ଜେଲିଓ ଇ ମୋବିଲିଟି ପକ୍ଷରୁ ଗ୍ରେସିର ନୂତନ ସଂସ୍କରଣର ଶୁଭାରମ୍ଭ

Share It

ଭୁବନେଶ୍ୱୂର : ଭାରତର ଇଲେକଟ୍ରିକ ଦୁଇ ଚକିଆ ନିର୍ମାତା କମ୍ପାନୀ, ଜେଲିଓ ଇ ମୋବିଲିଟି ପକ୍ଷରୁ ଏହା ବହୁ ଚର୍ଚ୍ଚିତ ଲୋ-ସ୍ପିଡ ଇଲେକଟ୍ରିକ ସ୍କୁଟର ଗ୍ରେସିର ଫେସଲିଫ୍ଟ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ବିଭିନ୍ନ ଯାତାୟତ ଆବଶ୍ୟକତାକୁ ଧ୍ୟାନରେ ରଖି, ଏହି ନୂଆ ଗ୍ରେସି ତିନି ପ୍ରକାରର ଭିନ୍ନ ଭିନ୍ନ ବ୍ୟାଟେରି ବିକଳ୍ପରେ ଉପଲବ୍ଧ । ଏହାର ଲିଥିୟମ-ଲୋନ ବ୍ୟାଟେରୀ ଭ୍ୟାରିଏଂଟ ୬୦ଭି / ୩୦ ଏଏଚର ମୂଲ୍ୟ ୬୬୦୦୦ (ଏକ୍ସ-ସୋରୁମ) ରହିଥିବାବେଳେ ଏହାର ରେଂଜ ୯୦-୧୦୦ କିମି ରହିଛି । ସେହିଭଳି ଜେଲ ବ୍ୟାଟେରୀ ଭ୍ୟାରିଏଂଟ ୬୦ଭି / ୩୨ ଏଏଚର ମୂଲ୍ୟ ୫୪୦୦୦ (ଏକ୍ସ-ସୋରୁମ) ରହିଥିବାବେଳେ ଏହାର ରେଂଜ ୮୦-୯୦ କିମି ରହିଛି ଅନ୍ୟପଟେ ୭୨ଭି / ୪୨ ଏଏଚର ମୂଲ୍ୟ ୫୮୫୦୦ (ଏକ୍ସ ସୋରୁମ) ରହିଥିବାବେଳେ ଏହାର ରେଂଜ ୧୩୦-୧୪୦ କିମି ରହିଛି ।
ଏହି ଶୁଭାରମ୍ଭ ସଂପର୍କରେ ମତ ଦେଇ ଜେଲିଓ ଇ ମୋବିଲିଟି ପକ୍ଷରୁ ଏହାର ଏମଡି ତଥା ସହ ପ୍ରତିଷ୍ଠାତା, ଶ୍ରୀ କୁନାଲ ଆର‌୍ୟା କହିଛନ୍ତି ଯେ, “ ନୂତନ ରୂପରେ ଆସିଥିବା ଗ୍ରେସି ମାଧ୍ୟମରେ ଆମେ ଡିଜାଇନ , କାର୍ଯ୍ୟକ୍ଷମତା ଓ ନବୀନତାକୁ ଏକତ୍ର କରିଛୁ, ଯାହା ଭାରତୀୟ ଯାତ୍ରୀଙ୍କ ବଦଳୁଥିବା ଆବଶ୍ୟକତାକୁ ପୂରଣ କରିବ । ଆମ ଲକ୍ଷ ସ୍ପଷ୍ଟ ରହିଛି – ଇଲେକଟ୍ରିକ ମୋବିଲିଟିକୁ ଆକାଶ ଛୁଆଁ ନୁହେଁ ବରଂ ବ୍ୟବହାରିକ ଓ ସବୁଙ୍କ ପାଇଁ ସୁଲଭ କରିବା । ”
ଏହି ନୂଆ ସଂସ୍କରଣ ଖାସ କରି ବର୍ତମାନର ସିଟି ରାଇଡର୍ସଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯାହାକି ଦୈନଦିନ ଜୀବନରେ ଆରାମ ଦାୟକ ଚାଳନାର ଅନୁଭୂତି ପ୍ରଦାନ କରିବ । ଏହି ନୂତନ ଗ୍ରେସି, ପୂର୍ବ ସଂସ୍କରଣ ଅପେକ୍ଷା ଅତ୍ୟାଧୁନିକ ଦକ୍ଷତା ସଂପନ୍ନ ଅଟେ । ଏଥିରେ ଅଧିକାଂଶ କମ୍ଫର୍ଟ ଏବଂ ଏଭଳି ଫିଚର ଦିଆଯାଇଛି ଯାହା ଛାତ୍ର, ବୃତିଗତ ବ୍ୟକ୍ତି ବିଶେଷ ଏବଂ ଡେଲିଭରି କର୍ମଚାରୀଙ୍କ ଦୈନଦିନ ଆବଶ୍ୟକତାକୁ ପୂରଣ କରିପାରିବା ନିରପତା ଓ ସୁବିଧାଜନକ ଯାତ୍ରା ଅନୁଭୂତି ପାଇଁ ଗ୍ରେସିର ସାମ୍ନାରେ ଡିସ୍କ ବ୍ରେକ ଓ ପଛରେ ଡ୍ରମ ବ୍ରେକ ଦିଆଯାଇଛି । ଦୁଇ ପାଖରେ ୯୦-୯୦/୧୨ ଟାୟର ଓ ହାଇଡ୍ରୋଲିକ ଶକ ଆବସୋରବର୍ସ ସହ ଏହି ବୈଶିଷ୍ଟ୍ୟ ଗୁଡିକ ନିରପତା , ସ୍ଥିରତା ଓ ଆରାମକୁ ସୁନିଶ୍ଚିତ କରେ । ଏହାର ବ୍ୟବହାରିକତାକୁ ବଢାଇବା ପାଇଁ , ଏହି ସ୍କୁଟିରେ ଡିଜିଟାଲ ମିଟିର, ଏଲଇଡି ହେଡଲ୍ୟାମ୍ପ , କିଲେସ ଡ୍ରାଇଭ, ଆଂଟି ଥିଫ ଆଲାର୍ମ , ୟୁଏସବି ଚାର୍ଜିଂ ପୋର୍ଟ ଓ ଫ୍ୟାସେଂଜର ଫୁଟରେଷ୍ଟ ଦିଆଯାଇଛି ।


Share It

Comments are closed.