ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉଷମାନ ସିନୱାରୀ

Share It

ଗତ ୬ ବର୍ଷ ପାକିସ୍ତାନ ପାଇଁ ୩୪ଟି ମ୍ୟାଚ ଖେଳିଥିବା ପାକିସ୍ତାନୀ ଦ୍ରୁତ ବୋଲର ଉଷମାନ ସିନୱାରୀ ନିଜର ଆନ୍ତର୍ଜାତିକ କ୍ୟାରିୟର ଶେଷ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଇସିସି ଅନୁଯାୟୀ ଉଷମାନ ଗତ ୨୦୧୯ରୁ ପାକିସ୍ତାନ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ଏହି ବାମ ହାତୀ ଦ୍ରୁତ ବୋଲର ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ୨୦୧୩ରେ ଟି-୨୦ କ୍ରିକେଟରେ ପାଦ ଥାପିଥିଲେ ଏବଂ ପରବର୍ତ୍ତୀ ସମୟରେ ଆନ୍ତର୍ଜାତିୟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲେ ।
ଉଷମାନ ୧୭ ଦିନିକିଆ ଏବଂ ୧୬ ଟି-୨୦ ମ୍ୟାଚ ଖେଳିଥିବାବେଳେ ମୋଟ ୩୪ଟି ୱିକେଟ ନେଇଛନ୍ତି ଏବଂ ପ୍ରତ୍ୟେକ ଫର୍ମାଟରୁ ୧୩ଟି ୱିକେଟ ଲେଖାଏଁ ସଂଗ୍ରହ କରିଛନ୍ତି । ସେ ୨୦୧୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଥରକ ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ ।
ଉଷମାନ ସାରଜାରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ୫ ୱିକେଟ ସଂଗ୍ରହ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ଉଷମାନ ୨୦୧୮ ଏସିଆ କପର ମଧ୍ୟ ଅଂଶ ଥିଲେ ।


Share It

Comments are closed.