ରିଲ୍ସ କରୁଥିବା ଯୁବକମାନଙ୍କ ସହ ଡ୍ୟାନ୍ସ କରି ଚର୍ଚ୍ଚାରେ ତେଜସ୍ୱୀ

Share It

ବିହାର ବିଧାନସଭା ନିର୍ବାଚନ ଆଉ ଅଳ୍ପ କିଛି ଦିନ ବାକି ରହିଛି । ଏହି ମଧ୍ୟରେ ସମସ୍ତ ରାଜନୈତିକି ଦଳ ଏବଂ ସେମାନଙ୍କ ନେତାଗଣ ଜନସାଧାରଣଙ୍କ ମିଶିବା ଠାରୁ ଆରମ୍ଭ କରି ଭୋଟ ଭିକ୍ଷା କରିବା ପର୍ଯ୍ୟନ୍ତ ସମସ୍ତ ପ୍ରୟାସ କରିବାରେ ଲାଗି ପଡିଛନ୍ତି । ଯୁବ ଭୋଟରସଙ୍କ ଉପରେ ସମସ୍ତ ନଜର ବର୍ତ୍ତମାନ ରହିଛି । ଯୁବ ବର୍ଗଙ୍କର ହୃଦୟ ଜିତିବା ପାଇଁ ରାଜନୈତିକ ଦଳ ଗୁଡିକ ବିଭିନ୍ନ ରାଜନୈତିକ କ୍ୟାମ୍ପେନ ଆରମ୍ଭ କରି ଦେଲେଣି । ଏହି ମଧ୍ୟରେ ବିହାର ବିଧାନସଭା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ତେଜସ୍ୱୀ ଜଣେ ରିଲ ମେକର ଯୁବକଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ବିଧାନସଭା ବିପକ୍ଷ ଦଳ ନେତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ଖେଳାଇ ଦେଇଛି । ତେଜସ୍ୱୀ ପ୍ରଥମେ ଡ୍ୟାନ୍ସ ଷ୍ଟେପ ଶିଖୁଛନ୍ତି ଏବଂ ପରେ ତାଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । କେବେଳ ଗୋଟିଏ ନୁହେଁ ଏଭଳି ତେଜସ୍ୱୀଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟ ଏକ ଭିଡିଓରେ ତେଜସ୍ୱୀ ନିଜ ସ୍ତ୍ରୀ ରାଜଶ୍ରୀ ରିଲ୍ସ କରୁଥିବା ପିଲାଙ୍କ ସହ ରାସ୍ତା କଡରେ ବସି ଆଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।


Share It

Comments are closed.