ଜେଆରଡି ଟାଟାଙ୍କ ୧୨୦ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଚୌମୁଖଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

୧୫୦ ୟୁନିଟ୍ ରକ୍ତ ସଂଗ୍ରହ


ବାଲିଆପାଳ, ୨୯ ଜୁଲାଇ ୨୦୨୪: ଟାଟା ଷ୍ଟିଲର ପୂର୍ବତନ ଅଧ୍ୟକ୍ଷ ତଥା ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୨୦ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ବାଲେଶ୍ୱର ପକ୍ଷରୁ ଦୁଇଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ବାସନ୍ତୀ ମାତା ପୂଜା କମିଟି, ଚୌମୁଖ ଓ ବାଲେଶ୍ୱରସ୍ଥିତ ଟାଟା ଫେରୋ ଆଲଏଜ ପ୍ଲାଂଟର ଓଏଚ୍ ସେଣ୍ଟର ପକ୍ଷରୁ ମିଳିତ ଭାବେ ଏହି ଶିବିର ଆୟୋଜନ କରାଯାଇଥିଲା ।
‌ଗୋଷ୍ଠୀର ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରିବା ଏବଂ ରକ୍ତଦାନ କାର୍ଯ୍ୟ ମାଧ୍ୟମରେ ଜନସେବାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।
ଏହି ରକ୍ତଦାନ ଶିବିର ଜନସେବା ପାଇଁ ଏକ ସ୍ୱେଚ୍ଛାସେବୀ ଉପାୟ ଥିଲା। ଶିବିରରେ ପାଖାପାଖି ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଯାହା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଦିଗରେ ବେଶ ସହାୟକ ହେବ ।

ଚୌମୁଖଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସପିପିଏଲ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଶାନ୍ତ କୁମାର ମିଶ୍ର, ବାଲିଆପାଳର ତହସିଲଦାର ଜନକ ନାୟକ, ବାଲିଆପାଳର ମେଡିକାଲ ଅଫିସର ଡାକ୍ତର ପ୍ରୀତମ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ ଫେରୋ କ୍ରୋମ୍ ପ୍ଲାଣ୍ଟର ପ୍ଲାଣ୍ଟ ମୁଖ୍ୟ ସାଇ ଶଙ୍କର ପ୍ରମୁଖ ଯୋଗ ଦେଇଥିଲେ ।
ଏସପିପିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, ଜେଆରଡି ଟାଟାଙ୍କ କୃତିତ୍ଵ ଓ ଜନ ସେବା ସମାଜ ଉପରେ ଗଭୀର ପ୍ରଭାବ ପକାଇଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହ ମିଶି ଏହି ରକ୍ତଦାନ ଶିବିର ମାଧ୍ୟମରେ ନିରନ୍ତର ବିକାଶ, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।


Share It

Comments are closed.