ଓଡିଶାରେ ଲଣ୍ଡନ ପିଲ୍‌ସନର ବିଅର୍ ର ଶୁଭାରମ୍ଭ କରିଛି ୟୁନାଇଟେଡ ବ୍ରେୱେରିଜ୍‌

Share It

ଭୁବନେଶ୍ୱର : ହେନ୍‌କେନ କମ୍ପାନୀର ଏକ ଅଂଶବିଶେଷ, ୟୁନାଇଟେଡ ବ୍ରେୱେରିଜ ଲିମିଟେଡ (ୟୁବିଏଲ), ଓଡିଶାରେ ଲଣ୍ଡନ ପିଲ୍‌ସନର ଷ୍ଟ୍ରଙ୍ଗ ବିଅର୍‌ର ଶୁଭାରମ୍ଭ କରିଛି । ୟୁରୋପିଅନ ହପ୍‌ସ ସହ ନିର୍ମିତ ଏବଂ ଶୂନରୁ କମ୍ ତାପମାତ୍ରାରେ ଏକ ସପ୍ତାହବ୍ୟାପୀ ଏଜିଂଙ୍ଗ ପ୍ରୋସେସର ସମ୍ମୁଖୀନ ହେଉଥିବା ଲଣ୍ଡନ ପିଲ୍‌ସନର ବିଳାସପୂଣ୍ଣତା ଓ ଅତୁଳନୀୟ ଗୁଣବତାର ପ୍ରତିନିଧିତ୍ୱ କରୁଛି । ଏହି ଲଂଚ ସହିତ ୟୁବିଏଲ୍ ଓଡିଶାକୁ ଏହାର ଲୋକପ୍ରିୟ ବିଅର ଆଣିଛି ଯାହା ଉପଭୋକ୍ତାଙ୍କ ପାଇଁ ୬୫୦ ଏମଏଲ ବଟଲ ପିଛା କେବଳ ୧୬୦ ଟଙ୍କାରେ ଆନ୍ତର୍ଜାତୀୟ ମାନର ବିଅରକୁ ସୁଲଭ କରିଛି ।
ଏହି ଲଂଚ ସମ୍ପର୍କରେ ୟୁନାଇଟେଡ ବ୍ରେୱେରିଜ ଲିମିଟେଡର ସିଏମଓ ବିକ୍ରମ ବେହଲ କହିଛନ୍ତି, “ ଓଡିଶାରେ ଲଣ୍ଡନ ପିଲ୍‌ସନର୍‌ର ଲଂଚ କରି ଆମେ ଫାଇନ ବ୍ରିୟୁ ରାଜ୍ୟର ବଢୁଥିବା ପସନ୍ଦକୁ ଆବେ ସେଲିବ୍ରେଟ କରୁଛୁ ଏବଂ ଭାରତର ବିଅର କ୍ଷେତ୍ରରେ ଏକ ପ୍ରମୁଖ ବଜାର ଭାବେ ଏହାର ମହତ୍ୱକୁ ସ୍ୱୀକୃତି ପ୍ରଦାନ କରୁଛୁ । ଏକ ପହଂଚଯୋଗ୍ୟ ମୂଲ୍ୟରେ ଅବସ୍ଥାପିତ ଏକ ପ୍ରିମିୟର ବିଅର ଭାବେ ଲଣ୍ଡନ ପିଲ୍‌ସନର ସହିତ ଆମେ ନିଶ୍ଚିତ ଯେ, ଏହି ଉଦ୍ଭାବନ ଏହି ବର୍ଗର ଅଭିବୃଦ୍ଧିକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ।”
ଲଣ୍ଡନ ପିଲ୍‌ସନର ଓଡିଶାରେ ଅଗ୍ରଣୀ ଆଉଟଲେଟଗୁଡିକରେ ଉପଲବ୍ଧ ହେବ ଯାହା ଏହାକୁ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରେ ୪ର୍ଥ ବଜାର ଭାବେ ଚିହ୍ନିତ କରିଛି ।

 


Share It

Comments are closed.