନ୍ସିଆ ଓ ଆଲଜ୍ହାଇମର୍ସ ଉପରେ ସଚେତନ ପାଇଁ ସୂଚନା କେନ୍ଦ୍ର ଖୋଲାଯିବା ସହିତ, ଡିମେନ୍ସିଆ ସମ୍ପର୍କରେ ସଚେତନତା ବଢ଼ାଇବା ଓ ସମାଜରେ ଥିବା କୁଅଭିଧାନ (stigma) କମାଇବାରେ ଯୋର ଦିଆଯାଇଛି। ସିଲ୍ଭର୍ ଏଜ୍ ଫାଉଣ୍ଡେସନ୍, ଯାହା ବୃଦ୍ଧଙ୍କ ମଙ୍ଗଳ ଓ ସକ୍ରିୟ ଅଂଶଗ୍ରହଣ ପାଇଁ କାମ କରୁଛି, ସେ ଏପରି କାର୍ଯ୍ୟରେ ଏକ ଦାୟିତ୍ବବାନ ଭାଗିଦାରୀ ରଖିଛି।

ଏପରି ବ୍ୟାପକ ସଚେତନମୂଳକ କାର୍ଯ୍ୟକୁ CSM Technologies Pvt Ltd, Kalinga Hospital ଓ prelude ପରି ଅଗ୍ରଣୀ ସଂସ୍ଥା ମାନଙ୍କର ସହଯୋଗ ମିଳିଛି ଏବଂ ଏଥିରେ ଦେଖଭାଳକାରୀ, ସ୍ବେଚ୍ଛାସେବୀ ଏବଂ ବରିଷ୍ଠ ନାଗରିକମାନଙ୍କର ସକ୍ରିୟ ଯୋଗଦାନ ରହିଛି।
ARDSI କୋଓର୍ଡିନେଟର ଓ ସିଲ୍ଭର୍ ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସର ସହ-ସଂସ୍ଥାପକ ଅମର ଜ୍ୟୋତି ମହାପାତ୍ର କହିଥିଲେ ଯେ, ଦୀର୍ଘାୟୁ ଓ କ୍ଷୁଦ୍ର ପରିବାର ସଂଖ୍ୟା (nuclear families) ବୃଦ୍ଧି ପାଇଁ ଡିମେନ୍ସିଆ ଶୀଘ୍ର ବୃଦ୍ଧି ପାଉଛି ଏବଂ ଏହା ପାଇଁ ସରକାର ଓ ସାମାଜିକ ସଂଗଠନମାନଙ୍କର ସଂଯୁକ୍ତ ପ୍ରୟାସ ଆବଶ୍ୟକ। କାର୍ଯ୍ୟକ୍ରମଟିକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ୍ ଦାସ ସମନ୍ୱୟ କରିଛନ୍ତି।
ବର୍ତ୍ତମାନ ଭାରତରେ ୯୦ ଲକ୍ଷ ଲୋକ ଡିମେନ୍ସିଆ ସହିତ ବଞ୍ଚୁଛନ୍ତି ଏବଂ ୨୦୩୬ ସୁଦ୍ଧା ଏହାର ସଂଖ୍ୟା ୧୭ ଅର୍ଥାତ୍ ୧.୭ କୋଟିରେ ପହଞ୍ଚିବାର ଆକଳନ କରାଯାଇଛି।
Comments are closed.