ପାକିସ୍ତାନ ମନ୍ତ୍ରୀଙ୍କ ଅଜବ ବୟାନ, ବନ୍ୟା ପାଣିକୁ ବାଲ୍ଟିରେ ଭରି ଘରେ ରଖନ୍ତୁ

Share It

ଇସଲାମାବାଦ : ପାକିସ୍ତାନର ପଂଜାବ , ପିଓକେ , କେପିକେ ସମେତ ଦେଶର ଅନେକ ସ୍ଥାନରେ ବନ୍ୟା ଯୋଗୁଁ ଭୀଷଣ କ୍ଷୟକ୍ଷତି ହୋଇଛି । ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ପରିବାର ଓ ଅନେକ ପଶୁ ସିଧାସଳଖ ପ୍ରଭାବିତ ହେଉଛନ୍ତି ଏହା ସହ ଅନେକ ପରିମାଣରେ ଫସଲ କ୍ଷୟକ୍ଷତି ମଧ୍ୟ ହୋଇଛି । ଗୋଟିଏ ପଟେ ପ୍ରଳୟଙ୍କାରୀ ବନ୍ୟାର ପ୍ରଭାବ ବଢି ଚାଲିଥିବାବେଳେ ଅନ୍ୟପଟେ ପାକିସ୍ତାନ ରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ପାଗଳାମି ବାର୍ତ୍ତାଳପ ମନ୍ତବ୍ୟ ଦେବାରୁ ପଛ ଘୁଞ୍ଚା ଦେଉ ନାହାନ୍ତି । ପାକିସ୍ତାନର ବନ୍ୟା ପାଣିକୁ ଷ୍ଟୋର କରିବା ଆବଶ୍ୟକ ବୋଲି ଆସିଫ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଗୋଟିଏ ପାକିସ୍ତାନୀ ଟିଭି ଚ୍ୟାନେଲର ଭିଡିଓ ସାମନାକୁ ଆସିଥିବାର ଦେଖିବାକୁ ମିଳିଛି । ଏଥିରେ ଆଙ୍କର ଟେଲିଫୋନ ମାଧ୍ୟମରେ ମନ୍ତ୍ରୀ ଖୱାଜା ଆସିଫଙ୍କ ସହ କଥାବାର୍ତ୍ତା ହୋଇଥିବାର ଦାବୀ କରିଥିଲେ । ଆଙ୍କରଙ୍କର ବନ୍ୟା ପ୍ରସଙ୍ଗ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଖୱାଜା ଆସିଫ କହିଥିଲେ ଯେ, “ ବନ୍ୟା ପାଣିକୁ ବାଲ୍ଟି ଓ ଡବାରେ ଭରି ଦିଅନ୍ତୁ ପରବର୍ତ୍ତୀ ସମୟରେ ଏହି ପାଣି କାମରେ ଆସିବ । ବନ୍ୟାକୁ ଲୋକେ ଦୁର୍ଭାଗ୍ୟ ଭାବରେ ଗ୍ରହଣ ନକରି ଏହା ପ୍ରକୃତିର ଆର୍ଶୀବାଦ ରୂପେ ଗ୍ରହଣ କରନ୍ତୁ । ” ଆସିଫଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି । ପ୍ରକାଶ ଥାଉକି ପୂର୍ବରୁ ବନ୍ୟା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଆସିଫ ଭାରତକୁ ଦାୟୀ କରିଥିଲେ । ଭାରତ ପାଣି ଛାଡିବା କାରଣରୁ ବନ୍ୟା ଆସୁଛି ବୋଲି ସେ କହିଥିଲେ ।


Share It

Comments are closed.