ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ନିକଟବର୍ତୀ ରେ ସକ୍ରିୟ ରହିଛି ଏହି ଲଘୁଚାପ କ୍ଷେତ୍ର। ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡିଶା ଓ ତତସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଏହା ଗତି କରିବ। ଯାହାର ପ୍ରଭାବରେ ୧୭ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଚି ବିଭାଗ । ଆସନ୍ତା ୨୪ ଘଂଟାରେ ସାରା ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କୋରାପୁଟ, ମାଲାକନଗିରି ନବରଙ୍ଗପୁର, ରାୟଗଡା ,ଗଂଜାମ ,ଗଜପତି କନ୍ଧମାଳ ,ନୟାଗଡ ଓ କଳାହାଣ୍ଡି ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛନ୍ତି। ଆସନ୍ତାକାଲି ସାରା ଓଡିଶା ସମେତ ଦକ୍ଷିଣ ଓ ଉତ୍ତର ଓଡିଶା କିଛି ଅଂଚଳରେ ପ୍ରବଳ ବର୍ଷା ଦେଇଛି ବିଭାଗ। ନବରଙ୍ଗପୁର ରାୟଗଡା କଳାହାଣ୍ଡି କେନ୍ଦୁଝର ମୟୁରଭଞ୍ଜ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।
Comments are closed.